Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦ 

ଦିନ ଓ ରାତିକୁ ଯୋଡ଼ି ଦେବାର ବେଳ ଏଇଟା। ତିଥିର ସମୟ। ‘ ଦୀପଂଜ୍ୟୋତି ପରଂବ୍ରହ୍ମ ….ସନ୍ଧ୍ୟା ଦୀପ ନମସ୍ତୁତେ।’ ଏ ସମୟ ସବୁଦିନ ବିଭୋର କରେ। ଏକାତ୍ମ ହେବାର ବେଳା ଯେମିତି। ଏକାଥିଲାବେଳେ ଭାଗବତ ପଢେ। ନବାକ୍ଷରୀ ବୃତ୍ତ ଆକୃଷ୍ଟ କରେ । ଆଣ୍ଟି ଶୁଣନ୍ତୁ କି ନଶୁଣନ୍ତୁ ନିଜପାଇଁ ଯେମିତି ସେ ଜଗନ୍ନାଥ ଦାସଙ୍କ ଭାଗବତ ଅଧ୍ୟାୟଟେ ପଢେ । ଏ ଘର ଶୁଣେ। କାନ୍ଥର କାନ ଅଛି ପରା !

ମାଆ ଓ ବାପାଙ୍କର ଏକମାତ୍ର ସନ୍ତାନ ତିଥି। ଇଂରାଜୀ ସ୍କୁଲରେ ପଢୁଥିଲା। ଘରେ ଜେଜିମା ‘ ଥିଲା। ଶିଖାଉଥିଲା ନାନାଦି ଶ୍ଳୋକ, ମନ୍ତ୍ର । ଜବରଦସ୍ତି ପଢଉଥିଲା ରାମାୟଣ, ଭାଗବତ, ମହାଭାରତ। ଗୀତା ମୁଖସ୍ଥ କରାଉଥିଲା ଲାଞ୍ଚ ଯାଚି। ଏବେ ସେ ତାରା ହୋଇ ଝୁଲିପଡିଚି ଆକାଶରେ। ଆଉ ସେ କହିଥିବା କଥାମାନ କେମିତି ଲାଗୁଚି କାମରେ ଆଜି। ହସଖିଏ ଖେଳିଗଲା । ପଛକୁ ପଛକୁ ଫେରିଯାଉଥିଲା ସେ ।

ବଞ୍ଚିବାର ମନ୍ତ୍ର ଆମ ବେଦ ,ପୁରାଣରେ ରହିଚି। ସବୁଠି ଜୀବନର ଅସ୍ତିତ୍ବ। ଅସ୍ତିସୂଚକ କଥା। ତଥାପି ମନ ଉଡେ, ସହଜରେ ଭାଙ୍ଗି ଯାଉଥିବା ଜିନିଷ ପଛରେ। କ୍ଷଣଭଙ୍ଗୁର ଜାଣିବି ସୁନା ହରିଣୀ ପଛରେ ଗୋଡାଏ। କିଛି ତ ନିଜର ନୁହେଁ, କିଛି ବି ଚିରସ୍ଥାୟୀ ନୁହେଁ ….ନା ସୁଖ, ନା ଦୁଃଖ। ସବୁ ଗୋଲାକାର …ଚକ ଓ ଅଖର ଖେଳ।ରୁଟି ଗୋଲ,ସୂର୍ଯ୍ୟ ଗୋଲ,ଶଙ୍ଖା ଗୋଲ, ମାଆର ସିନ୍ଦୂର ବିନ୍ଦୁ ….ଗୋଲ….ପୂର୍ଣ୍ଣିମା ଜହ୍ନ …କମଳା, ପୃଥିବୀ …. ଚକ୍ର ସବୁଠି। ରକ୍ଷା କବଚ ସେ। ମନକୁ ଆକଟି ପାରେ। ମନକୁ ଉଡେଇପାରେ।ଚକ୍ର କଥା ଜେଜିମା’ ବୁଝେଇ ପାରେ। ତର୍ଜମା କରିପାରେ ମନକୁଛୁଇଁଲା ଭଳି। ଭାରି ଢଙ୍ଗେଇ ଥିଲା। ପାନଖିଆ ପାଟିରେ ଓଠ ବଙ୍କେଇ ହସିକି ଗପଛଳରେ ବୁଝେଇ କହିପାରେ ନିଗୂଢ ତତ୍ତ୍ୱ । ଉଁ….ଆଉଟ୍ ଡେଟେଡ କିଏ କହିଲେ କୁହନ୍ତୁ। ତା’ ପାଖରେ ହାରିଯିବେ ପାଠ ପଢୁଆ ଜ୍ଞାନୀ । ପ୍ରେମଚନ୍ଦଙ୍କର ‘ଗୋଦାନ’ , ବଙ୍କିମଚନ୍ଦ୍ରଙ୍କର ‘ ଦେବୀଚୌଧୁରାଣୀ’ ଖୁଆଇବା ସମୟରେ ଗପୁଥିଲା ।ମନପସନ୍ଦର ଖାଇବା ନ ହୋଇଥିଲେ, ବିଶେଷ ଗପ ଝରୁଥିଲା ତା’ ପାଖରୁ। ପରେ ବଡ ହୋଇ ନିଜେ ପଢିଲାବେଳକୁ ସେ ଛୁ ମନ୍ତର ।

