Latest Odisha News

BREAKING NEWS

Browsing Category

କବିତା

କବିତା : ଶୁଭଙ୍କରୀ

ରୀତା ପଟ୍ଟନାୟକ  ଜୀବନର କଣ୍ଟକିତ ଚଲାପଥେ ଶକ୍ତିର ଆଧାର,ଅମୃତର ପ୍ରଥମ ଓ ଶେଷ ସୋପାନ ଗିରି ଗହ୍ବରକୁ ବିଦୀର୍ଣ୍ଣ କରି ଝରି ଆସୁଥିବା ଝରଣାର ଝରଝର ସଙ୍ଗୀତର ସ୍ବନ । ଝୁଣ୍ଟି ପଡ଼ିଲେ ଆପେ ଆପେ ପାଟିରେ ଆସେ ତା' ନାଁ ଏମିତିକା ମହୁବୋଳା ଶବ୍ଦଟିଏ ସିଏ "ମାଆ " । ଆଶୀର୍ବାଦର…

କବିତା : ଅନାମିକା ପ୍ରେମିକା

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏକୁଟିଆପଣକୁ ଆବୋରି ଅବଶିଷ୍ଟ ଆୟୁଷ ନେଇ ଜିଉଁଥିବା ବେଳେ ଦଲକାଏ ପବନ ପରି ହଠାତ୍ ମୋ ଜୀବନ ପରିଧିକୁ ଧଶେଇ ପଶିଆସିଲ ହେ ମୋର ଅନାମିକା ପ୍ରେମିକା, ତୁମ ପିରତିର ମଧୁର ସ୍ପର୍ଶରେ ଶିହରିତ କଲ ମୋ ତନୁମନକୁ ଅନାବିଳ ଦେହାତୀତ ପ୍ରଣୟର ଦ୍ବାହି ଦେଇ…

କବିତା : ଡୋର

ବିଭୁଦତ୍ତ ନାୟକ  ଗୋଟିଏ ମାନ୍ୟତାରେ ବନ୍ଧା ବହୁତ କିଛି ଏଠି, ରକ୍ତ ଏବଂ ହୃଦୟ ମେଘ ଆଉ ସମୁଦ୍ର ଶାଳଗ୍ରାମ ଓ ପଥର ଯିଏ ଯେତିକି ମାନିବ ତା ପାଇଁ ସେତିକି ଗାଢ଼ ରଙ୍ଗ ଆଉ ମହକ ସମ୍ପର୍କର। ଅନେକ କିଛି ଅପୂର୍ଣ୍ଣ ଏଠି ଜଙ୍ଗମ ସ୍ଥାବର ମଣିଷ ଈଶ୍ୱର ହୁଏତ, କିଛି ବି…

କବିତା : ଶ୍ରଦ୍ଧାଞ୍ଜଳି

କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ "ଶ୍ରଦ୍ଧାଞ୍ଜଳି " କୁଆଡ଼େ ଯାଇଛ ଫେରିଆସ ଥରେ ଆହେ ଗଙ୍ଗାଧର ତୁମେ , ତୁମକୁ ହରାଇ ଶୋକାକୁଳ ଆଜି ଲୋକେ ଉତ୍କଳ ଭୂମେ । ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ ପ୍ରତି ଓଡ଼ିଆର ମନେ, ମାତୃଭୂମି ଝୁରେ ତୁମ ଉପସ୍ଥିତି ଲୋତକ ଭରି ନୟନେ ।…

କବିତା : ସବୁ ରାକ୍ଷୀ ମୋ ଭାଇକୁ ସମର୍ପିତ

ମଞ୍ଜୁଲତା ସାହୁ ତୋ ସ୍ନେହ ପାଖରେ ବନ୍ଧା ପଡ଼ିଯାଏ ତୋ ଆଦରକୁ ଆପଣେଇ ନିଏ. ତୋ ଶ୍ରଦ୍ଧା ସବୁକୁ ହୃଦୟରେ ସାଇତି ନିଏ ତୋ ପ୍ରେମକୁ ମନ ଭିତରେ ବାଣ୍ଟି ନିଏ ତୋ ନିରୁତା ଭଲପାଇବା ଆଗରେ ସାରା ଦୁନିଆଟା ତୁଛ ଲାଗେ ! କିଛି ଯଦି ହଜିଯାଏ ମୋତେ ଖୋଜିବାକୁ ପଡେନି, ତୋ ପାଇଁ ତ କେବେ…

