Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଜନତାଙ୍କ ଟିପ, ନେତାଙ୍କ ତୋପ

ନେତା ମହୋଦୟ ଯେବେ ପହଁଞ୍ଚିଲେ
ଜନତାଙ୍କ ମଫସଲ ଘର;
ଜନତା ବିଚରା ନେତାଙ୍କ ପଛରେ
ଗହଳିକୁ ଦେଖି ହେଲେ ଥରହର!

ଜନତା ହାତଯୋଡି କହିଲେ ହଜୁର୍
ଆମେ ଏମିତି କଣ ଦୋଷକଲୁ;
ଯେ ଗାଆଁ ଆଜି ଚଣ୍ଡି ଚାମୁଣ୍ଡାଙ୍କ ସହିତ
ଆପଣଙ୍କୁ ସ୍ବଦେହରେ ଦର୍ଶନ କଲୁ?

ନେତା ମୁଚୁକୁନ୍ଦିଆ ହସ ହସି କହିଲେ
ଆମର କଣ ସେ ଅଧିକାର ନାହିଁକି ;
ଆପଣମାନେ ଆମକୁ ଦେଖି ଏମିତି
ଅଯଥାରେ ଡରୁଛନ୍ତି କାହିଁକି?

ଜନତା କହିଲେ ଶୁଣିଛୁ ଆପଣ ଓ
ଆପଣଙ୍କ ପଛଲୋକ ମହାଖାଉ ;
ଆମେ ତ ମାଗଣା ଚାଉଳଖିଆ
ଆପଣଙ୍କୁ କଣ ଦେବୁ ଆଉ?

ନେତା କହିଲେ ଖିଆପିଆ ଢେର
ହେଲାଣି ଆଉ ସେ ଲୋଭ ନାଇଁ ;
ମୁଁ ଆସିଛି ଆପଣମାନଙ୍କର ଦୁର୍ମୂଲ୍ୟ
ଆଶୀର୍ବାଦ ପାଇବା ପାଇଁ !

ଜନତା କହିଲେ ବୁଝିଗଲୁ ଆପଣ
ପୁଣିଥରେ ଚାହୁଁଛନ୍ତି ଟିପଚାପ ;
ହେଲେ ଯାହା କରିଛନ୍ତି ଆପଣ
ଆଶୀର୍ବାଦ ନୁହେଁ ଦେବୁ ଅଭିଶାପ !

Leave A Reply

Your email address will not be published.