Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଦେବଗଡ଼ ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ଼ ଜିଲ୍ଲା ବାରକୋଟଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ…

ପିଜିବିଏମ୍‌ ପ୍ରତିଷ୍ଠାତା ସଭାପତି ରାହାସ ବିହାରୀଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ଅବସରପ୍ରାପ୍ତ ଆଗ୍ନିକ ଆରକ୍ଷୀ ଅଧିକ୍ଷକ, ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାରଳା ଗଜପତି ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ରାହାସ ବିହାରୀ ମହାନ୍ତିଙ୍କ ବିୟୋଗରେ ପାରଳା ଗଜପତି ବିକାଶ ମଞ୍ଚ (ପିଜିବିଏମ୍‌) ତରଫରୁ ମଞ୍ଚ କାର୍ଯ୍ୟାଳୟଠାରେ ବରିଷ୍ଠ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଗଠନ ହୋଇନି କମିଟି-ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର:ତାତିଲା ରତ୍ନଭଣ୍ଡାର ରାଜନୀତି । ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଏ ନେଇ ଆଜି ପୁରୀରେ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବାବେଳେ ବିଜେପି ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ବିଜେପିର ପୂର୍ବତନ ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମହାପ୍ରଭୁଙ୍କ ନିକଟରେ ଦୀପଦାନ କଲେ ବିଜୁ ଯୁବ ଜନତା ଦଳ

ପୁରୀ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି। ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ…

ଖଣି ଖନନ ନେଇ ଜନଶୁଣାଣି: କସ୍ମିନ କାଳେ ସିଜିମାଳିକୁ ବେଦାନ୍ତ ହାତକୁ ଟେକି ଦେବୁନି ବୋଲି ଅଡି ବସିଲେ ଅଞ୍ଚଳବାସୀ

ରାୟଗଡା:ଜନଶୁଣାଣିକୁ ବିରୋଧ । ସିଜିମାଳି ବକ୍ସାଇଟ ଖଣି ପାଇଁ ପରିବେଶ ଜନ ଶୁଣାଣିରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ପ୍ରଭାବିତ ଲୋକେ ବେଦାନ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ ନାରା ଦେଇଥିଲେ ।  ସିଜିମାଳିରେ ବେଦାନ୍ତ ଆଲୁମିନା କମ୍ପାନୀର ବକ୍ସାଇଟ ଖନନକୁ ନେଇ ସୁଙ୍ଗେର ଠାରେ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ, ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର କଲେ ଅନୁଧ୍ୟାନ

ମୟୂରଭଞ୍ଜ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନିଆରା ପ୍ରୟାସରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦୀର୍ଘ ଆଠ ମାସ ଧରି ବାରିପଦାସ୍ଥିତ ସଂସ୍କୃତି…

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ।  ଦେଖିଲେ ତ ଲାଗୁଥିଲା ସତେ ଯେମିତି  କିଛି ଗୋଟାଏ ବଡ ଅପରାଧ କରିଛନ୍ତି ଏମାନେ ।…

ଭଦ୍ରକରେ ଚାଞ୍ଚଲ୍ୟ: ୧୦ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା

ଭଦ୍ରକ: ସ୍ତ୍ରୀକୁ ହତ୍ୟା କରିବା ପରେ ୧ହ ବର୍ଷ ହେବ ଫେରାର ଥିଲା ଅଭିଯୁକ୍ତ  । ଆଉ ଏବେ ବାନ୍ଧିଲା ପୋଲିସ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁସ୍ତାଫାରୁର ଗାଁରେ  । ଅଭିଯୁକ୍ତ ଜଣକ ସେକ୍ ଚାନ୍ଦ ବାବୁ ବୋଲି ଜଣାପଡିଛି । ପୋଲିସ ଆଜି ସେକ୍ କୁ ଗିରଫ କରି କୋର୍ଟ…

୩୦ ଫୁଟ ତଳକୁ ଖସିଲା ଧାନ ବୋଝେଇ ପିକଅପ୍ ଭ୍ୟାନ୍, ଜଣେ ମୃତ

ବୌଦ୍ଧ:  ବୌଦ୍ଧ ଜିଲ୍ଲା ହାଟଗାଁ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଧାନ ବୋଝେଇ ପିକଅପ୍ ଭ୍ୟାନ୍ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି  । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି…