Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଳବୈଶାଖୀ ନେଇ କଟକ, ଯାଜପୁର, କେନ୍ଦ୍ରାପଡ଼଼ା ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରା ଯାଇଥିବା ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ଝୁଙ୍କ ପବନ ହେବାର…

ଫରେଷ୍ଟ ଗାର୍ଡ ହତ୍ୟା ଘଟଣା: ଝାଡଖଣ୍ଡରୁ ଗିରଫ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ମୟୂରଭଞ୍ଜ:ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ନିକଟରେ ଫରେଷ୍ଟ ଗାର୍ଡ ବିମଳ ଜେନା ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୋମବାର ସେମାନଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ବାଲେଶ୍ବର ଏସପି ସାଗରିକା ନାଥଙ୍କ…

ଏପଟେ ଜଳୁଛି ସାରା ରାଜ୍ୟ; ସେପଟେ ଝଡ଼ବର୍ଷା ଓ ବଜ୍ରପାତ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ଗୋଟିଏ ପଟେ ସାରା ରାଜ୍ୟ ଜଳୁଛି । ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି । ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ର ୪୩ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ରହିଛି । ଏପରି ଭିତରେ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

 ନାଗ ଦେହରେ ଧଳା ରଙ୍ଗ ମାରି କହିଲେ ବିରଳ ଆଲବିନୋ !

ଭୁବନେଶ୍ୱର:ସାଧାରର ନାଗକୁ ଧରି ତା ଦେହରେ ବୋଳିଦେଲେ କେମିକାଲ ଦିଆ ଧଳାରଙ୍ଗ । କହିଲେ ବିରଳ ଧଳା ରଙ୍ଗର ଆଲବିନୋ । ଏହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା । ହେଲେ ଏହି ଘଟଣା  ମିଛ  ବୋଲି ଦାବି କରିଛନ୍ତି  ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।…

ତାଳଦଣ୍ଡା କେନାଲକୁ କେମିତି ଖସିଲା କାର୍ ? ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ

କଟକ: ତାଳଦଣ୍ଡା କେନାଲକୁ କେମିତି ଖସିଲା କାର୍ ? କେନାଲକୁ କାର୍ ଖସି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତାଳଦଣ୍ଡା କେନାଲର ପୁନରୁଦ୍ଧାର କରାଯାଇ ନବୀକରଣ କରାଯାଉ ଥିବା ବେଳେ କାର କେମିତି ଖସିଲା ? ସୋମବାର ତାଳଦଣ୍ଡାକୁ କାର ଖସିଯାଇ ଆଖି ବୁଜିଥିଲେ ବ୍ୟବସାୟୀ…

ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର (CHSE) ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇର ବିଜ୍ଞାନ, ବାଣିଜ୍ୟ  ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।…

୧୦୬ଟି ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ବଢ଼ିବ ୧୩ ହଜାର ଯୁକ୍ତ ୨ ସିଟ୍

ଭୁବନେଶ୍ୱର: ବଢ଼ିବ ଯୁକ୍ତ ୨ ସିଟ୍ । ଚଳିତବର୍ଷ ମାଟ୍ରିକ୍ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ଯୁକ୍ତ ୨ ସିଟ୍ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଖୋଲାଯିବ ।  ୧୦୬ଟି ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ ବୋଲି…

ବାଲିଗୁଡ଼ାରେ ବାଘ ! ବନ ବିଭାଗ କହିଲା ଗୁଜବ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଖେଳି ଯାଇଛି ବାଘ ଆତଙ୍କ । ଭୟଭୀତ ହୋଇ  ପଡ଼ିଛନ୍ତି ଲୋକେ । ବାଲିଗୁଡା ସହରର ବଡଗାଁ ନିକଟ ଖଡଗ ନଦୀ କୂଳରେ ୨ଟି ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ଏକପ୍ରକାର ଆତଙ୍କ ଖେଳି ଯାଇଛି । ହେଲେ ବନ ବିଭାଗ ଏପରି ଅଭିଯୋଗକୁ ଖଣ୍ଡନ କରିଛି । ବିନ…

ସାଢେ ୧୧ ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର; ରାଜଧାନୀରେ ୩୭ ଛୁଇଁଲା ପାରଦ

ଭୁବନେଶ୍ୱର: ସକାଳୁ ସକାଳୁ ବଢୁଛି ତାତି । ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ଦେଉଛି । ଏମିତି ଦୃଶ୍ୟ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ସକାଳୁ ରାଜଧାନୀର ତାତି ଅସମ୍ଭାଳ ହୋଇପଡିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩…

ବାଲିଗୁଡ଼ାରେ ମାତିଛନ୍ତି ବାଘ, ଅଳ୍ପକେ ବର୍ତ୍ତିଲେ ପମ୍ପ ହାଉସ୍‌ର ୨ କର୍ମଚାରୀ

କନ୍ଧମାଳ : ମାତିଛି ବାଘ । ବାଲିଗୁଡ଼ାରେ ଆତଙ୍କ ଖେଳାଇଛି ବାଘ । ଖଡ଼ଗ ନଦୀ କୂଳରେ ୨ଟି ବାଘ ବୁଲୁଥିବାର ସୂଚନା ମିଳିଛି । ପମ୍ପ ହାଉସ୍‌ର ୨ ଜଣ କର୍ମଚାରୀଙ୍କୁ ବାଘ ଆକ୍ରମଣ କରିବାକୁ ଗୋଡ଼ାଇଥିବା କହିଛିନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ପମ୍ପ ହାଉସ୍‌ର ୨ ଜଣ…