Latest Odisha News

BREAKING NEWS

Browsing Category

ଓଡିଶା

Odisha

ପବିତ୍ର ପଣା ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ବତନ୍ତ୍ର ନୀତି କାନ୍ତି

ପୁରୀ: ଆଜି ମହାବିଷୁବ ତଥା ପଣା ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମହାବୀରଙ୍କ ସମେତ ଅନ୍ୟ ସମସ୍ତ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଆଜି ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ପଟେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ…

ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମୋକିମ, ୧୯ରେ ଶୁଣାଣି

କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଋଣ ମାମଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା…

ଚିଲିକା ମଝିରେ ନିଆଁ; ପୋଡ଼ିଗଲା ଏକର ଏକର ନଳ ବଣ, ବିପଦରେ ବନ୍ୟ ଜନ୍ତୁଙ୍କ ଜୀବନ

ଟାଙ୍ଗୀ: ଚିଲିକା ମଝିରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲା ଏକର ଏକର ନଳ ବଣ । ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟ ଜନ୍ତୁଙ୍କ ଜୀବନ । ଖବରପାଇ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି । ତେବେ ଚିଲିକାରେ ଅନେକ ପ୍ରଜାତିର ପକ୍ଷୀ…

ଆଜିଠୁ ବଢିବ ତାତି, ସକାଳ ୯ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୩୧.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଗତ ୫ ରୁ ୬ ଦିନର ଆଶ୍ବସ୍ତି ପରେ ରାଜ୍ୟରେ ପୁଣି ବଢିବ ତାତି । ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ଖୋର୍ଦ୍ଧା, କଟକ,…

ସୁନା ବେଶରେ ଦର୍ଶନେ ଦେଇଛନ୍ତି ମା’ ତାରିଣୀ, ଧୁମଧାମରେ ଜମୁଛି ଚଇତି ପର୍ବ

କେନ୍ଦୁଝର: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଛି । ଆଜି ଭୋର ୫ଟାରୁ ମା’ଙ୍କ…

ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

ବରଗଡ: ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାତ୍ରୀ ମାନେ ପ୍ରଥମେ ପୁରୀରୁ…

ପବିତ୍ର ମହାବିଷୁବ ସଂକ୍ରାନ୍ତି, ଘରେ ଘରେ ଚଉରା ମୂଳେ ବନ୍ଧାହେବ ବସୁନ୍ଧରା ଠେକି

ଭୁବନେଶ୍ଵର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ…

୯ଟି ଲୋକସଭା ଆସନ ପାଇଁ କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା, ବାଲେଶ୍ବରରୁ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହି ଆସନ ପାଇଁ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ଝାରବନ୍ଧରେ ପୋଲିସ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼: ଝାରବନ୍ଧରେ ପୋଲିସଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ। ଏନେଇ ବରଗଡ଼ ଏସପି କାର୍ଯ୍ୟାଳୟ ଠାରେ ଶନିବାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଝାରବନ୍ଧ ପୋଲିସ ନାକାରେ ଚେକିଙ୍ଗ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତକୁ ୩ କେଜି ଗଞ୍ଜେଇ ସହ ଗିରଫ କରାଯାଇଥିଲା।…

ବିଜେପିରେ ଗୋଷ୍ଠୀ କନ୍ଦଳ, ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀଙ୍କ ତୀବ୍ର ବିରୋଧ

ସୁବର୍ଣ୍ଣପୁର: ପଦାରେ ପଡିଲା ବିଜେପି ଅନ୍ତଃ କନ୍ଦଳ। ବିଜେପି ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀ ଓ ନେତାଙ୍କ ତୀବ୍ର ବିରୋଧ । ବିଦ୍ରୋହର ସ୍ବର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିବା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଟିରେ…