Latest Odisha News
Browsing Category

କବିତା

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…

କବିତା : ମେଘ

ଗଜାନନ ମିଶ୍ର ଯାଇଛି ଛିଣ୍ଡି ମେଘଙ୍କ ଡେଣା! କଟି ଯାଇଛି ତଳ ଉପର ହେଉ ହେଉ ସବୁ ସୂତ୍ର ମାଟି ଆଉ ଆକାଶର! ଯେତେ ଯାହା ଗଛଙ୍କ ଡାଳ ପତ୍ର ଆଉ ଫୁଲଫଳ ସବୁ ଆତଙ୍କିତ। ଚାଲୁ ନି ଡଙ୍ଗା ପାଣିରେ କି ଉଡୁନି ପବନରେ ଜରି ପୋଷାକ। ବର୍ଷ ପରେ ବର୍ଷ ଝରକା କବାଟ ମେଲା ଆଉ ଚାଲିଛି…

କବିତା : ସେଇ ହସ

ସଞ୍ଜିତା ପ୍ରଧାନ ଅଗଣିତ ଭାଗରେ ବିଭକ୍ତ ଆଜ ସନ୍ତର୍ପଣରେ ସାଉଁଟି ଥିବା ତୋ’ର ଅନିନ୍ଦ୍ୟ କଳେବର, ସମଗ୍ର ଅବୟବ କାଳାନଳେ ଦଗ୍ଧ ଆଜନ୍ମ ସଞ୍ଚିତ ସ୍ୱାଭିମାନର ।। ଦେଖିଥିବା ପୁଞ୍ଜାଏ ସ୍ବପ୍ନ ଚେଇଁଥିବା ମୁଦ୍ରିତ ନୟନ ଯୁଗଳେ ଅନାୟାସେ ନିବର୍ତ୍ତି ଯା’ନ୍ତି, ଅର୍ଣ୍ଣବ କଲ୍ଲୋଳେ…

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

କବିତା : ପଥିକ

ପ୍ରିୟମ୍ବଦା ସାମଲ ସାତସୁରେ ବନ୍ଧା ଏଇ ଜୀବନରେ ଦିଗହରା ସେ ପଥିକ କଣ୍ଟକିତ ପଥ କର ଆଲୋକିତ ତୁମେ ତ ଦିବ୍ୟ ନାୟକ। ଦେବାର ପଣରେ ତୁମେ ଯେ ଧନୀକ ନେବା ପଣେ ସିଏ ନିସ୍ବ ତୁମେ ଭାବମୟ ଭାବର ସାଗର ସେ ଅଟଇ ଝର ଶୁଷ୍କ । କର୍ମର ବୋଝରେ କ୍ଳାନ୍ତଶ୍ରାନ୍ତ କେବେ ବନ୍ଧୁରିତ ପଥ…

କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି ରାତ୍ରିର ଘୋର ଅନ୍ଧକାରେ କୋଠରୀରେ ଏକା ଏକା କ୍ଳାନ୍ତ ଆଳସ୍ୟ ଶରୀରରେ ନିଦ୍ରା ଦେବୀଙ୍କ ଆଗମନ। ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ ଆହାଃ କି ଆନନ୍ଦ! ସ୍ୱପ୍ନର ଘର ଖୋଲିଦିଏ ପ୍ରତିଟି ଦୁଆର କରିଦିଏ ମୋତେ ଆପଣାର…

କବିତା : ଏମିତି କିଛି ଅଛି

ରାଜଲକ୍ଷ୍ମୀ ତ୍ରିପାଠୀ ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ ତିନି ହାତ ଭୂଇଁ ଉପରକୁ ଉଠି ଆକାଶ ଛୁଇଁବ କବି କିଛି କହେନାହିଁ ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ କଢ଼ଟିଏ ଫୁଲ ହେବାବେଳେ ଗଣିଛି ସେ ଉଚ୍ଚ ଆକାଶରେ ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ । କହେନି ସେ ହୃଦୟଟିଏ ପ୍ରାଣ…

କବିତା : ନୀଳାଦ୍ରୀ ବିଜେ

ଗଦାଧର ସାହୁ ରତ୍ନ ସିଂହାସନ ଖାଲି ଖାଲି ଲାଗେ ଆସ ହେ ମଣିମା ଆସ, ଶୀରି ମନ୍ଦିରର ଶିରି ବଢାଇବ ତୁମରି ଅଧର ହସ । ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ କାହିଁ ଯାଇଥିଲ କୁହ, ପ୍ରଶ୍ନ ପଚାରିବେ କବାଟ କିଳିକି ଲକ୍ଷ୍ମୀଙ୍କୁ ଉତ୍ତର ଦିଅ । ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେବ…

କବିତା : ମରୀଚିକା

ଶୈଳେନ୍ଦ୍ର ନାରାୟଣ ବେହେରା  ମନ୍ତ୍ରମୁଗ୍ଧ ପୁରୁଷଟିଏ ମୁଁ ତୁମ ଗୁଣରେ ବନ୍ଧା ପଡ଼ିଛି ଅହଂକାର କୁ କରଜ ଦେଇ ମୁଁ ପଣତ ତଳେ ଆଶ୍ରା ନେଇଛି। ଅମାନିଆ ଅଶ୍ରୁ ଯେ ବାଟ ଖୋଜୁଛି ତଟିନୀ ପ୍ରାୟେ ସେ ବୋହିଯାଉଅଛି ରୋକନାହିଁ କେବେ ବି ତାକୁ କଳ କଳ ନାଦ ତା’ର ଭଲ ଲାଗୁଛି।…

ଅନୁବାଦ କବିତା : ସବ୍ୟସାଚୀ

ମୂଳ ବଙ୍ଗଳା: ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅଦ୍ଭୁତ ଶ୍ୱାପଦ ଆଖି ଅହରହ ଜଳୁଅଛି ଅଚଳ ଅନ୍ଧାରେ। ହେ ବନ୍ଧୁ, ପଛରେ ରଖି ଅନ୍ଧ ହିମଗିରି ଅନନ୍ତ ବାର୍ଦ୍ଧକ୍ୟ ତୁମ ନେଉ ଏକ ନୂଆ ଜୀବନ୍ୟାସ ରକ୍ତେ ଭିଜା ଯୌବନର ଅନ୍ତିମ ପିପାସା ନିଷ୍ଠୁର ଗର୍ଜନେ ଆଜି ଅରଣ୍ୟ ଧୁଆଁରେ ହେଉ…