ପାଠରେ କୋଉ ମନ ଥାଏ। ସବୁବେଳେ ଗପ,ଗୀତ, ନାଚ ଭଲ ଲାଗୁଥିଲା। ତାହାରି ଶାଢୀଗୁଡେଇ ସେ ଟିକିଏ ସିନ୍ଦୂର ଲଗାନ୍ତା। ଲଣ୍ଡା ମୁଣ୍ଡରେ ଗାମୁଛାରେ ବେଣୀ କି ଜୁଡା….ବୋହୁବୋହୁକା ଖେଳ….। କୋଉ ସାର୍ଟିଫିକେଟ ପାଠ ତା’କୁ ଉପରକୁ ନେଲା ? ଶ୍ରେଣୀରେ ଯାହା ପଢାଯାଉଚି ଯାଉ, ମନଟା ଯାଇ ଜେଜିମା’ ଗପରେ। କି ମିଠା ସେସବୁ…।

ଜବା ଲେଖିଯାଇଥିବା କାଗଜକୁ ପଢିନେଲା ତିଥି। ସବୁ ଠିକ୍ ଭାବରେ ସଜାଡି ନେଲା। ଭାବିନେଲା କାମସବୁ। ସଜେଇଗଲା ଗୋଟିକ ପରେ ଗୋଟିଏ। ଯେମିତି କୁହାଯାଏ ସେମିତି କରିବାକୁ ପଡେ। ପ୍ରାୟତଃ ବଦଳେନି କିଛି। ଭଲ ଆଡକୁ ଯାଆନ୍ତୁ, ଭଲ ହୋଇଯାଆନ୍ତୁ … ହାତଯୋଡି ମନେମନେ କହିଗଲା ଏତକ ଆଣ୍ଟି ପାଇଁ । ସେ ତ ଏମିତି ପଡିଥିବେ ଯେମିତି କିଛି ହୋଇନି। ନା ଦୁଃଖର ଛିଟା କି ହସର ମିଠା କିଛି ଜାଣିହେବନି। ନିର୍ବିକାର ମଣିଷ। ବେଳେବେଳେ ଲାଗନ୍ତି ବୁଦ୍ଧ ମୂର୍ତ୍ତି, କି ବୈରାଗୀ ସନ୍ନ୍ୟାସୀ । କିଏ ବା ତାଙ୍କୁ ବୁଝି ପାରିବ।

ଫ୍ରଏଡ, କାର୍ଲ ଜଙ୍ଗ, ଆଡଲର ସମସ୍ତେ ଏକପ୍ରକାରେ ସମାନ। ପଢିଚି ତିଥି ଏମାନଙ୍କୁ। ତଥାପି ଅବୁଝା ରହେ ଅନେକ କିଛି।ମନର ସ୍ତରକୁ ଭେଦିବା ସହଜ ନୁହେଁ। କାଠିକର ପାଠ ସେସବୁ। ସହଜରେ କହିଲେ ଅକୃତ୍ରିମ ପ୍ରେମ ବଦଳାଇପାରେ ଜୀବନର ମୋଡକୁ। ମାତ୍ର, ସେ ଜିନିଷ ଦୁର୍ଲ୍ଲଭ। ପବିତ୍ର ପବନ ଭଳି କେବେ ସେ ସୁଗନ୍ଧଦିଏ ତ କେବେ ସବୁ ଦୁଃଖକୁ ଫିଙ୍ଗିଦେଇ ନୂଆଜୀବନର ବାଟ ଦେଖାଏ।ମନ କଥା ସତରେ ନିଗୂଢ।

