Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱରରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ବାପଘରର ସାଂଘାତିକ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପୁଣି ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳାଙ୍କର ତାଙ୍କ ଶାଶୁଘରେ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ତେବେ ଏହା ଆତ୍ମହତ୍ୟା କିମ୍ବା ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଅଧିକ ଯୌତୁକ ଦାବି କରି ତାଙ୍କୁ…

ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ସମୟରେ ବିଧାନସଭା କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରବିବାର…

ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଗିରଫ ହେଲେ ଜେଲ୍ ଅଧୀକ୍ଷକ

କଟକ: ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଫେରାର ମାମଲା। ଗିରଫ ହେଲେ ପୂର୍ବତନ ଜେଲ୍ ଅଧୀକ୍ଷକ। ଚୌଦ୍ୱାର ଜେଲ୍ କଏଦୀ ଫେରାର ଏବଂ କାଗଜପତ୍ର ଜାଲିଆତି ମାମଲାରେ ଚୌଦ୍ୱାର ସର୍କଲ ଜେଲ୍‌ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ବାନ୍ଧିଲା ପୋଲିସ। ସୁଜିତଙ୍କୁ ଘରୁ ଉଠାଇ ନେଇଛି ପୋଲିସ। ତେବେ…

Online betting fraud: ଅନଲାଇନ୍ ବେଟିଂ ଆପ୍ ରାକେଟର ପର୍ଦ୍ଦାଫାସ: ୩ ଗିରଫ,୭୮ ଏଟିଏମ୍ କାର୍ଡ ଜବତ

ଛତ୍ରପୁର: ଅନଲାଇନ୍ ବେଟିଂ ଆପ୍ ରାକେଟର ପର୍ଦ୍ଦାଫାସ କରିଛି ଅନଲାଇନ୍ ବେଟିଂ ଜରିଆରେ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ରାକେଟ୍ ର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ସଂଖ୍ୟକ ଡିଜିଟାଲ୍ ଉପକରଣ, ଏଟିଏମ୍ କାର୍ଡ, ସିମ୍ କାର୍ଡ ଓ…

ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଖଣି ଏବଂ ଖଣିଜ ଦ୍ରବ୍ୟ ବିକାଶ ତଥା ନିୟନ୍ତ୍ରଣ (ଏମଏମଡିଆର) ଆଇନରେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସଂଶୋଧନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ତୁରନ୍ତ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ…

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ଧାର ନେଇଥିବା ୭ ଲକ୍ଷ ଟଙ୍କା ଫେରାଇଲେନି ସାଙ୍ଗ, ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାଙ୍ଗମାନଙ୍କୁ ନିଜର ଭାବି ବିଶ୍ୱାସ କରି ଧାର ଆକାରରେ ଦେଇଥିବା ବିପୁଳ ଅର୍ଥ ଆଉ ଫେରି ନ ପାଇବାରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ନିଜର କଷ୍ଟ ଉପାର୍ଜିତ ୭ ଲକ୍ଷ ଟଙ୍କା ସାଙ୍ଗମାନେ…

ହସ୍ପିଟାଲରେ ଉତ୍ତେଜନା: ଡାକ୍ତର ଅନୁପସ୍ଥିତି ଅଭିଯୋଗରେ ଭଙ୍ଗାରୁଜା

ସାରସକଣା:ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଦେଖି କ୍ରୋଧିତ ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ସମ୍ପର୍କୀୟମାନେ ପରିସର ଭିତରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଔଷଧ ଭଣ୍ଡାର ଓ ଚିକିତ୍ସା କକ୍ଷରୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ,…

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି କି ବାତ୍ୟା ‘ଅର୍ଣ୍ଣବ’?

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି, ଯାହାକୁ ନେଇ ଓଡ଼ିଶା ଉପକୂଳରେ ପୁଣି ଥରେ ବାତ୍ୟା ଭୟ ଖେଳିଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ତାଜା ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର…

ମହାନଦୀ ଜଳ ବିବାଦ ସମାଧାନକୁ ନେଇ ବର୍ଷିଲା ବିଜେଡି, କହିଲା- ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ହେବାକୁ ଦିଆଯିବ ନାହିଁ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଜି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଅବସରରେ ମହାନଦୀ ଜଳ ବିବାଦ କୌଣସି ବିବାଦ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ଏହା ଉପରେ ବିଜୁ ଜନତା ଦଳ କଡା…

କାର୍ଯ୍ୟରତ ସମୟରେ ପୋଲିସଙ୍କୁ ମୋବାଇଲ ମନା, ନିୟମ ନମାଲିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ପୋଲିସ କର୍ମଚାରୀଙ୍କ ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସେବା ପ୍ରଦାନ କରିବା ସମୟରେ କର୍ତ୍ତବ୍ୟରେ ଅବହେଳା ରୋକିବା ପାଇଁ ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିସନରେଟ୍…