Latest Odisha News

BREAKING NEWS

ମଜା

ମଜା

ଜ୍ଞାନ ହୋତା

ଚାଳଘର ମଜା ଦୋତାଲାରେ ନାହିଁ
ପଖାଳର ମଜା ତତଲାରେ ନାହିଁ !

ଗୁଣୁଗୁଣେଇବା ମଜା ଗାଇବାରେ ନାହିଁ
ଚାଖିବାର ମଜା ଭାଇ ଖାଇବାରେ ନାହିଁ !

ଭାବିବାର ମଜା ଛୁଇଁବାରେ ନାହିଁ
ଉଣ୍ଡିବାର ମଜା ଚାହିଁବାରେ ନାହିଁ !

ଚୁପ ରହିବାର ମଜା କହିବାରେ ନାହିଁ
ଢୁଳେଇବା ମଜା ପରା ଶୋଇବାରେ ନାହିଁ !

ଲଣ୍ଡା ହେବା ମଜା ଚନ୍ଦାରେ ତ ନାହିଁ
ନେତା ହେବା ମଜା କୋଉ ଧନ୍ଦାରେ ବି ନାହିଁ !

Leave A Reply

Your email address will not be published.