Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରର ପିଏମ-ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ବିଳମ୍ବ କରୁଛି କି ବିଜେଡି ସରକାର?

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶାସକ ବିଜୁ ଜନତା ଦଳର ବିଫଳତାକୁ ନେଇ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ତୀବ୍ର ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ…

ଚିକିତ୍ସାଧୀନ ଅବସ୍ଥାରେ ଏକ ମାଈ ହାତୀର ମୃତ୍ୟୁ

ଢେଙ୍କାନାଳ: ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ୨୫ରୁ ୩୦ ବର୍ଷ ବୟସର ଏକ ମାଈ ହାତୀର ମୃତ୍ୟୁ ଘଟିଛି। କେଉଁ ପରିସ୍ଥିତିରେ ଏହି ହାତୀଟିର ମୃତ୍ୟୁ ହେଲା ସେନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ହାତୀଟି ଅସୁସ୍ଥ ଥିବା…

ଉତ୍ତରାଖଣ୍ଡରେ ସୁଡଙ୍ଗ ଭିତରୁ ଆସିଲା ଫସିଥିବା ଓଡ଼ିଆଙ୍କ ବାର୍ତ୍ତା

ଡେରାଡୁନ: ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ଗୁରୁବାର ଆଶାର କିରଣ ଆସିଛି। ଫସି ରହିଥିବା 40 ଶ୍ରମିକଙ୍କ ମଧ୍ୟରୁ ଜଣେ ଓଡ଼ିଆ  ତାଙ୍କ ପରିବାରକୁ ନିଜ ସ୍ୱରର ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଧୀରେନ ନାୟକ ସୁଡଙ୍ଗ ଭିତରେ ଫସି ରହିଥିଲେ ମଧ୍ୟ ସେ ଓ ତାଙ୍କ…

ରାଜଧାନୀରେ ଜନଜାତି ଚିତ୍ରକଳା କର୍ମଶାଳା; ସାରା ରାଜ୍ୟ ଦେଖିବ ଗୌରବମୟ ସଂସ୍କୃତି ଓ ଉତ୍କର୍ଷ ଐତିହ୍ୟ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ…

ଗଜପତି ଜିଲ୍ଲାରେ ନଅ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଗଜପତି: ମୋହନା ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ବ୍ୟାପକ ଗଞ୍ଜେଇ ଗଛକୁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ନଷ୍ଟ କରିଛି। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ନଅ କୋଟି ଟଙ୍କା ହେବ। ମୋହନା ଥାନା ଅନ୍ତର୍ଗତ ଜୁକା ପଞ୍ଚାୟତର ବୋମ ଗ୍ରାମରେ ବେଆଇନ ଭାବେ ଗଛକଟା…

ପଶ୍ଚିମବଙ୍ଗରେ ବସ୍ ପୋଡ଼ି ଘଟଣାକୁ ସାତ ଦିନ, ଏଯାଏ ପରିବାର ଲୋକଙ୍କୁ ମିଳିନି ପୁଷ୍ପାଞ୍ଜଳିଙ୍କ ମର ଶରୀର

କେନ୍ଦ୍ରପଡା: ପଶ୍ଚିମବଙ୍ଗ ବସ୍ ଦୁର୍ଘଟଣାକୁ ୭ ଦିନ ବିତିଗଲାଣି। ମୃତକ ମହିଳା ପୁଷ୍ପାଞ୍ଜଳି ଦାସଙ୍କ ମର ଶରୀର ଏଯାବତ କିନ୍ତୁ ଘର ପହଁଚିପାରିନି। ଏହାକୁ ନେଇ ପରିବାର ଲୋକେ ନିରାଶ ହେବା ସହ ଶେଷକୃତ୍ୟ କରିବାରେ ଅସମର୍ଥ ହୋଇଛନ୍ତି। ମୃତ ମହିଳା ପୁଷ୍ପାଞ୍ଜଳି ଦାସ ନିଜ ସ୍ୱାମୀ ଓ ପିଲାଙ୍କ…

ନାଟମଣ୍ଡପ ମରାମତି ପ୍ରସଙ୍ଗ: ଏନ୍‌ଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି (ଗୁରୁବାର) ଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଆସନ୍ତାକାଲି (ଶୁକ୍ରବାର) ଠାରୁ ଏଏସଆଇ ଏହି କାର୍ଯ୍ୟ ବିଧିବଦ୍ଧ ଭାବେ କରିବ । ଗରୁଡ଼ ସ୍ତମ୍ଭଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଶ୍ରୀମନ୍ଦିର…

ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେପି କୃଷକ ମୋର୍ଚ୍ଚା। ଏନେଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ରାଜ୍ୟରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ,…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ପୋଡି ମାରିବା ଘଟଣା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳ ସୁରିସାହିରେ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଶୈଳ ବାଲମୁଜ ଓ ସମ୍ବାରି ବାଲମୁଜ ନିଜ ଘରେ ଶୋଇଥିବାବେଳେ, ଗୁଣିଗାରେଡି ସନ୍ଦେହରେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର:ଆସନ୍ତାକାଲି ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ । ଏହାକୁ ଉଦଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ୧୮ ତାରିଖ ଠାରୁ ଏଥିରେ ବସିପାରିବେ ପର୍ଯ୍ୟଟକ । ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରିବ ଏହି ରୋପୱେ । ଏହି…