Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗ୍ନିକାଣ୍ଡରେ ୭ ଗାଈବାଛୁରୀ ଜୀବନ୍ତ ଦଗ୍ଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ।  ଚାଷ ଜମିରେ ନିଆଁ ଲାଗି ଜଳିଗଲେ ୭ ଗାଈବାଛୁରୀ ।  କେହି ଜଣେ ଚାଷଜମିରେ ନିଆ ଲଗେଇଥିବା ସନ୍ଦେହ କରାଯାଉଛି ।  ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀଙ୍କ ଘର ଜଳି…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ କୋଟିର ସ୍ୱାସ୍ଥ୍ୟବୀମା

ପୁରୀ:  ଆଉ ମାତ୍ର ୭ ଦିନ ପରେ ରଥଯାତ୍ରା  ।  ରଥଯାତ୍ରା ସୁପରିଚାଳନା ପାଇଁ ଆଜି ନୀଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ…

ଶାସନ ସଚିବଙ୍କ ନିର୍ଦ୍ଦେଶ: ଫୋନ ଏବଂ ସୋସିଆଲ ମିଡିଆରେ ଆସୁଥିବା ସମସ୍ୟା ପ୍ରତି ଧ୍ୟାନ ଦିଅ, ବିଦ୍ୟତକାଟ ସମସ୍ୟାର…

ଭୁବନେଶ୍ୱର: ବିଜୁଳିକାଟ ସମସ୍ୟାର ତୁରନ୍ତ ସମାଧାନ କର । ଖରା ଏବଂ ଗୁଳୁଗୁଳି ଅସହ୍ୟ ହେଉଥିବାବେଳେ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ଆବଶ୍ୟକ । ତେଣୁ ଫୋନ ଏବଂ ସୋସିଆଲ ମିଡିଆରେ ଆସୁ୍‌ଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ସୋମବାର କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

ଯୁକ୍ତ ୩ ନାମଲେଖା: ଅନଲାଇନ୍ ଫର୍ମପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ତିନି ଅନଲାଇନ ଆଡମିଶନ ପାଇଁ ପ୍ରକାଶ ପାଇଲା ତାରିଖ । ଛାତ୍ରଛାତ୍ରୀ  ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ କରିପାରିବେ । ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ । ଜୁଲାଇ ୧୪ରେ ପ୍ରକାଶ ପାଇବ…

ସାଢେ ଦୁଇଟା ସୁଦ୍ଧା ରାଜଧାନୀ ତାପମାତ୍ରା ୪୩.୮, ଆହୁରି ୫ ଦିନ ଜାଳିବ

ଭୁବନେଶ୍ୱର: ରାଜଧାନୀରେ ଅହସ୍ୟ ଗୁଳୁଗୁଳି ଓ ତାତି । ଖାଲି ରାଜଧାନୀ ନୁହେଁ ସାରା ଓଡ଼ିଶା ଆଜି ଛଟପଟ ହେଉଛି ଖରାତାତିରେ । ସକାଳ ୫ଟାରୁ ଆଜି ତାପମାତ୍ର  ବୃଦ୍ଧି ଦେଖି ଖରା ଅସହ୍ୟ ହେବ ବୋଲି ଅନୁମାନ କରାଯାଉଥିଲା । ଅପରାହ୍ନ ସାଢେ ୨ଟା ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇ ରାଜଧାନୀ  ୪୩.୮…

ଠେଙ୍ଗାରେ ପିଟି ବାପାକୁ ହତ୍ୟା କଲା ପୁଅ; ମା’ ଗୁରୁତର

 ଦେବଗଡ: ମହଙ୍ଗା ପଡ଼ିଲା ମଦ ନିଶା । ନିଶା ପାଖରେ ଫିକା ପଡିଲା ରକ୍ତ ସମ୍ପର୍କ । ହଜିଗଲା ବିବେକବୋଧ । ମଦ ନିଶାରେ ବାପାକୁ ହାଣିଦେଲା । ବାପାକୁ ବଞ୍ଚାଇବାକୁ ଆସି ମା’ ବି ହେଲା ଆକ୍ରୋଶର ଶିକାର । ଆଉ ଏପଟେ ନିଶା ଉତୁରିଲା ବେଳକୁ ହତ୍ୟାକାରୀ ପୁଅ ଏବେ ଜେଲ ଚାରିକାନ୍ଥ ଭିତରେ । ଏମିତି…

ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା; ଯେତେ ଖୋଜୁଛି, ସେତେ ବାହାରୁଛି

ଭୁବନେଶ୍ୱର:ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା । ଯେତେ ଖୋଳୁଛି ସେତେ ବାହାରୁଛି ସମ୍ପତ୍ତି । ସୋମବାର କଟକ ସଦର ବ୍ଲକ ଆସିଷ୍ଟାଣ୍ଡ ଇଞ୍ଜନିୟର ବିକାଶ ଚରଣ ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ବାବୁଙ୍କର…

ବଲିଉଡ କଣ୍ଠଶିଳ୍ପୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, କଟକ ମହିଳା ଥାନାରେ ଏତଲା

କଟକ: ବଲିଉଡର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା କୋଲକାତା ନିବାସୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଯୁବତୀ। ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନାକୁ ଯାଇଥିଲେ, ସେଠାରୁ ମହିଳା ଥାନା ପଠାଇଥିଲା ପୋଲିସ। ଗାୟିକା…

ବାହାନଗାରେ ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କାଟ

ବାହାନଗା: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ବାହାନଗାରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ଯଜ୍ଞ। ଏହି ସର୍ବଧର୍ମ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆସିଥିଲେ। କିନ୍ତୁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀ ଆସିଥିବା ବେଳେ ହଠାତ ସଭାରେ ବିଦ୍ୟୁତ…

ମୁକ୍ତା ଯୋଜନାରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ୧୮୩ କୋଟି ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୪୨ଟି ସହରାଞ୍ଚଳ ପାଇଁ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପର୍ୟ୍ୟାୟରେ ଗଞ୍ଜାମ, ଗଜପତି,…