ଅଲିଭତେଲରେ ମାଲିସ କରିବା ଆରମ୍ଭ କଲା। ପିଲାଦିନୁ ଶାଢୀ ଆକୃଷ୍ଟ କରୁଥିଲା ତା’କୁ। ଯେତେ ଲୁଚିଲୁଚି ପିନ୍ଧିଲେ ବି ଧରାପଡ଼ି ଗାଳିଖାଉଥିଲା। ବିନ୍ଦି ଲଗେଇ ସଜେଇ ହଉଥିଲା। ମନଖୁସିରେ ନାଚୁଥିଲା। ‘କଦମ୍ବ ମୂଳେ କଳସୀ ପାଣି ,ଢାଳି ଚାହିଁଲେ ସେ ରାଧାରାଣୀ ….’ ଉଚ୍ଚାଟକରେ ଏ ପଦ । ପାଦରେ ନୂପୁର ନଥାଇ ଆଖି ନଚେଇ, ଦେହ ବଙ୍କେଇ ନାଚେ ସେ ।

କାହିଁକି ମ ଏତେ ତଦାରଖ। ଏତେ ହସ୍ତକ୍ଷେପ। ମାଡ ନଦେଲେ ନାହିଁ, ଗାଳି କାହିଁକି କରିବେ କି….। ମନରେ ମନରେ କେତେ ଅଭିଯୋଗ। ଏଇଠି ବସ, ଏମିତି ହସ, ସେମିତି କାଶ …. କାହିଁରେ କେତେ କଟକଣା। ଘରେ ଯେମିତି ସ୍କୁଲରେ ବି ସେମିତି। ଏପଟେ ଅନେଇବୁନି, ସେପଟେ ଖେଳିବୁନି, ଏକଲା ଲାଇବ୍ରେରୀକୁ ଯିବୁନି, ପ୍ରାକ୍ଟିକାଲ କ୍ଲାସରେ ଆଉ କେତେକେତେ ଆକଟ। ଆଉ ଯୋଉ ଚିତ୍ତରଞ୍ଜନ ସାର୍ , ତାଙ୍କର ଯେମିତି କିଛି କାମ ନାହିଁ। ପଛରେ ପଡିଥିବେ ଭୁଲ୍ ଗୋଟେଇବାକୁ। ଘରକୁ ଆସି ଅନେକ ଅଭିଯୋଗ କରିବେ। ରକ୍ଷାହେଇଚି ବାପାଙ୍କ ଉନ୍ନତ ଚିନ୍ତାଧାରା ପାଇଁ। ପରବୁଦ୍ଧିଆ ଆଦୌ ନୁହଁନ୍ତି। ଠିକ୍ ପରିମାଣରେ ଆଦର୍ଶ, ଶୃଙ୍ଖଳା, ନିୟମ , ଶ୍ରଦ୍ଧା ଇତ୍ୟାଦିକୁ ଫେଣ୍ଟି ସେ ଯେଉଁ ମିଶ୍ରଣ ତିଆରିକରିଛନ୍ତି ତା’ର ବାସ୍ତବ ରୂପ ହେଉଚି ତିଥି। ମାଆ ରାଗରେ ଗରଗର ହୁଏ ଯଦିଓ ଶହେରୁ ଶହେ ପାଖରେ ଛିଡା ହୁଏ। ଦମ୍ଭ ଦିଏ। ଏଇ ଦୁଇ ଜଣଙ୍କର ନିଜ ସନ୍ତାନ ପ୍ରତି ଅଗାଧ ବିଶ୍ବାସ, ସଠିକ ବୁଝାମଣା ଜୀବନକୁ ଆଗେଇନିଏ। ସଦା ହସହସ ବାପା ବଡ ତିଥି ପାଇଁ କଟକଣା ଲଗାନ୍ତି ନାହିଁ । ଭରସାର ସହ ପାଖେ ପାଖେ ରହନ୍ତି। ପେଣ୍ଟିଙ୍ଗ କରେ। ଶିଖାଇ ରୋଜଗାର କରେ।ନାଚେ, ପିଲାଙ୍କୁ ଶିଖାଏ। ଓଡିଶୀ ସହ କଣ୍ଟେମ୍ପରାରି , ସୁନ୍ଦର ବ୍ଲେଣ୍ଡିଂ। ବାପା , ମାଆ ସମୟ ଦିଅନ୍ତି। ମାର୍କେଟ ଉପରେ ତା’ ଷ୍ଟୁଡିଓ, ତା ‘ସ୍କୁଲ। ହୁଏତ ସେ କୋରିଅଗ୍ରାଫି କରିବ ଫିଲ୍ମରେ। ଆଣ୍ଟି ପାଇଁ କାମକରେ ଏକ ସେବା, ସାହାଯ୍ୟ ,ଭଲପାଇବା ଆଳରେ। ବାପା, ମାଆ ଆପତ୍ତି କରିନାହାଁନ୍ତି କି କରିବେନି କେବେ। ତା’ ସମୟ, ତା’ କାମ ,ତା’ ଜୀବନ …। ଏଥିରେ କାହିଁକି କିଏ ବିରୋଧ କରିବ। ଟଙ୍କା ପାଉଚି ଶ୍ରମ ଅନୁସାରେ। ଏ ଟଙ୍କାରେ ଘର ଚଳାଏନି। ବାପା ଯଥେଷ୍ଟ ରଖିଛନ୍ତି।

