Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୋହୂ, କୁନି ନାତୁଣୀକୁ ଧରି ସ୍କୁଟିରେ ଡାକ୍ତରଖାନା ଯାଉଥିଲେ ଜେଜେବାପା; ଚାପିଦେଲା ଟ୍ରକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଚଷାପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ସ୍କୁଟିରେ ଯାଉଥିଲେ  ବୋହୂ ଓ ୪ ବର୍ଷର ନାତୁଣୀଙ୍କୁ ବସାଇ ଯାଉଥିଲେ ଜେଜେବାପା । ଚାପିଦେଲା ଟ୍ରକ । ଦୁର୍ଘଟଣାରେ ଜେଜେ ବାପା ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣା…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି, ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜାନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ମହାପ୍ରଭୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ ।…

ପତ୍ନୀଙ୍କୁ ହତ୍ୟା କରି ଝୁଲି ପଡ଼ିଲେ ସ୍ୱାମୀ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛି ସ୍ୱାମୀ ।  ସ୍ଥାନୀୟ ମୌଲାନା ସାହିରେ ଘଟିଛି ଏପରି  ହୃଦୟବିଦାରକ ଘଟଣା  । ଘର ଭିତରେ  ପଡିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା

କୋରାପୁଟ: କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE),…

ଏକୋଇଶିଆ ପୂର୍ବ ଦିନ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କଲା ବାପ

ବାଲେଶ୍ୱର: ଜନ୍ମକଲା ବାପ ସାଜିଲା ଜହ୍ଲାଦ! ଏକୋଇଶିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କରିଛି  ବାପ। ନୀଳଗିରି ସିଙ୍ଗିରିର ଏହି ଘଟଣା ଏବେ ସାରା ରାଜ୍ଯରେ ଚର୍ଚ୍ଚର ବିଷୟ ପାଲଟିଛି। ସୋମବାର ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ…

ରଥଯାତ୍ରା ପୂର୍ବରୁ ପୁରୀରେ ଆକାଶଛୁଆଁ ହେଲାଣି ହୋଟେଲ ରୁମ ବୁକିଂ ଦର

ଭୁବନେଶ୍ୱର: ଜୁନ୍ ୪ରେ ହେବାକୁ ଥିବା ସ୍ନାନଯାତ୍ରା ଏବଂ ପରେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ଗ୍ରାଣ୍ଡ୍ ରୋଡ୍ ପାର୍ଶ୍ୱରେ ହେଉଥିବା ଏହି ଭବ୍ୟ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ତେବେ ଏହା ପୂର୍ବରୁ ବିଶେଷ କରି ଗ୍ରାଣ୍ଡ୍ ରୋଡରେ ହୋଟେଲ୍ ରୁମ୍ ମୂଲ୍ୟରେ ଅହେତୁକ…

ରଥଯାତ୍ରା ପ୍ରସ୍ତୁତି ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିଙ୍କ ବୈଠକ, ଏହି ସବୁ ବ୍ୟବସ୍ଥା ଉପରେ ଗୁରୁତ୍ୱ

କଟକ: ଆସନ୍ତା ୨୦ ତାରିଖରେ ପୁରୀରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସୋମବାର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା…

ଏଣିକି ରେଶମ ପୋକ ନ ମାରି ପ୍ରସ୍ତୁତ କରାଯିବ ଗୀତ ଗୋବିନ୍ଦ ପାଟ

ପୁରୀ: ରେଶମ ପୋକ ନ ମାରି ପ୍ରସ୍ତୁତ ହୋଇଥିବା ବସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ । ପରୀକ୍ଷା ମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନ ମାରି ୮୮ ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ୮୮ ମିଟର ଲମ୍ବର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ ୪ ରୁ ୭ ଲକ୍ଷ…

ଫୋନ୍ ପେ’ରେ ଲାଞ୍ଚ ନେବାରେ ପ୍ରଥମ ମାମଲା, ଦୁଇ ଟିପିସିଓଡିଏଲ ଅଧିକାରୀ ଗିରଫ

ଭୁବନେଶ୍ୱର: ଡିଜିଟାଲ ପେମେଣ୍ଟ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱରରେ ଦୁଇ ଟିପିସିଓଡିଏଲ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସୋମବାର ଟିପିସିଓଡିଏଲର ଦୁଇ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିବା ବେଳେ ଡିଜିଟାଲ ପେମେଣ୍ଟ ଜରିଆରେ ଲାଞ୍ଚ କାରବାରର ପ୍ରଥମ…

ଭୁବନେଶ୍ୱର ଜୟପୁର ବିମାନ ସେବା ଦୁଇ ଦିନ ପାଇଁ ସାମୟିକ ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ବିମାନସେବା ବାଧାପ୍ରାପ୍ତ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଛି। ଇଣ୍ଡିଆଓ୍ୱାନ ଏୟାର ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଜୟପୁର ବିମାନ ବନ୍ଦର ମଧ୍ୟରେ…