Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକ ଶେଷ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରୁ ନୂଆ ରତ୍ନ ପଲଙ୍କରେ ନିଦ୍ରା ଯିବେ ମହାପ୍ରଭୁ। ତିନି ସେଟ୍ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ଆସନ୍ତା ୧୪ ଏପ୍ରିଲରୁ ଏହା…

ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି । ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ,…

ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା । ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡର FTLର ଦୈନିକ କୋଟାକୁ ଦୁଇଗୁଣା କରାଯିବ । ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି…

ଖଣି ଲିଜ୍‌ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ…

ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ନେଇ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି । ଦେଢ଼ କିଲୋମିଟର ଦୂରରୁ ଝଲସିବ…

ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି

ରାୟଗଡା: ବେଦାନ୍ତର ରାସ୍ତା ନିର୍ମାଣକୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି। କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ତା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ…

ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟରେ ଗୁଳିକାଣ୍ଡ । ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ କୁଆଁସରପୁର ଅଞ୍ଚଳର ସୋମ୍ୟ ରଞ୍ଜନ ସାମଲ ବୋଲି ଜଣାପଡିଛି । ସୋମବାର ରାତିରେ ଯାଜପୁର ସହରର କାଳିମେଘା ନିକଟରେ…

ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ

ଭୁବନେଶ୍ୱର: ପୁଣିଥରେ ବିବାଦ ଘେରରେ ରହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିଜେ ଦେଇଥିବା ବୟାନ ପାଇଁ ଲୋକହସା ହେବାକୁ ପଡିଛି । ତାଙ୍କର ବିବାଦୀୟ ବୟାନ ପାଇଁ ଅପଦସ୍ତ ହୋଇଛନ୍ତି ସରକାର । ୫ କିଲୋ ଏଲପିଜି ଗ୍ୟାସ ବନ୍ଦ ହେବ ବୋଲି କହିଥିଲେ ମନ୍ତ୍ରୀ । ଏପରିକି ଖୋଲା ଗ୍ୟାସ ମିଳିବ…

ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ଼ ଜଗତରୁ ଆସିଲା ଦୁଃଖଦ ଖବର। ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ। ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ବାଇଁଙ୍କର ୭୫ବର୍ଷ ବୟସରେ ଆଜି ସକାଳ ପ୍ରାୟ ୬ଟାରେ ଚିକିତ୍ସାଧିନ ଅବସ୍ଥାରେ…

Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା

ଭୁବନେଶ୍ୱର: ରାଜ୍ୟରେ କମୁନି କାଳବୈଶାଖୀ କୋପ। ଆଜି ୨୦ ଜିଲ୍ଲାକୁ ଝଡବର୍ଷା ସହ ବିଜୁଳି ଘଡଘଡି ଚେତାବନୀ। ଆସନ୍ତା ସପ୍ତାହେ ଯାଏ ଏଭଳି ସ୍ଥିତି ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବିଜୁଳି ଘଡ଼ଘଡ଼ି ପାଇଁ ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…