Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା କଟକଣା ପାଇଁ ପଣା ସଂକ୍ରାନ୍ତି ଫିକା

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ, ମହାବିଷୁବ ତଥା ପଣା ସଂକ୍ରାନ୍ତି । ଆଜିଠୁ ରାଜ୍ୟରେ ପ୍ରଚଳନ ହୁଏ ନୂତନ ପାଞ୍ଜି । ପଣା ସଂକ୍ରାନ୍ତି ସହ ମହାବୀର ଜୟନ୍ତୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନିଷ୍ପତ୍ତି…

ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ନୂଆ ବର୍ଷରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା ।…

ସମାଜକୁ ସୁସ୍ଥ ଓ ରୋଗମୁକ୍ତ କରିବାକୁ ପ୍ରୟାସ: ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ଭାରତର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ…

କରୋନା ପାଇଁ ନୂଆପଡ଼ାରେ ବନ୍ଦ ରହିବ ଦୋକାନ ବଜାର

ନୂଆପଡ଼ା : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିବା ସହ ଲୋକେ ଭୟଭୀତ ହେଲେଣି । କରୋନା ସଂକ୍ରମଣକୁ ନଜରରେ ରଖି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବଡ଼ ନିଷ୍ପତ୍ତି ନେଇଛି ବଣିକ ସଂଘ । ଆସନ୍ତା ଏପ୍ରିଲ ୧୬ ତାରିଖରୁ…

କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ୭ଟି ଦୋକାନ ସିଲ୍, ନବରଙ୍ଗପୁର ଜିଲ୍ଲା ପ୍ରଶାସନର କଡା ଯାଞ୍ଚ

ଉମରକୋଟ: ଅମାନିଆ ଦୋକାନୀ ଓ ଗ୍ର।ହକଙ୍କୁ ସାବାର୍ଡ କରିବାକୁ କଡା ଯାଞ୍ଚ କରୁଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଆଜି କୋଭିଡ ନିୟମ ଉଲ୍ଲଙ୍ଘନରେ ଉମରକୋଟ ସହରର ୭ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଏହାସହ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି…

ଆଜିଠୁ ଗଡ଼ିଲା ଭୁବନେଶ୍ବର-ନୟାଗଡ଼ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଆଜିଠୁ ଭୁବନେଶ୍ବରରୁ ନୟାଗଡ଼କୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନ୍ ଆଜି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ରେ ଛାଡିଛି । ଏହି ଟ୍ରେନ୍ ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଭୁବନେଶ୍ବର ଅଭିମୁଖେ ଛାଡିବ । ତେବେ ଏହି ଟ୍ରେନଟି ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତିକରଣ ରୁଟରେ ଚଳାଚଳ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

କରୋନାରୁ ସୁସ୍ଥ ହେଲେ ଆଉ ୫୨୩ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୫୨୩ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ…

୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜାରି ରହିଛି ତାତି । ପାରଦ ବଢ଼ୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ାରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ । ଆଜି…

ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୯୧ ନୂଆ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୯୧ ପଜିଟିଭ୍ । ସଂକ୍ରମିତଙ୍କ ମଧ୍ୟରୁ ୧୪୬ ଜଣ ଲୋକାଲ କେସ୍ ଥିବା ବେଳେ, କ୍ବାରେଣ୍ଟାଇନରୁ ୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି…