Latest Odisha News

BREAKING NEWS

Browsing Category

ଓଡିଶା

Odisha

୫୬୦ ଗ୍ରାମ୍‌ର ଅପରିପକ୍ୱ ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର

ଭୁବନେଶ୍ୱର: ଜନ୍ମ ସମୟରେ ଅପରିପକ୍ୱ ଭାବେ ଜନ୍ମଲାଭ କରିଥିବା ମାତ୍ର ୫୬୦ଗ୍ରାମ୍ ଓଜନର ଶିଶୁପୁତ୍ରକୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍…

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ ଅନୁଗୁଳ- ସଦାଶିବ ନାୟକ…

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ପ୍ରତିନିଧି ଦଳ ସହ ସିଏମଓ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସମ୍ପର୍କରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ଆଜି ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସିଏମଓର ବରିଷ୍ଠ ଅଧିକାରୀଙ୍କୁ…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ ସେମାନଙ୍କ…

‘ଓଡ଼ିଶାର ଅଗ୍ରଣୀ ନାୟକ ଯିଏ ଆମ ସମାଜକୁ ଦିଅନ୍ତି ଭିନ୍ନ ରୂପ’

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ମୁରୁସୁଆଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଆବାସିକ ବିଦ୍ୟାଳୟରେ ପରିଚାରିକା ଭାବେ କାମ କରନ୍ତି ୫୩ ବର୍ଷୀୟା ଅନାମୀ ମାଝୀ । ଜଣେ ଦୟାଳୁ ଏବଂ କରୁଣାମୟୀ ମହିଳା ଭାବେ ଅନାମୀ ନିଜ ଜୀବନକୁ ଆଦିବାସୀ ଶିଶୁମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।…

ବିଜେଡିର ‘ମାଆଙ୍କୁ ସମ୍ମାନ’ ନାରାକୁ ମିଛ କହି ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଓ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ବର୍ଷିଛି କଂଗ୍ରେସ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ…

ଅଗଷ୍ଟ ୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ୧୦ରେ ପ୍ରଧାନମନ୍ତ୍ରୀ ରଖିବେ ଜବାବ; ପ୍ରସ୍ତାବକୁ ବିରୋଧ…

ନୂଆଦିଲ୍ଲୀ: ବିରୋଧି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଅଗଷ୍ଟ ୮ ତାରିଖ ଆଲୋଚନା ଆରମ୍ଭ ହେବ । ଏହା ପରେ ଅଗଷ୍ଟ୯ କିମ୍ବା ୧୦ରେ  ଚର୍ଚ୍ଚା ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ । ସଂସଦରେ ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନ ଆଣିଲେ…

୨ ଦିନ ଅତିପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ,…

ଦିଲ୍ଲୀରେ ସମ୍ବଲପୁରୀ ଛିଟା: ସମ୍ବଲପୁରୀ ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ବିଜେପି ନେତା

ଭୁବନେଶ୍ୱର:ଆଜି ସମ୍ବଲପୁର ଦିବସ । ଖାଲି ସମ୍ବଲପୁର ନୁହେଁ,  ଦିଲ୍ଲୀ ବି ଦେଖିବାକୁ ମିଳିଛି ଆଜି ସମ୍ବଲପୁରୀ ଛିଟା । ଆଜି ତିନି ଜଣ ବରିଷ୍ଠ  ମନ୍ତ୍ରୀଙ୍କୁ ସମ୍ବଲପୁରୀ ପରିଧାନରେ ଦେଖିବାକୁ ମିଳିଛି । ଏହି ତିନି ମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ…

ତୁଟିଲା ବନକଲାଗି ନୀତି ବିବାଦ, ଆସନ୍ତା ୯ରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଦୀର୍ଘ ଏକ ମାସ ଧରି…