ଗଙ୍ଗାଯମୁନା ବସ୍ତିର ଅନେକ ତିଥି ପାଇଁ କାମ କରେ । ଔଷଧ, ରାସନକାର୍ଡ, ପାସବୁକ ଠାରୁ ଆରମ୍ଭ କରି କେତେ କେତେ କାମ। ସେମାନଙ୍କ କାମ କଲେ ଶାନ୍ତି ମିଳେ। ଏଇତ ଜୀବନ। ସ୍ବର୍ଗ ଆଉ କୋଉଠି ଅଛିକି ? ଏଇଠି ନର୍କ, ଏଇଠି ସ୍ବର୍ଗ। ଏଇ ମଣିଷ ଦେବତା ପୁଣି ଅସୁର। ଦୁଇ ଦୁଇ ଭାବ। ଯାହା ପାଖରେ ଯୋଉଟା ଅଧିକ ସେ ସେହି ନିର୍ଦ୍ଦିଷ୍ଟ ବିଭାଗରେ ଗଣାହୁଏ। ଦୁର୍ଲ୍ଲଭ ମଣିଷ ଜନ୍ମ ପାଇଚି ତ ନିର୍ବିକାରରେ କାମ କରୁଚି। କଠୋର, ରୁକ୍ଷ ସେ ହୋଇପାରେନା। ଅନ୍ୟାୟ ଦେଖିଲେ ସହିପାରେନି ବୋଲି ରୋକଠୋକ୍ ଶୁଣାଇଦିଏ। ଶ୍ଳୋକ ଓ ମନ୍ତ୍ର ବୋଲୁଥିବା ଜିଭ ସେତେବେଳେ କି ନୀଳକଣ୍ଠ ଙ୍କ ସାପ ହୋଇଯାଏ…. କେଜାଣି।

ଚାଲୁଥାଉ ଏ ଜୀବନଯାତ୍ରା। କଠିନରୁ କଠିନତମ ଜୀବନକାଟି ଏବେ ନିଜ ତିଆରି ସ୍ବର୍ଗରେ ନିଜେ ଚାଲୁଚି। ବିଭିନ୍ନ ସ୍ତମ୍ଭରେ ବହୁଳ ପ୍ରଚାରିତ ତିଥିର ଗାଥା ଓ କଥା। କେତେ କେତେ ସାକ୍ଷାତକାର । କେତେ ପ୍ରଶ୍ନ, ପରିପ୍ରଶ୍ନ ସାମ୍ନାରେ ତା’ର। ଆଣ୍ଟି ପାଇଁ କାମକଲାବେଳେ କାହିଁକି କେଜାଣି ମନେପଡେ ଢେର ପଛକଥା। ଏକଲା ବେଳ ବୋଧହୁଏ ଧସେଇ ପଶିଆସେ ସ୍ମୃତି। ଘର ନୁହେଁ ,ଏଇଟା ପଦ୍ମ ପୋଖରୀ ପରା ! ପଥର ପାହାଚରେ ଅଳତାମଖା ପାଦକୁ ପାଣିରେ ବୁଡେଇ ଦିନ ଓ ରାତିକୁ ଯୌଡିଦେବାର ବେଳ ଏଇଟା। ତିଥିର ସମୟ। ‘ ଦୀପଂଜ୍ୟୋତି ପରଂବ୍ରହ୍ମ ….ସନ୍ଧ୍ୟା ଦୀପ ନମସ୍ତୁତେ।’ ଏ ସମୟ ସବୁଦିନ ବିଭୋର କରେ। ଏକାତ୍ମ ହେବାର ବେଳା ଯେମିତି। ଏକାଥିଲାବେଳେ ଭାଗବତ ପଢେ। ନବାକ୍ଷରୀ ବୃତ୍ତ ଆକୃଷ୍ଟ କରେ ।ଆଣ୍ଟି ଶୁଣନ୍ତୁ କି ନଶୁଣନ୍ତୁ ନିଜପାଇଁ ଯେମିତି ସେ ଜଗନ୍ନାଥ ଦାସଙ୍କ ଭାଗବତ ଅଧ୍ୟାୟଟେ ପଢେ ।ଏଘର ଶୁଣେ। କାନ୍ଥର କାନ ଅଛି ପରା !

