Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି

ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ ତାଙ୍କୁ…

ଆନ୍ଧ୍ର-ଓଡିଶା ସୀମାରେ ବୁଲୁଛି ମହାବଳ, ଭିଡିଓ ଭାଇରାଲ

ରାୟଗଡା: ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ  ।  ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ । ଯାହାକୁ ନେଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ  ସୃଷ୍ଟି ହୋଇଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ଭାମିନି…

ଆଖି ବୁଜିଲେ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ ଆଉ ନାହାନ୍ତି । ୯୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳ ପ୍ରାୟ ୬.୪୦ରେ କଟକ ବଡ ମେଡିକାଲରେ ତାଙ୍କର ବୟୋଗ ଘଟିଛି । ସେ କିଛି ଦିନ ହେବ  ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ…

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ବ୍ଲକ ଦୁଲଣାପୁର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍  । ତୁଳସୀପୁରସ୍ଥିତ ପେଟ୍ରୋଲ ପମ୍ପରେ ରେଡ୍ କରାଯାଉଛି  । ମନରେଗା ଦୁର୍ନୀତି…

ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବଜାରରେ ବଢୁଛି ରୁଦ୍ରାକ୍ଷ ରାକ୍ଷୀର ଚାହିଦା

ଭୁବନେଶ୍ବର: ଆସୁଛି ରାକ୍ଷୀ ପୂର୍ଣ୍ଣିମା  । ସ୍ନେହର ଡୋରିରେ ଭାଈର ହାତରେ ରାକ୍ଷୀ ବାନ୍ଧିବ ଉଭଣୀ । ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବ। ଆସନ୍ତା ୩୦ ତାରିଖରେ ପାଳିତ ହେବାକୁ ଯାଉଛି  ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ହାଟ,…

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଘଟଣା: ବଢିଲା ମହିଳା ଜେଲରଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

କଣ୍ଟାବାଞ୍ଜି: ସାମ୍ବାଦିକଙ୍କୁ ହତ୍ୟା ପାଇଁ କଣ୍ଟାବାଞ୍ଜି ଜେଲରଙ୍କ ଷଡଯନ୍ତ୍ର ଘଟଣା ।  ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଜେଲ୍ ଡିଆଇଜି । ଜେଲ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଅଧିକାରୀ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ପରେ ୱେବ ସାମ୍ବାଦିକ…

୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ଠପ୍

କାମାକ୍ଷାନଗର: ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି  । କାମାକ୍ଷାନଗର ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ  ।  ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ…

ବୁଢାପଡା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ: ୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଲମ୍ବିତ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୁଢାପଡା ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ  ।  ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି  । ଏହି ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଗତକାଲି ସ୍କୁଲ ପାଖ ଏକ ନାଳରେ ବୁଡି ଜଣେ ତୃତୀୟ ଶ୍ରେଣୀ ଛାତ୍ରର…

ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ତୁରନ୍ତ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି

ପୁରୀ : ପୁରୀ ମେଡିକାଲ କଲେଜ ରାଗିଂ ଘଟଣାକୁ ନେଇ ବଢିଛି ଚର୍ଚ୍ଚା । ତେବେ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ…

ଜିଲ୍ଲା ମାନ୍ୟତା ଦାବି : ଆଜି ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ବିଶେଷ କରି ତୁରେଇକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜିରେ ଏହାର…