Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ବାଚସ୍ପତି ଭାବେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଛୀ ସୁରମା ପାଢୀଙ୍କ ନାଁ ପ୍ରସ୍ତାବ ଦେବା ପରେ ଏହାକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ପରେ ସର୍ବସମ୍ମତି କ୍ରମେ…

ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ଉଦ୍ଧାର ହେଲେ ଫସିରହିଥିବା ଅନ୍ତେବାସୀ

ଭୁବନେଶ୍ବର: ଦୀର୍ଘ ସମୟ ପରେ ଆପାର୍ଟମେଣ୍ଟ ନିଆଁଙ୍କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ଜଣ ଜଣ କରି ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ବାହାରକୁ ଆଣାଗଲା । ସୂଚନାଯୋଗ୍ୟ, ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର…

ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ

ବ୍ରହ୍ମପୁର: ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ। ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଦିପୁନା ମେଲେକା ବୋଲି ଜଣାପଡିଛି। ଏନେଇ…

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଜୁନ୍ ୨୦ ତାରିଖରେ ତାଙ୍କର ଜନ୍ମ ଦିବସ…

ମାଲକାନଗିରିରେ ମୌସୁମୀ ସକ୍ରିୟ: ୨୭ରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୨୩ ତାରିଖ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ସେହିପରି ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ…

ବଜେଟ ପାଇଁ ମତ ଲୋଡିଲେ ମୁଖ୍ୟମନ୍ତ୍ରୀ, ଆଜିଠୁ ଜନସାଧାରଣଙ୍କଠାରୁ ସଂଗ୍ରହ କରାଯିବ ମତାମତ

ଭୁବନେଶ୍ୱର: ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ ପୂର୍ବରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବଜେଟ ପ୍ରସ୍ତୁତ ପୂର୍ବରୁ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇଥାଏ।…

ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ଭୁବନେଶ୍ୱର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ସକାଳୁ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର…

ବାଲେଶ୍ୱରରେ ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ମିଳିବ ଇଣ୍ଟରନେଟ୍‌ ସେବା

ବାଲେଶ୍ୱର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଅନିର୍ଦ୍ଧିଷ୍ଟକାଳ ପାଇଁ ଜାରି ରହିଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଛି। କର୍ଫ୍ୟୁକୁ ଆଜି ୪ ଘଣ୍ଟା ପାଇଁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ସକାଳ ୭ଟାରୁ ଦିନ ୧୧ଟା ପର୍ପ୍ୟନ୍ତ କୋହଳ…

ଓଡ଼ିଶାରେ ପରାଜୟର କାରଣ ଖୋଜିବାକୁ ୨ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ କଲା ଏଆଇସିସି

ଭୁବନେଶ୍ୱର: ୯ରୁ ୯୦ ନାରା ଦେଇଥିବା କଂଗ୍ରେସ ଚଳିତଥର ୧୪ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଶାସକ ଦଳ ବିଜେଡି ବିରୋଧରେ ଗୋଟିଏ ବଡ ଜନମତ ରହିଥିଲା। ଯାହାର ଫାଇଦା ବିଜେପି ନେଇପାରିଲା କିନ୍ତୁ କଂଗ୍ରେସ କାହିଁକି ନେଇପାରିଲାନି ତାକୁ ନେଇ ତର୍ଜମା କରିବ କଂଗ୍ରେସ। ଏଥିପାଇଁ କଂଗ୍ରେସ…

ବିଜେଡିର ବିଜେପି ସହ ଭିତିରିଆ ସମ୍ପର୍କ, ଆମେ ହେବୁ ମୁଖ୍ୟ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ପରେ ଆଜି କଂଗ୍ରେସ ଦଳର ବିଧାୟକଙ୍କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଦଳ ବିଧାନସଭାରେ କିଭଳି ଆଭିମୁଖ୍ୟ ରଖିବ ସେ ଦିଗରେ ଆଲୋଚନା ହୋଇଥିଲା। ହୋଟେଲ ଅଶୋକରେ ଆୟୋଜିତ ହୋଇଥିବା ଏହି ବୈଠକରେ ଦଳ କହିଛି, ବିଜେଡିର…