ମାଆ ଓ ବାପାଙ୍କର ଏକମାତ୍ର ସନ୍ତାନ ତିଥି। ଇଂରାଜୀ ସ୍କୁଲରେ ପଢୁଥିଲା।ଘରେ ଜେଜିମା ‘ ଥିଲା। ଶିଖାଉଥିଲା ନାନାଦି ଶ୍ଳୋକ, ମନ୍ତ୍ର ।ଜବରଦସ୍ତି ପଢଉଥିଲା ରାମାୟଣ, ଭାଗବତ, ମହାଭାରତ।ଗୀତା ମୁଖସ୍ଥ କରାଉଥିଲା ଲାଞ୍ଚ ଯାଚି। ଏବେ ସେ ତାରା ହୋଇ ଝୁଲିପଡିଚି ଆକାଶରେ।ଆଉ ସେ କହିଥିବା କଥାମାନ କେମିତି ଲାଗୁଚି କାମରେ ଆଜି।ହସଖିଏ ଖେଳିଗଲା ।ପଛକୁ ପଛକୁ ଫେରିଯାଉଥିଲା ସେ ।
ବଞ୍ଚିବାର ମନ୍ତ୍ର ଆମ ବେଦ ,ପୁରାଣରେ ରହିଚି।ସବୁଠି ଜୀବନର ଅସ୍ତିତ୍ବ। ଅସ୍ତିସୂଚକ କଥା। ତଥାପି ମନ ଉଡେ, ସହଜରେ ଭାଙ୍ଗି ଯାଉଥିବା ଜିନିଷ ପଛରେ।କ୍ଷଣଭଙ୍ଗୁର ଜାଣିବି ସୁନା ହରିଣୀ ପଛରେ ଗୋଡାଏ।କିଛି ତ ନିଜର ନୁହେଁ, କିଛି ବି ଚିରସ୍ଥାୟୀ ନୁହେଁ ….ନା ସୁଖ, ନା ଦୁଃଖ। ସବୁ ଗୋଲାକାର …ଚକ ଓ ଅଖର ଖେଳ। ରୁଟି ଗୋଲ,ସୂର୍ଯ୍ୟ ଗୋଲ,ଶଙ୍ଖା ଗୋଲ, ମାଆର ସିନ୍ଦୂର ବିନ୍ଦୁ ….ଗୋଲ….ପୂର୍ଣ୍ଣିମା ଜହ୍ନ …କମଳା, ପୃଥିବୀ …. ଚକ୍ର ସବୁଠି। ରକ୍ଷା କବଚ ସେ।

ମନକୁ ଆକଟି ପାରେ। ମନକୁ ଉଡେଇପାରେ। ଚକ୍ର କଥା ଜେଜିମା’ ବୁଝେଇ ପାରେ। ତର୍ଜମା କରିପାରେ ମନକୁଛୁଇଁଲା ଭଳି। ଭାରି ଢଙ୍ଗେଇ ଥିଲା। ପାନଖିଆ ପାଟିରେ ଓଠ ବଙ୍କେଇ ହସିକି ଗପଛଳରେ ବୁଝେଇ କହିପାରେ ନିଗୂଢ ତତ୍ତ୍ବ। ଉଁ….ଆଉଟ୍ ଡେଟେଡ କିଏ କହିଲେ କୁହନ୍ତୁ। ତା’ ପାଖରେ ହାରିଯିବେ ପାଠପଢୁଆ ଜ୍ଞାନୀ । ପ୍ରେମଚନ୍ଦଙ୍କର ‘ଗୋଦାନ’ , ବଙ୍କିମଚନ୍ଦ୍ରଙ୍କର ‘ ଦେବୀଚୌଧୁରାଣୀ’ ଖୁଆଇବା ସମୟରେ ଗପୁଥିଲା।ମନପସନ୍ଦର ଖାଇବା ନ ହୋଇଥିଲେ, ବିଶେଷ ଗପ ଝରୁଥିଲା ତା’ ପାଖରୁ। ପରେ ବଡ ହୋଇ ନିଜେ ପଢିଲାବେଳକୁ ସେ ଛୁ ମନ୍ତର । ପାଠରେ କୋଉ ମନ ଥାଏ। ସବୁବେଳେ ଗପ,ଗୀତ, ନାଚ ଭଲ ଲାଗୁଥିଲା। ତାହାରି ଶାଢୀଗୁଡେଇ ସେ ଟିକିଏ ସିନ୍ଦୂର ଲଗାନ୍ତା। ଲଣ୍ଡା ମୁଣ୍ଡରେ ଗାମୁଛାରେ ବେଣୀ କି ଜୁଡା….ବୋହୁବୋହୁକା ଖେଳ….। କୋଉ ସାର୍ଟିଫିକେଟ ପାଠ ତା’କୁ ଉପରକୁ ନେଲା ? ଶ୍ରେଣୀରେ ଯାହା ପଢାଯାଉଚି ଯାଉ, ମନଟା ଯାଇ ଜେଜିମା’ ଗପରେ।କି ମିଠା ସେସବୁ…।

