Latest Odisha News
Browsing Category

ସାହିତ୍ୟ

କବିତା : ରାତି

ରମେଶ ରଥ ରାତି ଆସେ                                                                          ରଙ୍ଗୀନ ସ୍ୱପ୍ନରେ ସଜାଇବା ପାଇଁ ଭଙ୍ଗା ହୃଦୟକୁ ଯୋଡିବା ପାଇଁ ତୃଷାର୍ତ୍ତ ହୃଦୟକୁ ଥଣ୍ଡା କରିବା ପାଇଁ ଅବସନ୍ନ ଶରୀରକୁ ବିଶ୍ରାମ ଦେବା ପାଇଁ ଅନେକ ପ୍ରତିଶୃତିକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୧ ଏ ବାବା ରେ, ଡେରି  ହୋଇଗଲାକି ଆଉ?  ରନ୍ଧାରନ୍ଧିର ସମୟ ପରା ! ଆଣ୍ଟି ଓ ନିଜ ପାଇଁ  ରାନ୍ଧିବା  ସହ ନହନହକା ସୁନ୍ଦରୀ ଅମୃତାଲାଗି କରିବାକୁ ହବ। ଟିକିଏ ଗଡବଡ ହେଲେ ସେ କମେଣ୍ଟ କରିବ। କମ୍ପଲେନ କରିବ। ସବୁ ସେ କରିପାରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦  ଦିନ ଓ ରାତିକୁ ଯୋଡ଼ି ଦେବାର ବେଳ ଏଇଟା। ତିଥିର ସମୟ। ' ଦୀପଂଜ୍ୟୋତି ପରଂବ୍ରହ୍ମ ....ସନ୍ଧ୍ୟା ଦୀପ ନମସ୍ତୁତେ।' ଏ ସମୟ ସବୁଦିନ ବିଭୋର କରେ। ଏକାତ୍ମ ହେବାର ବେଳା ଯେମିତି। ଏକାଥିଲାବେଳେ ଭାଗବତ ପଢେ। ନବାକ୍ଷରୀ…

ବ୍ୟଙ୍ଗ : ମାରିନେବେ ମହାପାତ୍ରେ ଚାହିଁଥିବୁ ଜଳକା

ଦୁନିଆଁଟା ଦିନକୁ ଦିନ ବହୁତ ଛୋଟ ହେଇଯାଉଚିରେ ଭାଇ । ଦିନ ଥିଲା ଯେତେବେଳେ ଦୂରଦୂରାନ୍ତରେ ଥିବା ବନ୍ଧୁ ପରିଜନ ସମ୍ପର୍କୀୟଙ୍କ ସହ ଭାବର ଆଦାନ ପ୍ରଦାନ କେବଳ ଚିଠି ଦ୍ୱାରା ହେଉଥିଲା । ସେତେବେଳେ ଲୋକମାନେ ଯାହା କିଛି ଲେଖୁଥିଲେ ଭବିଷ୍ୟତ କାଳରେ ଚିଠି ଲେଖୁଥିଲେ । ଯେମିତିକି , ଆଶା ଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯ ସମୟ କହିଲା, ଭାତ ଖାଇବା ବେଳ ହେଲା। ଭାତ,ଡାଲି,ଆଳୁ ଚଟଣିକୁ ପ୍ଲେଟରେ ରଖି, ଦହି, କଳାଲୁଣ, ଗୋଲମରିଚ ଗୁଣ୍ଡପକେଇ ଗିନାରେ ଚାମଚ ରଖିଲା। ଏଥରେ ଯୋଶଦା ମାଆ ଆଉ ନନ୍ଦଲାଲ କହ୍ନେଇର ଗାଥା ଦୋହରେଇ ଜବାର ଅସଲ ପରୀକ୍ଷାର…

ପୁସ୍ତକ ପରିଚୟ : ପ୍ରୀତିନୀଡ଼

କବିତା ସଙ୍କଳନ : ପ୍ରୀତିନୀଡ଼ କବି : ନିରଞ୍ଜନ ସେଠୀ ପ୍ରକାଶକ : ସାଇସ୍ମୃତି ପବ୍ଲିକେଶନ ଏଲ . ପି ୮୩୨ ଓ ୮୩୪ ପ୍ରଶାନ୍ତି ବିହାର , ପଟିଆ ଭୁବନେଶ୍ୱର, ଯୋଗାଯୋଗ : ୮୯୮୪୬୯୨୨୨୯  ପୃଷ୍ଠା : ୧୩୭ ମୂଲ୍ୟ : ୧୬୦ କବିତା କହିଲେ ପ୍ରଥମେ ଭାବ, ଲୟ , ଏବଂ ଶବ୍ଦ ମାଧୁର୍ଯ୍ୟ କଥା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ : ୮ ଜବା ଚାବିକାଢିଲା ତା' ଜିନ୍ସ ପକେଟରୁ। ନିଜ ଘର  ଭାବି ପଶିଲା ବୀରଦର୍ପରେ। 'ଆଣ୍ଟି ଗୋ ନମସ୍କାର ' , କହିଲା ତା' ମିଠା ସୁରରେ। ଏଥର ନିଜର ଲୁଗାପଟା ବଦଳାସହ ସଫାସୁତୁରା ପର୍ବ।  ବଡ ଅଜବ ଅନୁଶାସନ ଏ ଘରେ। ମାତ୍ର,…

କବିତା : ମେଘମୋହ ଓ ମେଘପକ୍ଷୀର ଗୀତ

ମମତା ବିଶ୍ୱାଳ ପୁହାଣ  ମେଘ ଓ ମାଟିର ପ୍ରେମମୟତାରେ ହିଁ ବନ୍ଧା ଆକାଶର ସଂସାରିପଣ !! ପ୍ରଗଳ୍ଭ ହୁଏ ସ୍ବପ୍ନଗୁଚ୍ଛର ଅନ୍ୱେଷ, ମୋହଜ ଅନୁରାଗରେ ପ୍ରଣୟର ଛନ୍ଦମୟ ଶବ୍ଦ ସବୁ ସଂଚରି ଯାଏ ମାଟିର ଛାତିରେ, ପ୍ରତିଶ୍ରୁତିର ଅସ୍ମିତା ପଲ୍ଲବିତ ହୁଏ।। ଉଦୁଆଁ ଆକାଶରେ ଧ୍ୱନିମୟ ଏବେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଜ୍ଜ୍ଵଳତାର ଆଖି  " ଅମାବାସ୍ୟାର ଅନ୍ଧାର ମୋର ପ୍ରିୟ କାରଣ ସେ ବିଛେଇଥିବା ରାତିରେ ତାରା ସବୁ ଦେଖିହୁଏ ସ୍ପଷ୍ଟ ଭାବରେ " ଏମିତି କିଛି କହିଥିଲ ଶେଷଥର ସ୍ୱପ୍ନରେ ଯାହାକୁ ମୁଁ ସାଇତି ନେଇଚି ପଲକପାତର ଶିହରଣ ତଳେ । ତୁମକୁ ଅନ୍ଧାର ଭଲ ଲାଗେ କାରଣ ତୁମେ ନିଜେ ହିଁ ଅନ୍ଧାର ଭଳି ନିରାଟ…

କବିତା : ହିଡ଼

ଗଦାଧର ସାହୁ  ମାଟି ଉପରେ ମାଟି ନଦି ବାପା, ଜେଜେବାପା ତିଆରି କରିଥିଲେ ବିଲ ପାଇଁ ହିଡ଼ । ଅଟକଉଥିଲେ  ପାଣି ଚାଲୁଥିଲା  ଚାଷ କାମ କାଟୁଥିଲେ  ସୁନାର ଫସଲ । ସେ ହିଡ଼ ତଳେ ବାସ କରୁଥିଲେ ମାଛ, କଙ୍କଡା ସାପ, ବେଙ୍ଗ ଜିଆ,ଗେଣ୍ଡା,କୁଚିଆ । ହିଡ଼ ଉପରେ କାଦୁଅ ଲଗା…