Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩ ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା…

ଭାଷା ଭାଗବତ : ତ୍ର, ତଂତ୍ର, ଯଂତ୍ର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୫  ମଂତ୍ରରୁ ପରିଶୁଦ୍ଧ ଜ୍ଞାନ ତଂତ୍ରରୁ ଜ୍ଞାନ ସଂଚାଳନ ଯଂତ୍ରରୁ ଦକ୍ଷତା ବର୍ଧନ ଭାଷାରେ ସବୁ ବିଦ୍ୟମାନ ଭାଷାର ସୁପରିଚାଳନା ସହିତ ନୂତନ ଭାବନା ମିଶିଲେ ହୁଏ ହିତକର ଉନ୍ନତ ହୁଏ ଏ ସଂସାର ଧ୍ବନି ଓ ଲିପି ମାଧ୍ୟମରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାମଙ୍କ ନାମ ଶ୍ରବଣ କରି ହନୁମାନ ସେଠାରେ ଅଟକିଗଲେ। ମୁନି ବେଶଧାରୀ କାଳନେମି ତାଙ୍କୁ କହିଲା, ସେ ଦିବ୍ୟଦ୍ରଷ୍ଟା। ଆଗତ ଭବିଷ୍ୟତ ସବୁ ଜାଣି ପାରନ୍ତି। ଆଗାମୀ ଦିନରେ ରାମ ରାବଣ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ ଏବଂ ରାମ…

କବିତା : ମନେପଡ଼ ଯେବେ

ପ୍ରିୟମ୍ବଦା ସାମଲ  ଯେବେ ଯେବେ ତୁମେ ମନେପଡ଼ ମୋର ଖେଳେ ଦୁଃଖର ଲହରୀ ହୃଦୟ ବିଦାରି ଚକ୍ଷୁରୁ ମୋହର ଝରେ ଲୋତକର ବାରି। ବିନା ସ୍ପର୍ଶେ ତୁମେ ପୋଛି ଦେଉଥାଅ ନୀରବେ ଆଖିର ଲୁହ ତୁମ ମିଠା କଥା ସତେକି ପୀୟୁଷ ନ ପାରେ ସମ୍ଭାଳି କୋହ। ଯେବେ ଯେବେ କିଛି ଭୁଲ କରୁଥାଏ ନପାରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଆଶାପୂର୍ଣ୍ଣ ନୟନରେ ଶ୍ରୀରାମ ହନୁମାନଙ୍କ ଉପରେ ଦୃଷ୍ଟି ପକାଇଲେ। ଯୋଜନବ୍ୟାପୀ ବିଶାଳ ସାଗରକୁ ଯେଉଁ ବୀର ହନୁମାନ ଲଙ୍ଘି ପାରିଥିଲେ, ତାଙ୍କ ପାଇଁ ସଂଜୀବନୀ ବୁଟି ଆଣିବା ସମ୍ଭବ ନିଶ୍ଚୟ। ଏହା ମଧ୍ୟରେ ଗୁପ୍ତଚର…

ଭାଷା ଭାଗବତ : ଭାଷାକୁ ଲୋଡ଼ା ସରଳତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ଅନେକ ଗ୍ରଂଥ, ବହି ପଢ଼ି ତହିଁରୁ ପଦାବଳି କାଢ଼ି ପୁନଶ୍ଚ ଲେଖିଲେ ସଜାଡ଼ି ଭାଷାଟେ ପାରେନାହିଁ ବଢ଼ି ପୂର୍ବଲିଖିତ ବାକ୍ୟାବଳି ଏବେ ବି ଲେଖି ଯାଉଁ ଚଳି ଏପରି ଲେଖିବା ଅଭ୍ଯାସ କରେନି ଭାଷାର ବିକାଶ ଅପ୍ରଚଳିତ ଶବ୍ଦ ଖୋଜି…

ଭାଷା ଭାଗବତ : ସାମୂହିକ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ସମୟ ସରେ ଲେଖି ପଢ଼ି ଭାଷାଟେ ଯାଉଥାଏ ବଢ଼ି ଅଳପ ଗପ, ଗୀତ ଗଢ଼ି ଆଗକୁ ରଖି ଦେଉଁ ଛାଡ଼ି ପଢ଼ାଲେଖାରୁ ପ୍ରାପ୍ତ ଜ୍ଞାନ ନ କଲେ ସ୍ବଭାବ ଗଠନ ସ୍ମୃତିରେ ରହି ସଂରକ୍ଷିତ କରିପାରେନି ବେଶି ହିତ ଜ୍ଞାନର ଅପ୍ରୟୋଗ ଯୋଗୁଁ ଯେଉଁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସନ୍ଧ୍ୟା ଆଗମନରେ ଉଭୟ ପକ୍ଷରୁ ଯୁଦ୍ଧ ବିରତିର ଘୋଷଣା କରାଗଲା। ସେହି ରାତ୍ରୀ ଅସୁରମାନଙ୍କର ଉଲ୍ଲାସର ସୀମା ନାହିଁ। ମେଘନାଦ ଆଜି ବୀର ଲକ୍ଷ୍ମଣଙ୍କୁ ଆସନ୍ନ ମୃତ୍ୟୁମୁଖରେ ଛାଡ଼ି ଆସିଛନ୍ତି। ବିଜୟର ସମ୍ଭାବନା ସୁନିଶ୍ଚିତ।…

ଅନୁବାଦ କବିତା : ତୁମକୁ ଭଲପାଇ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆଜି ଭୋର୍ ର ଆଲୁଅରେ ଉଜ୍ଜ୍ୱଳ ଏଇ ଜୀବନର ପଦ୍ମ ପତ୍ରର ଜଳ, ତଥାପି ଏଇ ଜଳ ନିମିଷକ ପାଇଁ କେଉଁଠୁ ଆସେ, କେଉଁଠିକୁ ଚାଲିଯାଏ , ତୁମକୁ ଭଲପାଇ ଏଇଟା ବୁଝିଛି ରାତି ପାହିଲେ ପଦ୍ମର ପତ୍ରରେ। ଅନେକ ଜନ୍ମ ଧରି ମୋ ମନରେ ଥିଲା ବ୍ୟଥା ସେଇଟା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମେଘନାଦ କ୍ରୋଧିତ ହୋଇ କହିଲା, " ପିତା ! ଆପଣ ବିବ୍ରତ ବୋଧ କରନ୍ତୁ ନାହିଁ। ଆଗାମୀ ପ୍ରଭାତରେ ମୋର ପରାକ୍ରମ ତ୍ରିଲୋକ ଦେଖିବ। କାହାକୁ ଛାଡ଼ିବି ନାହିଁ। ଖୋଜି ଖୋଜି ସମସ୍ତ ଶତ୍ରୁଙ୍କୁ ନିପାତ କରିବି। " ଇନ୍ଦ୍ରଜିତର…