Latest Odisha News

BREAKING NEWS

Browsing Category

ଓଡିଶା

Odisha

କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ: ଧାରୁଆ ଅସ୍ତ୍ରରେ କାଟିଦେଲେ ହାତ ଓ ଗୁପ୍ତାଙ୍ଗ

ଭଦ୍ରକ:  କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ ।  ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟି  ଦେଇଛନ୍ତି କଏଦୀ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଚାରଧିନ ବନ୍ଦୀ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ   ସ୍ତ୍ରୀକୁ…

କୋର୍ଟ ନିର୍ଦ୍ଦେଶକୁ ଫୁ, ପୂରଣ ହେଉନି ଭିନ୍ନକ୍ଷମ କମିଶନ ପଦବୀ -ବିଜେପି

ଭୁବନେଶ୍ୱର:ଭିନ୍ନକ୍ଷମଙ୍କ ପାଇଁ ଅନ୍ଧ, ମୁକ, ବଧିର ପାଲଟି ଯାଇଛନ୍ତି ସରକାର ।  ଭିନ୍ନକ୍ଷମଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ତଥା ସଶକ୍ତୀକରଣ ନିମନ୍ତେ ଗଠନ ହୋଇଥିଲା ଭିନ୍ନକ୍ଷମ କମିଶନ । ହେଲେ ଏହି କମିଶନ ପଦବୀ ୨୦୨୨ ମାର୍ଚ୍ଚ ମାସରୁ ଖାଲି ପଡିଲାଣି । ହେଲେ ପଦବୀ ପୂରଣ ପାଇଁ ସରକାର…

କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ସୋନପୁର-ସମ୍ବଲପୁର ରାଜରାସ୍ତା ଅବରୋଧ

ସୁବର୍ଣ୍ଣପୁର : ରାସ୍ତାରେ ମୃତଦେହ ରଖି ସୋନପୁର -ସମ୍ବଲପୁର ରାଜରାସ୍ତା ଅବରୋଧ କଲେ ପରିବାର ଲୋକେ  । ଏଭଳି ଘଟଣା ଦେଖିବାକୁ ମିଳିଛି  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଦେପଦର ଛକରେ  ।  କ୍ଷତି ପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ ।…

ଆମ୍ବୁଲାନ୍ସ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଭିନ୍ନକ୍ଷମ ମହିଳା

ପୁରୀ : ପୁରୀରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଆମ୍ବୁଲାନ୍ସ ଭିତରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି  । କିଛି ଦିନ ତଳେ  ମହିଳା ଜଣଙ୍କୁ ବଡଦାଣ୍ଡ ପାଖ ମାଳିଯାଗା ପାଖରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମହିଳା ଜଣଙ୍କ ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ବେଳେ…

ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଜୟନାରାୟଣ: ବିଜେଡି କହିଲା, ‘ଏଠି କେହି ଅସୁରକ୍ଷିତ ନୁହଁନ୍ତି’

ଭୁବନେଶ୍ୱର:ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ   ବିରୋଧୀ ଦଳ ନେତା ଜୟନାରାୟଣ  ମିଶ୍ର ।  ଜୟାରାୟଣ କହିଲେ,  ମୋ ଜୀବନ ପ୍ରତି ବିପଦ ଅଛି। ମୋର ଯାହା ହେବ ସେଥିପାଇଁ ନବୀନ ବାବୁ ଦାୟୀ ରହିବେ ଗତ କିଛି ଦିନହେବ ସରକାର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…

ପାଣି ଛିଟାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଫେରାର୍ , ପୋଲିସର ତଦନ୍ତ ଜାରି

ପାରାଦୀପ : ପାଣି ଛିଟା ରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ରାସ୍ତାରେ ପାଣି ଛିଟିକି ପଡିବାରୁ ତୁମୁଳକାଣ୍ଡ ସୃଷ୍ଟି ହୋଇଛି  । ଯାହାକୁ ନେଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଲକ୍ ପଡା ଅଞ୍ଚଳରେ । ସୂଚନା ମୂତାବକ ଗତକାଲି…

ସୁବର୍ଣ୍ଣପୁର କମିରା ଗାଁରେ ଝାଡାବାନ୍ତି ଆତଙ୍କ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗାଁରେ ଝାଡାବାନ୍ତି ଆତଙ୍କ । ଏବେ ପର୍ଯ୍ୟନ୍ତ ଝାଡାବାନ୍ତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହେଲେଣି  । ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଦେଢ ମାସରେ ୩ ଜଣ ଆକ୍ରାନ୍ତଙ୍କ…

ଶିମିଳିପାଳ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ: ଜଣେ ଗିରଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ପୁଣି କଲରାପତରିଆ ବାଘଛାଲ ଜବତ । ଏଥିସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି ।…

ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା ଏସଟିଏଫ୍: ଜଣେ ବେପାରୀ ଗିରଫ, ବଜ୍ରକାପ୍ତା ଜବତ

ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଲାଙ୍ଗୀର ଜିଲ୍ଲା ଦେବଗାଁଓ ବିଡି ଘାଟ ନିକଟରେ ଅଭାବନୀୟ ଘଟଣା ଘଟିଛି । ବିକ୍ରି ପାଇଁ ଡିଲ ହେଉଥିବାବେଳେ ଏସଟିଏଫ ପଞ୍ଝାରେ ପଡିଛି ବଜ୍ରକାପ୍ତା ବ୍ୟବସାୟୀ । ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି ଟିମ୍…

୩୦ ଜିଲ୍ଲାରେ ବୁଲିବ ସାଇବର ସଚେତନତା ରଥ : ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୩୦ ଜିଲ୍ଳାରେ ବୁଲିବ ସାଇବର ସଚେତନତା ରଥ। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି  । ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ତାରିଖରୁ  ଏହି ରଥ…