ଅନୁବାଦ କବିତା : ଟିଉଟୋରିଆଲ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ ଅନୁବାଦ : ସରଳ କୁମାର ଦାସ ତତେ ରଖିବାକୁ ହେବ ଶତକଡା ନବେରୁ ବେଶି ତତେ ହେବାକୁ ହିଁ ହେବ କେବଳ ପ୍ରଥମ ତା’ ବଦଳରେ ମାତ୍ର ପଞ୍ଚାଅଶି ! ପାଞ୍ଚ ନମ୍ୱର କମିଲା କାହିଁକି ? କାହିଁକି କମ ? ଏଇଥିପାଇଁ ମୁଁ ପ୍ରତିଦିନ ଝାଳନାଳ ହେଇ ଖଟୁଛି ? ଏଇଥିପାଇଁ…

କୁଳାଙ୍ଗାର ଉବାଚ : ଜନତାଙ୍କ ଟିପ, ନେତାଙ୍କ ତୋପ

ନେତା ମହୋଦୟ ଯେବେ ପହଁଞ୍ଚିଲେ ଜନତାଙ୍କ ମଫସଲ ଘର; ଜନତା ବିଚରା ନେତାଙ୍କ ପଛରେ ଗହଳିକୁ ଦେଖି ହେଲେ ଥରହର! ଜନତା ହାତଯୋଡି କହିଲେ ହଜୁର୍ ଆମେ ଏମିତି କଣ ଦୋଷକଲୁ; ଯେ ଗାଆଁ ଆଜି ଚଣ୍ଡି ଚାମୁଣ୍ଡାଙ୍କ ସହିତ ଆପଣଙ୍କୁ ସ୍ବଦେହରେ ଦର୍ଶନ କଲୁ? ନେତା ମୁଚୁକୁନ୍ଦିଆ ହସ ହସି…

କବିତା : ରାତି

ରମେଶ ରଥ ରାତି ଆସେ                                                                          ରଙ୍ଗୀନ ସ୍ୱପ୍ନରେ ସଜାଇବା ପାଇଁ ଭଙ୍ଗା ହୃଦୟକୁ ଯୋଡିବା ପାଇଁ ତୃଷାର୍ତ୍ତ ହୃଦୟକୁ ଥଣ୍ଡା କରିବା ପାଇଁ ଅବସନ୍ନ ଶରୀରକୁ ବିଶ୍ରାମ ଦେବା ପାଇଁ ଅନେକ ପ୍ରତିଶୃତିକୁ…

କବିତା : ମେଘମୋହ ଓ ମେଘପକ୍ଷୀର ଗୀତ

ମମତା ବିଶ୍ୱାଳ ପୁହାଣ  ମେଘ ଓ ମାଟିର ପ୍ରେମମୟତାରେ ହିଁ ବନ୍ଧା ଆକାଶର ସଂସାରିପଣ !! ପ୍ରଗଳ୍ଭ ହୁଏ ସ୍ବପ୍ନଗୁଚ୍ଛର ଅନ୍ୱେଷ, ମୋହଜ ଅନୁରାଗରେ ପ୍ରଣୟର ଛନ୍ଦମୟ ଶବ୍ଦ ସବୁ ସଂଚରି ଯାଏ ମାଟିର ଛାତିରେ, ପ୍ରତିଶ୍ରୁତିର ଅସ୍ମିତା ପଲ୍ଲବିତ ହୁଏ।। ଉଦୁଆଁ ଆକାଶରେ ଧ୍ୱନିମୟ ଏବେ…

କବିତା : ହିଡ଼

ଗଦାଧର ସାହୁ  ମାଟି ଉପରେ ମାଟି ନଦି ବାପା, ଜେଜେବାପା ତିଆରି କରିଥିଲେ ବିଲ ପାଇଁ ହିଡ଼ । ଅଟକଉଥିଲେ  ପାଣି ଚାଲୁଥିଲା  ଚାଷ କାମ କାଟୁଥିଲେ  ସୁନାର ଫସଲ । ସେ ହିଡ଼ ତଳେ ବାସ କରୁଥିଲେ ମାଛ, କଙ୍କଡା ସାପ, ବେଙ୍ଗ ଜିଆ,ଗେଣ୍ଡା,କୁଚିଆ । ହିଡ଼ ଉପରେ କାଦୁଅ ଲଗା…