Latest Odisha News

BREAKING NEWS

Browsing Category

ଓଡିଶା

Odisha

CGL ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ରେଡ: ୧୦ ଦଲାଲ ଗିରଫ

ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି ।…

ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା, ବିଜେଡିରେ ସର୍ବାଧିକ: ଏଡିଆର୍

ଭୁବନେଶ୍ୱର: ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୬୪ ଜଣ ସେମାନଙ୍କ ନାଁରେ ଅପରାଧିକ ମାମଲା ଥିବା ସତ୍ୟପାଠ ଦେଇଛନ୍ତି । ୬୪ରୁ ୪୬…

ଦାଦାବଟି ପାଇଁ ବୋମାମାଡ଼ ଘଟଣା, ଗ୍ୟାଙ୍ଗ ମୁଖ୍ୟ ସହ ୫ ଗିରଫ

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବୋମାମାଡ଼ର ୨୪ ଘଣ୍ଟାରେ ପୁରୀ ପୋଲିସ ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ରାଜା ମଲ୍ଲିକଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ଟି ଅଫୁଟା ବୋମା, ୨ଟି ବାଇକ, ଗୋଟିଏ ମୋବାଇଲ୍ ଓ…

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ ।…

କଟକରେ ମୁକୁଳା ଡ୍ରେନ୍ ନେଲା ଜୀବନ, ୨୧ ବର୍ଷର ଯୁବକ ମୃତ

କଟକ: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । କଟକର ଝୋଳା ସାହିରେ ଶନିବାର ରାତିରେ ମୁକୁଳା ଡ୍ରେନରେ ଖସି ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନାଁ ରାହୁଲ । ଘର ରାଜସ୍ଥାନରେ ହୋଇଥିବା ବେଳେ ସେ କଟକର ଝୋଲାସାହିରେ ସମ୍ପର୍କୀୟଙ୍କ ସହ ରହୁଥିଲେ । ଗତକାଲି ପ୍ରବଳ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି: ୨୪ ଘଣ୍ଟାରେ ଝାରସୁଗୁଡାର କିର୍ମିରାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ଭୀଷଣ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଛି। ଝାରସୁଗୁଡା ଜିଲ୍ଲାର…

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର; କ୍ଷତି ପୂରଣ ଦାବିରେ ରାଜପଥ ଅବରୋଧ

ନୂଆପଡ଼ା: କୋମନା ରେଞ୍ଜ ବିରୁନପଦର ଗାଁ ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଘନଶ୍ୟାମ ପଟେଲ। ଗୁରୁତର ଅବସ୍ଥାରେ ପୁଅକୁ ନୂଆପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା…

ଜଗତସିଂହପୁର ମାଛଗାଁ କେନାଲରେ ଘାଇ: ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଣି

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତରିକୁନ୍ଦ ବଜାରର ଅଧିକାଂଶ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ଆରଡି ଜୁନିୟର କଲେଜ

ଭୁବନେଶ୍ୱର: ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁରୋଧ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି…

ମିଶ୍ରଣ ପର୍ବ: ବିଜେପିରେ ମିଶିଲେ ଚିଲିକାର ବିଜେଡି ନେତା ଓ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର…