Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ’

ଭୁବନେଶ୍ୱର: ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଶନିବାର ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ…

ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବାକୁ ଯାଉଛି । ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଗହଳୀକୁ ନଜରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି । ତେବେ ଏକାଦଶୀର ଦୁଇ ଦିନପରେ ପ୍ରସିଦ୍ଧ…

ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନାନୋମେଡିସିନର ସଦ୍ୟତମ ବିକାଶ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବହୁ ଗବେଷକ, ଛାତ୍ର, ଚିକିତ୍ସା ବୃତ୍ତିଧାରୀ, ସାମାଜିକ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ ସମେତ ୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।…

୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଫେରସ୍ତ ହେବ ସୁଧ

ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ । ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ…

ଶିକ୍ଷକଙ୍କୁ ଦରମା ନ ମିଳିବା ଘଟଣା; ଜିଲ୍ଲା ଶିକ୍ଷାଧିକାରୀଙ୍କ ଆକାଉଣ୍ଟକୁ ଗଲା ଦରମା ଟଙ୍କା

ବଲାଙ୍ଗୀର: ୩ ମାସ ଦରମା ନପାଇ ଶିକ୍ଷକ ମୂଲ ଲାଗିବା ଘଟଣା । ୩୦ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ଶିକ୍ଷକଙ୍କ ଦରମା ବାବଦ ଅର୍ଥ ମଞ୍ଜୁର କଲା ଶିକ୍ଷା ବିଭାଗ । ଓସେପା ପକ୍ଷରୁ ମୋଟ ୩୯୮ କୋଟି ୩୨ ଲକ୍ଷ ୮୨ ହଜାର ୩ ଟଙ୍କା ଡିଇଓଙ୍କ ଆକାଉଣ୍ଟକୁ ରିଲିଜ୍‌ କରିବାକୁ ବ୍ୟାଙ୍କକୁ ଚିଠି…

୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ; କୁମ୍ଭମେଳାରେ ପକାଇବେ ବୁଡ଼

ଭୁବନେଶ୍ୱର: ଆଜିଠୁ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ…

ବ୍ୟକ୍ତିଙ୍କ ଉପରେ ଚଢିଗଲା ୩ଟି ଟ୍ରକ୍

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ଉପରେ ତିନୋଟି ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରୁ । ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଖବର ମୁାତବକ,…

ଋଷିକୂଲ୍ୟା ବେଳାଭୂମିରେ ଅଲିଭରିଡେଲଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ବିରଳ ପ୍ରଜାତିର ଅଲିଭରିଡେଲ କଇଁଛ । ଗତ ୩ରୁ ୪ ଦିନ ହେବ ଜାରି ରହିଥିବା ଏହି ଗଣଅଣ୍ଡାଦାନ ପ୍ରକ୍ରିୟାରେ ବର୍ତ୍ତମାନ ୬ ଲକ୍ଷ ୪୧ ହଜାର ଅଲିଭରିଡ୍‌ଲେ ଅଣ୍ଡାଦାନ କରିସାରିଛନ୍ତି । ଏହା ଅତୀତରେ…

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୁତ୍ତ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫାଶୀ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଫାର୍ମ ହାଉସ ମାଲିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗୋବିନ୍ଦ ନାୟକ । ସେ ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳି ମାଡ କରି ଘଟଣାସ୍ଥଳରୁ…

ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨ଦିନ ଯାଏଁ ରାଜ୍ୟରେ ବର୍ଷିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ…