Latest Odisha News

BREAKING NEWS

Browsing Category

କବିତା

ଶ୍ରୀଗୁଣ୍ଡିଚା

ଶ୍ରୀଗୁଣ୍ଡିଚା ପ୍ରମୀଳା ଶତପଥୀ ରଥାରୁଢ ଜଗନ୍ନାଥ ଏକ ଅଖ୍ୟାତ ପଲ୍ଲୀର ଦ୍ୱିତୀୟା ଆକାଶରେ ଉଇ ଉଠିଲା ପୂର୍ଣ୍ଣମୀର ଚାନ୍ଦ। କଁଅଳ କାନ୍ଦ, ପତ୍ରଦେହରୁ ଝରିପଡିଲା ଆଷାଢର ଠୋପାଠୋପା ସ୍ନେହ, ପାଖ ଗାଁ ପବନ ଦେହରେ ଦୋଳି ଖେଳୁଥିଲା ଶଙ୍ଖହୁଳହୁଳି। ଏପଟେ ନାହିନାଡ, ସେ ପଟେ…

ରଥ ଯାତ୍ରା

ରଥ ଯାତ୍ରା କେଦାର ମିଶ୍ର ୧ ଦେହ ପରି ଏଇ ଦାଣ୍ଡ ଲମ୍ବିଅଛି କେଉଁ ଦୂର ଆଡପ ମଣ୍ଡପକୁ ଏ ଦେହ ଦେବତା ପରି, କେବେ ଯକ୍ଷ, କେବେ ଋଷି, କେବେ ପୁଣି ଡାକୁ । ଏ ଦେହ ପଥ ଯେତିକି, ରଥ ସେତିକି, ଏ ଦେହର ନାହିଁ ହାତ, ନାହିଁ ପାଦ, ନାହିଁ ମୁଖ-ବୁକୁ ଏ ଦେହର ଯେତେ ପୀଡା, ଯେତେ ବ୍ରୀଡା,…

ଜୀବାଳି

ଜୀବାଳି ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ହଁ, ଯା' କହିଲ ଠିକ୍ ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ, ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍ ସ୍ଵର୍ଗଦ୍ଵାର ଦର୍ଶନ! ତମେ ଠିକ୍ କହିଚ, ମୁଁ'ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ ଏବେ ଶେଷ ଦେଖା…

ତୁମେ କେମିତି ଜାଣିବ

ତୁମେ କେମିତି ଜାଣିବ ସଂଗ୍ରାମ ଜେନା ତୁମେ କେମିତି ଜାଣିବ କେତେ ଜଣ ତୁମକୁ ଭଲ ପାଆନ୍ତି । ମାଷ୍ଟ୍ରେ ଯାହା ପଢ଼ାଉଛନ୍ତି ସେ ସବୁ ସତ ବର୍ଷା ହେଲେ ନଈବଢ଼ି ଆସିବ କି ନାହିଁ ରାତି ହେଲେ କେତେ ତାରା ଉଇଁବେ କେତେ ଜଣ ଏ ବର୍ଷ ଗୋପନରେ ଗର୍ଭପାତ କରିଛନ୍ତି ସଞ୍ଜ ହେଲେ ସବୁ ପକ୍ଷୀ…

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି ଶୈଳବାଳା ମହାପାତ୍ର ସେଦିନୁ ବସିଛି ସମୁଦ୍ରକୁ ମୁହଁକରି ଦେଖିବି ବୋଲି ତମ ଉଆସ ଡୁବିବା ଦୃଶ୍ୟ ! ଆଉ କେତେ ବାଟ ଥିଲା କି ଏମିତି? ତମେ ତରତର ରେ ପକେଇଲ ପାହୁଣ୍ଡ କହିଲ: ଆସୁଥା' ପଛରେ ମୁଁ ଯାଉଛି ଆଗ ନାଆ କାଳେ ଛାଡ଼ି ଦେବ କୂଳ ! ଯା'…