ଜବା ଲେଖିଯାଇଥିବା କାଗଜକୁ ପଢିନେଲା ତିଥି।ସବୁ ଠିକ୍ ଭାବରେ ସଜାଡି ନେଲା। ଭାବିନେଲା କାମସବୁ। ସଜେଇଗଲା ଗୋଟିକ ପରେ ଗୋଟିଏ। ଯେମିତି କୁହାଯାଏ ସେମିତି କରିବାକୁ ପଡେ।ପ୍ରାୟତଃ ବଦଳେନି କିଛି। ଭଲ ଆଡକୁ ଯାଆନ୍ତୁ, ଭଲ ହୋଇଯାଆନ୍ତୁ … ହାତଯୋଡି ମନେମନେ କହିଗଲା ଏତକ ଆଣ୍ଟି ପାଇଁ । ସେ ତ ଏମିତି ପଡିଥିବେ ଯେମିତି କିଛି ହୋଇନି। ନା ଦୁଃଖର ଛିଟା କି ହସର ମିଠା କିଛି ଜାଣିହେବନି। ନିର୍ବିକାର ମଣିଷ। ବେଳେବେଳେ ଲାଗନ୍ତି ବୁଦ୍ଧ ମୂର୍ତ୍ତି, କି ବୈରାଗୀ ସନ୍ନ୍ୟାସୀ ।କିଏ ବା ତାଙ୍କୁ ବୁଝି ପାରିବ।
ଫ୍ରଏଡ, କାର୍ଲ ଜଙ୍ଗ, ଆଡଲର ସମସ୍ତେ ଏକପ୍ରକାରେ ସମାନ। ପଢିଚି ତିଥି ଏମାନଙ୍କୁ। ତଥାପି ଅବୁଝା ରହେ ଅନେକ କିଛି।ମନର ସ୍ତରକୁ ଭେଦିବା ସହଜ ନୁହେଁ। କାଠିକର ପାଠ ସେସବୁ। ସହଜରେ କହିଲେ ଅକୃତ୍ରିମ ପ୍ରେମ ବଦଳାଇପାରେ ଜୀବନର ମୋଡକୁ। ମାତ୍ର, ସେ ଜିନିଷ ଦୁର୍ଲ୍ଲଭ। ପବିତ୍ର ପବନ ଭଳି କେବେ ସେ ସୁଗନ୍ଧଦିଏ ତ କେବେ ସବୁ ଦୁଃଖକୁ ଫିଙ୍ଗିଦେଇ ନୂଆଜୀବନର ବାଟ ଦେଖାଏ।ମନ କଥା ସତରେ ନିଗୂଢ।

ଅଲିଭତେଲରେ ମାଲିସ କରିବା ଆରମ୍ଭ କଲା। ପିଲାଦିନୁ ଶାଢୀ ଆକୃଷ୍ଟ କରୁଥିଲା ତା’କୁ। ଯେତେ ଲୁଚିଲୁଚି ପିନ୍ଧିଲେ ବି ଧରାପଡ଼ି ଗାଳିଖାଉଥିଲା। ବିନ୍ଦିଲଗେଇ ସଜେଇ ହଉଥିଲା।ମନଖୁସିରେ ନାଚୁଥିଲା। ‘କଦମ୍ବ ମୂଳେ କଳସୀ ପାଣି ,ଢାଳି ଚାହିଁଲେ ସେ ରାଧାରାଣୀ ….’ ଉଚ୍ଚାଟକରେ ଏ ପଦ ।ପାଦରେ ନୂପୁର ନଥାଇ ଆଖି ନଚେଇ, ଦେହ ବଙ୍କେଇ ନାଚେ ସେ ।

