Latest Odisha News

BREAKING NEWS

Browsing Category

କବିତା

କବିତା : ସମୀକ୍ଷା

ସୁଜାତା ମିଶ୍ର କିଛି ଯିବା ପୂର୍ବରୁ ନେଇ ଆସିଥାଏ ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.., ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

କବିତା : ସୁନେଲି କ୍ଷେତ

ପ୍ରିୟମ୍ବଦା ସାମଲ ଶୀତ ପ୍ରଭାତରେ ଚାଷୀ ଗୀତ ଗାଏ ଦେଖି ତାର ସୁନା କ୍ଷେତ ଧରଣୀ ମାଆ ମୋ ସୁନେଲି ରଙ୍ଗର ପିନ୍ଧି ଅଛି ପାଟ ବସ୍ତ୍ର। ଅଳସି ସୋରିଷ ଫୁଲେଇ ହେଉଛି ଅଳସ ଭାଙ୍ଗଇ ଧୀରେ ସୁନେଲି କ୍ଷେତରେ ନାଚି ନାଚି ଝୁମେ ଜନ ମନ ପ୍ରାଣ ହରେ। ପ୍ରକୃତି ରାଣୀର ସେନେହ ସ୍ପର୍ଶରେ…

କବିତା : ଶୁଭେଚ୍ଛା

ଗଦାଧର ସାହୁ ଶୁଭେଛାର ସୁଅ ସବୁଠି ଛୁଟୁଛି କିଏ ସେ ଆସୁଛି ବୋଲି, ତୁମ ଘରେ ଯିଏ ଆଜିର କୁଣିଆଁ ଆମ ଘରେ ଆଜି କାଲି । ସଭିଙ୍କ ବିଶ୍ବାସ ସେ ନୂଆ ବରଷ ଆଣିବ ସୁଖ ସମୃଦ୍ଧି, ପରଷ୍ପର ପାଇଁ କାମନା କରନ୍ତି ଇଶ୍ବରେ କରି ବିନତୀ। କରୁଛୁ ପ୍ରାର୍ଥନା ଶାନ୍ତିର କାମନା ସକଳ…

କବିତା : ସେପାଖ ପୃଥିବୀ

ଅଣାକାର ନାୟକ ଝରକା ସେପାଖ ପୃଥିବୀ ଯୋଉଠି ନିତି ଘରଚଟିଆ ବସା ବାନ୍ଧେ ଯୋଉଠି ଫାଲଗୁନରେ ମେଳଣ ହୁଏ ଯୋଉଠି କାଳ ବୈଶାଖୀ ନିଦାଘର ସାନିଧ୍ୟରେ ଅତୃପ୍ତ ବସୁନ୍ଧରାକୁ ତୃପ୍ତି ଦିଏ। ଯୋଉଠି ସେ ତା ଅତୀତକୁ ଖୋଜେ କାହିଁକିନା ଝରକା ଏପଟେ ସେ ବନ୍ଦୀ ତା କର୍ତ୍ତବ୍ୟର ଶିକୁଳିରେ।…

ଅନୁବାଦ କବିତା : ତୁମେ, ମୁଁ ଆଉ ଏ ଶୀତ

ମୂଳ ବଙ୍ଗଳା : ମହାଦେବ ସାହା ଶୀତ ଋତୁ ତୁମର ପସନ୍ଦ ଭାରି ଜୋର ଶୀତ ପଡ଼ିଲେ, ତୁମକୁ ଭଲଲାଗେ ମୁଁ କିନ୍ତୁ ଶୀତ, ଗ୍ରୀଷ୍ମ, ବସନ୍ତକୁ ଛାଡ଼ି ତୁମକୁ ସବୁଠାରୁ ବେଶୀ ଭଲପାଏ ଏବଂ ସଦାବେଳେ ତୁମ କଥା ଭାବେ। ଯେ କୌଣସି ଋତୁ, ମାସ, ବରଷା ବା ବରଫଠୁ ବଳି ମନୋରମ ସାନିଧ୍ୟ ତୁମରି…

କବିତା : ମୁଁ ଆଉ ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର ଖୁବ୍ ପାଖା ପାଖି ଭଳି ଲାଗୁଛି । ହେଲେ ଆମର ଦୂରତା କେତେ ଏ ସମୟ ହିସାବ କରି ରଖିଛି ।। ଥରେ ଦେଖା ହେଲେ ପୁଣି ବରଷେ ଜାନୁଆରୀ ମିଳନ ଆଶାରେ ସେମିତି ଚାହିଁ ବସେ । ସମୟ ଗଡି ଯାଏ ବୟସ ବଢ଼ି ଯାଏ ଜାନୁଆରୀ…

କବିତା : ପ୍ରେମିକା

ପ୍ରବୀଣ କୁମାର କବି ସବୁଥର ମୁଁ ଡାକିବା ପୂର୍ବରୁ ହିଁ ତୁମେ ଆସି ସାରିଥାଅ ଆଉ, ତୁମସହ ଆସିସାରିଥାନ୍ତି କେଇବୁନ୍ଦା ଶୋଷ ଆଉ କେତେଟୋପା ଝାଳ! ତୁମ ପାଟି ଶୁଣି ମୁଁ କବାଟ ଖୋଲେ। ହେଲେ, ତୁମକୁ ଦେଖିବା କ୍ଷଣି ହଠାତ୍ ମୋ ଭଙ୍ଗାଚାଳରୁ ଝଡ଼ିପଡେ ଆନୁରାଗର ଚେନାଏ ଆକାଶ, ଆଉ ସେ…

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…

କବିତା : ଏମିତି ଜୀବନ

ଉମାକାନ୍ତ ଦାସ ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ ଫୁଟେ ପୁଣି କେତେ କଢି, କେ ବାସ ଚହଟେ ନ ଦେଖି କିରଣ ଗଛୁ ଯାଏ କିଏ ଝଡି।। ଜନନୀ ଜଠରୁ ଆସିଥିଲା ଯେବେ ଦେଇଥିଲା ରାଆ ରଡି, ରାମ ନାମ ନେଇ ସମାଜ କଲ୍ଯାଣେ ଉଠିବ ସେ ପୁଣି ଭିଡି ।। ଶୈଶବୁ କିଶୋର ହେଲା ପରେ ତାକୁ ଯୌବନ…

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…