ବାରମ୍ବାର ପ୍ରେମରେ

ବାରମ୍ବାର ପ୍ରେମରେ ନୀହାରିକା ମଲ୍ଲିକ ତୁମେ କୁହ ପ୍ରେମରେ ପଡିବା ସହଜ କ୍ଷଣଟିଏ ଲୋଡା, ଆଖିରେ ଆଖି ମିଶିବାକୁ ମନ ସହ ମନ ମିଶିବାକୁ ଆଉ ତାପରେ ବାସ୍ ହୋଇଯାଏ ପ୍ରେମ । ପରଖି ନିରେଖି ପ୍ରେମ କରିହୁଏନି , ଆଖିବୁଜି ବିଶ୍ଵାସର ସହ ପିଇଯାଅ ଆଉ ତା'ପରେ ଦେଖ ସବୁ ପ୍ରେମମୟ,…

ମଜା

ମଜା ଜ୍ଞାନ ହୋତା ଚାଳଘର ମଜା ଦୋତାଲାରେ ନାହିଁ ପଖାଳର ମଜା ତତଲାରେ ନାହିଁ ! ଗୁଣୁଗୁଣେଇବା ମଜା ଗାଇବାରେ ନାହିଁ ଚାଖିବାର ମଜା ଭାଇ ଖାଇବାରେ ନାହିଁ ! ଭାବିବାର ମଜା ଛୁଇଁବାରେ ନାହିଁ ଉଣ୍ଡିବାର ମଜା ଚାହିଁବାରେ ନାହିଁ ! ଚୁପ ରହିବାର ମଜା କହିବାରେ ନାହିଁ ଢୁଳେଇବା ମଜା…

କଳାଜାଇ

କଳାଜାଇ ବିକ୍ରମ କେଶରୀ ପାଣି ସଫେଦ କାଗଜଟା ଭଲ ଲାଗେନି ବୋଲି ଢାଳିଦେଲି ମେଂଚାଏ ରଂଗ ଗୋଚର ଜମିକୁ ଦେଖି କଷ୍ଟ ହେଲା ବୋଲି ନିଜେ ଚଷିଲି, ପୋତିଦେଲି ବୀଜ ସପ୍ନରେ ଡେଣା ଲାଗିଲା ଉଜୁଡା ସୁନ୍ଥାରେ ତୋର ରଂଗ ଚହଟିଲା । ଜହ୍ନରେ କଳଂକ ସୁନ୍ଦର ପ୍ରେମରେ ଯନ୍ତ୍ରଣା ମଧୁର । ତୋଫା…

ଯଦି କେବେ ନାରୀ ହୋଇଯିବି

ଯଦି କେବେ ନାରୀ ହୋଇଯିବି ରାଜେଂଦ୍ର କିଶୋର ପଂଡା ସୁନା ଖଡ଼ିକାରେ ଲହୁଣୀ ଲାଗିବ ମନରେ ଅୟୁତ ଡେଣା ସବୁ ଫୁଲ ସବୁ ଫେଣାରୁ ଠୁଳେଇ ଓଠୁ ହୃଦୁ ମହୁକଣା ମୟୂର ପୁଚ୍ଛର ବେହରଣ ନେବି ସରୁ ମୃଣାଳର କାଚ ଛୁଇଁ ଛୁଇଁ ସବୁ ଜୀଆଁଇ ଜୀଆଁଇ ହେଉଥିବି ନାଚନାଚ ଦୂରୁ ବହୁଦୂରୁ ଅଜଣା ଶିଖର…

ଦେହ

ଦେହ ସୌଭାଗ୍ୟବନ୍ତ ମହାରଣା ଦେହର ବିଚିତ୍ର କାରୁକାର୍ଯ୍ୟରେ ଚିହ୍ନା ଅଚିହ୍ନା ନିଃଶ୍ୱାସମାନଙ୍କ ଖେଳ ଦେହ ଏକ ମନ୍ଦିରର ମୁଖଶାଳା ସ୍ଥାପତ୍ୟର ନିର୍ମାଣ ଶୈଳୀରେ ସ୍ଥପତିର ମାୟା ଭିତରେ ବାୟା ହୁଏ ମୋହ ଓ କୋହର ଅଜବ୍ ବେଳ । ହାଡରେ ହାଡରେ ଖଂଜି ଦେଇଥିବା ମାଂସର କୋଣାର୍କ ,ରକ୍ତର…