କାହିଁକି ମ ଏତେ ତଦାରଖ। ଏତେ ହସ୍ତକ୍ଷେପ। ମାଡ ନଦେଲେ ନାହିଁ, ଗାଳି କାହିଁକି କରିବେ କି….।ମନରେ ମନରେ କେତେ ଅଭିଯୋଗ। ଏଇଠି ବସ, ଏମିତି ହସ, ସେମିତି କାଶ …. କାହିଁରେ କେତେ କଟକଣା। ଘରେ ଯେମିତି ସ୍କୁଲରେ ବି ସେମିତି। ଏପଟେ ଅନେଇବୁନି, ସେପଟେ ଖେଳିବୁନି, ଏକଲା ଲାଇବ୍ରେରୀକୁ ଯିବୁନି, ପ୍ରାକ୍ଟିକାଲ କ୍ଲାସରେ ଆଉ କେତେକେତେ ଆକଟ।ଆଉ ଯୋଉ ଚିତ୍ତରଞ୍ଜନ ସାର୍ , ତାଙ୍କର ଯେମିତି କିଛି କାମ ନାହିଁ। ପଛରେ ପଡିଥିବେ ଭୁଲ୍ ଗୋଟେଇବାକୁ। ଘରକୁ ଆସି ଅନେକ ଅଭିଯୋଗ କରିବେ। ରକ୍ଷାହେଇଚି ବାପାଙ୍କ ଉନ୍ନତଚିନ୍ତାଧାରା ପାଇଁ। ପରବୁଦ୍ଧିଆ ଆଦୌ ନୁହଁନ୍ତି। ଠିକ୍ ପରିମାଣରେ ଆଦର୍ଶ, ଶୃଙ୍ଖଳା, ନିୟମ , ଶ୍ରଦ୍ଧା ଇତ୍ୟାଦିକୁ ଫେଣ୍ଟି ସେ ଯେଉଁ ମିଶ୍ରଣ ତିଆରିକରିଛନ୍ତି ତା’ର ବାସ୍ତବ ରୂପ ହେଉଚି ତିଥି। ମାଆ ରାଗରେ ଗରଗର ହୁଏ ଯଦିଓ ଶହେରୁ ଶହେ ପାଖରେ ଛିଡା ହୁଏ।ଦମ୍ଭ ଦିଏ।

