Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର : ଓଁ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ଶିବ ପଞ୍ଚାକ୍ଷରୀ ଧ୍ବନୀ ସହ ଭକ୍ତିମୟ ହେଲା ପରିବେଶ । ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ…

ଗୋପାଳପୁର ସମୁଦ୍ରରେ ଓଲଟିଲା ବୋଟ୍, ୯ ପର୍ଯ୍ୟଟକ ଉଦ୍ଧାର

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଅଘଟଣ । ଗୋପାଳପୁର ସମୁଦ୍ର ଭିତରକୁ ବୁଲିବାକୁ ଯାଇ ଫେରୁଥିବା ବେଳେ ଓଲଟିଲା ବୋଟ୍ । ଫଳରେ ବୋଟ୍‌ରେ ଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଇଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ବୋଟ୍‌ ପହଞ୍ଚି ପର୍ଯ୍ୟଟକଙ୍କ ଉଦ୍ଧାର କରିବାରେ ସଫଳ…

ସରକାରଙ୍କ ଦାବି, ଆୟତ୍ତରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନକୁ କେନ୍ଦ୍ରୀୟ ଟିମ୍ ଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଗୁରୁବାର ଦିନ ଓଡିଶା ସରକାର ଦାବି କରିଛନ୍ତି। ଜଙ୍ଗଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ନେଇ ଏକ ବିଜ୍ଞପ୍ତିରେ ବନ ବିଭାଗର ପ୍ରିନସିପାଲ୍ ଚିଫ୍ କନଜରଭେଟର…

ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା

ଭୁବନେଶ୍ବର : ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲି ବଲ ପ୍ରତିଯୋଗିତା । ମହିଳା ସିନିୟର ବିଭାଗରେ କେରଳ ଓ ପୁରୁଷ ବିଭାଗରେ ହରିୟାଣା ଚାମ୍ପିଅନସ ଟ୍ରଫି ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ବିଭାଗରେ ରେଲଓ୍ବେକୁ ୩-୦ରେ ହରାଇ ଚାମ୍ପଅନ୍ ହୋଇଛି କେରଳ ।…

ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ ମାଲବାହୀ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଛି। ସୂଚନାନୁସାରେ, ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇ ଦେଇଥିଲେ। ଏନେଇ ସେ ରେଲୱେ…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ ୨୦୨୧

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ । ଏଥିପାଇଁ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛନ୍ତି ମହିଳା ଖେଳାଳି । ୮ଟି ଦଳ ମଧ୍ୟରେ ଏହି ଲିଗ୍ ମ୍ୟାଚ୍ ଖେଳାଯିବ । ଅପରାହ୍ନ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ । ଏହି ଫୁଟବଲ…

ଶିମିଳିପାଳରେ ନିଆଁ ଲାଗିବା ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡର କାରଣ ଜାଣିବା ତଥା ନିଆଁକୁ ଆୟତ୍ତ କରିବାରେ ରାଜ୍ୟକୁ ସହାୟତା କରିବା ପାଇଁ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାଇଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଜଙ୍ଗଲ, ନ୍ୟାସନାଲ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ସମ୍ବଲପୁରରୁ…

ଶିମିଳିପାଳରେ ଆଜି ବି ହେଲା ବର୍ଷା, ବିଭିନ୍ନ ସ୍ଥାନରେ ଲିଭିଲା ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳର ବର୍ଷା ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳରେ ନିଆଁ ଲିଭି ଯାଇଛି । ସୂଚନା ଅନୁଯାୟୀ, ଆଜି ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ, ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି…

ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଆହତ

ଭୁବନେଶ୍ୱର: ଆଜି ଅପରାହ୍ନରେ ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଗରିଲା ଯନ୍ତା ପାଖରେ ଥିବା ଏକ ଗଛରେ ମହୁଫେଣା କୌଣସି କାରଣରୁ ଭାଙ୍ଗି ଯିବାରୁ ହଠାତ୍ ମହୁମାଛିମାନେ ମାଡି ଆସିଥିଲେ । ପାଖରେ ଥିବା ପର୍ଯ୍ୟଟକ…