ଏଇ ଦୁଇ ଜଣଙ୍କର ନିଜ ସନ୍ତାନ ପ୍ରତି ଅଗାଧ ବିଶ୍ବାସ, ସଠିକ ବୁଝାମଣା ଜୀବନକୁ ଆଗେଇନିଏ। ସଦା ହସହସ ବାପା ବଡ ତିଥି ପାଇଁ କଟକଣା ଲଗାନ୍ତି ନାହିଁ । ଭରସାରସହ ପାଖେ ପାଖେ ରହନ୍ତି। ପେଣ୍ଟିଙ୍ଗ କରେ। ଶିଖାଇ ରୋଜଗାର କରେ।ନାଚେ, ପିଲାଙ୍କୁ ଶିଖାଏ। ଓଡିଶୀ ସହ କଣ୍ଟେମ୍ପରାରି , ସୁନ୍ଦର ବ୍ଲେଣ୍ଡିଂ। ବାପା , ମାଆ ସମୟ ଦିଅନ୍ତି। ମାର୍କେଟ ଉପରେ ତା’ ଷ୍ଟୁଡିଓ, ତା ‘ସ୍କୁଲ। ହୁଏତ ସେ କୋରିଅଗ୍ରାଫି କରିବ ଫିଲ୍ମରେ। ଆଣ୍ଟି ପାଇଁ କାମକରେ ଏକ ସେବା, ସାହାଯ୍ୟ ,ଭଲପାଇବା ଆଳରେ। ବାପା, ମାଆ ଆପତ୍ତି କରିନାହାଁନ୍ତି କି କରିବେନି କେବେ। ତା’ ସମୟ, ତା’ କାମ ,ତା’ ଜୀବନ …। ଏଥିରେ କାହିଁକି କିଏ ବିରୋଧ କରିବ। ଟଙ୍କା ପାଉଚି ଶ୍ରମ ଅନୁସାରେ। ଏ ଟଙ୍କାରେ ଘର ଚଳାଏନି। ବାପା ଯଥେଷ୍ଟ ରଖିଛନ୍ତି। ଗଙ୍ଗାଯମୁନା ବସ୍ତିର ଅନେକ ତିଥି ପାଇଁ କାମ କରେ । ଔଷଧ, ରାସନକାର୍ଡ, ପାସବୁକ ଠାରୁ ଆରମ୍ଭ କରି କେତେ କେତେ କାମ। ସେମାନଙ୍କ କାମ କଲେ ଶାନ୍ତି ମିଳେ। ଏଇତ ଜୀବନ। ସ୍ବର୍ଗ ଆଉ କୋଉଠି ଅଛିକି ? ଏଇଠି ନର୍କ, ଏଇଠି ସ୍ବର୍ଗ। ଏଇ ମଣିଷ ଦେବତା ପୁଣି ଅସୁର। ଦୁଇ ଦୁଇ ଭାବ। ଯାହା ପାଖରେ ଯୋଉଟା ଅଧିକ ସେ ସେହି ନିର୍ଦ୍ଦିଷ୍ଟ ବିଭାଗରେ ଗଣାହୁଏ। ଦୁର୍ଲ୍ଲଭ ମଣିଷ ଜନ୍ମ ପାଇଚି ତ ନିର୍ବିକାରରେ କାମ କରୁଚି। କଠୋର, ରୁକ୍ଷ ସେ ହୋଇପାରେନା। ଅନ୍ୟାୟ ଦେଖିଲେ ସହିପାରେନି ବୋଲି ରୋକଠୋକ୍ ଶୁଣାଇଦିଏ। ଶ୍ଳୋକ ଓ ମନ୍ତ୍ର ବୋଲୁଥିବା ଜିଭ ସେତେବେଳେ କି ନୀଳକଣ୍ଠ ଙ୍କ ସାପ ହୋଇଯାଏ…. କେଜାଣି।

ଚାଲୁଥାଉ ଏ ଜୀବନଯାତ୍ରା। କଠିନରୁ କଠିନତମ ଜୀବନକାଟି ଏବେ ନିଜ ତିଆରି ସ୍ବର୍ଗରେ ନିଜେ ଚାଲୁଚି। ବିଭିନ୍ନ ସ୍ତମ୍ଭରେ ବହୁଳ ପ୍ରଚାରିତ ତିଥିର ଗାଥା ଓ କଥା।କେତେ କେତେ ସାକ୍ଷାତକାର । କେତେ ପ୍ରଶ୍ନ, ପରିପ୍ରଶ୍ନ ସାମ୍ନାରେ ତା’ର। ଆଣ୍ଟି ପାଇଁ କାମକଲାବେଳେ କାହିଁକି କେଜାଣି ମନେପଡେ ଢେର ପଛକଥା। ଏକଲା ବେଳ ବୋଧହୁଏ ଧସେଇ ପଶିଆସେ ସ୍ମୃତି।ଘର ନୁହେଁ ,ଏଇଟା ପଦ୍ମ ପୋଖରୀ ପରା ! ପଥର ପାହାଚରେ ଅଳତାମଖା ପାଦକୁ ପାଣିରେ ବୁଡେଇ ଈଷତ ଗୋଲାପି ରଙ୍ଗର ପାଟ ପିନ୍ଧି ବସିଚି କେଉଁ ଜଣେ ରାଜକୁମାର ପାଇଁ, ଯିଏକି ପକ୍ଷୀରାଜଘୋଡାରେ ବସି ଆସିବ ତା’ ହାତଧରି ଉଠେଇ ନବାକୁ।ନେଇଯିବ ଧଳାମେଘର ରେଶମି ଚାଦର ସେପାରେ ଜହ୍ନ ରାଇଜକୁ। ସମୟ ଧିର ସ୍ଥିର , ହଲିବନି ଟିକିଏ। ଆଖିବୁଜି ଉପଭୋଗ କରିବ ପଦ୍ମ ସୁଗନ୍ଧକୁ। ସ୍ବପ୍ନ ନା ସତ….ଭାବନା ନା ଛଳନା …। ସବୁଦିନ ଏ ଘଟଣା ଘଟେ। ଭାରି ନିଆରା ସେ ସମୟଟିକକ ।

Leave A Reply

Your email address will not be published.