Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଉତ୍ତରାଧିକାର

ରବି ପଣ୍ଡା  ମୋ ଥାକରେ ଖଣ୍ଡେ ବହି ଅଛି ଦେଇଥିଲେ ବାପା , ତାଙ୍କୁ ତାଙ୍କ ବାପା ଜେଜୀପାଙ୍କୁ ତାଙ୍କ ବାପା। ସେ ବହିକୁ ମୁଁ ଦୁର୍ମୂଲ୍ୟ ସମ୍ବଳ ଭଳି ମୁଁ ସାଇତିଛି, ଦେହରେ ମନରେ ଗୋଟେ ଅପୂର୍ବ ସ୍ପନ୍ଦନ ମୁଁ ଅମଜେଇଛି, ଯେତେବେଳେ ତାକୁ ଛୁଇଁଚି ପୃଷ୍ଠା ରେ ପୃଷ୍ଠାରେ ପାଇଛି…

ସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ପରଲୋକ

ଉମରକୋଟ : ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟକାର ଚିନ୍ତାମଣି ବେହେରାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଗଳା କର୍କଟ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ବେହେରା କୋରାପୁଟିଆ ଭାଷାରେ କମଳୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ…

କବିତା : ସର୍ବଂସହା

ପବିତ୍ର ମୋହନ ଦାଶ  ବୋଉ ଫୁଟେ ଗବଗବ ଭାତହାଣ୍ଡିରେ ତାୱା ଉପରେ ପଡି ଚେଂ କରେ ଚକୁଳି ନାଁଆରେ । ତାତିଲା ତେଲ ଭିତରେ କଡ଼ କଡ଼ ଡାକ ଦିଏ ମାଛ ମୁଣ୍ଡ ସହ , ଅଥାର ହାଣ୍ଡିରେ ସିଝେ ନିରବରେ ଖୁବ ନିରବରେ ଏଣ୍ଡୁରି ରୂପରେ । କଡେଇରେ ଟକମକ କରେ ତା'ର ଲୁହ ଫୁଟେ ପିଲାଙ୍କ…

ବ୍ୟଙ୍ଗ : କରୋନା ଯୋଦ୍ଧା

ଓଁ ଅଭିଜ୍ଞାନ ସାହୁ  ଏବେ ସୋସିଆଲ ମିଡିଆରେ ରମ୍ୟରଚନାର ଅବସ୍ଥା କହିଲେ ନସରେ । ଏଠି ରମ୍ୟ ଅପେକ୍ଷା ରଚନାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଯେତିକି ଲୋକ ରଚନା ପାଇଁ ପାଗଳ ତାକୁ ଦେଖିଲେ ଲାଗିବ ଖୋଦ ରମ୍ୟକାର ଏଠି ନିଜେ ରମ୍ୟ ହୋଇଯାଇଛନ୍ତି । ବିଦ୍ୟାରାଣ ଆପଣଙ୍କୁ ମିଛ ମୋତେ ସତ ।…

କବିତା : ଚା

ଗଦାଧର ସାହୁ  ବହୁ ଦିନପରେ ଆଜି ବୋଉ ଚା ତିଆରି କରିଛି ତା ପୁଅ ପାଇଁ । ଫୁଙ୍କି ଫୁଙ୍କି ପିଉ ପିଉ ତା ମନରେ ଉଙ୍କି ମାରୁଛି ପଚାଷ ବର୍ଷ ତଳର ଅମାନିଆଁ ପିଲା ଦିନ କଥା । ଦି ଢୋକ ପିଇଦେଇ ବୋଉ ପାଖେ ଅଳି କରୁଛି ଏ ଧଳା ଚା ଚଳିବନି ଆଉ ଥରେ ଚା କରିଦେ ଦୁର୍ଦ୍ଦିନ…

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ପରଲୋକ ଘଟିଛି। ଦୁଇମାସ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଲକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱର୍ଗତଃ ଧଳ ବାଲେଶ୍ଵର ସ୍ବର୍ଗତ ଧଳ ବାଲେଶ୍ୱର ଫକୀରମୋହନ କଲେଜରୁ ସ୍ନାତକ ଶିକ୍ଷାଲାଭ ପରେ ଓଡିଶା…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରସାରିତ ଅସ୍ମିତା  ଜୀବନର ଗୌଣ ସତ୍ତା କଳ୍ପନାରେ ବ୍ୟାପି ଯାଏ ସାରାଟା ଆକାଶ । ଏମିତି ଗୋଟେ ଧାଡି଼ ବୋଧହୁଏ ଭାବି ପାରିଥିଲା ମୋ ବାଳୁତ ମନ ଭାବନାକୁ ଗଣ୍ଠିଲି କରି ବାନ୍ଧି ପାରୁନଥିବା କେଉଁ ଏକ କନକନିଆ ପିଲାଦିନେ । ଛଅ କି ସାତ ବର୍ଷ ବୟସରେ ସ୍ବପ୍ନଟେ ଦେଖିଥିଲି ଗୋଧୂଳି ଆକାଶକୁ…

ଗଳ୍ପ : ସମୟର ଖେଳ

ଅନୀତା ଦାସ  ସେଦିନ କାହିଁକି କେଜାଣି ପୁରୁଣା ଆଲବମ ସବୁ ଖୋଲି ବସିଲା ଶିବାନୀ। ସବୁ ଫଟୋ ଭିତରେ ହାଇସ୍କୁଲ ବେଳର ସବୁଠାରୁ ଭଲ ସାଙ୍ଗ ସସ୍ମିତା ସହ ଉଠେଇଥିବା ଫଟୋ ସବୁ ତା'ର ଭାରି ପ୍ରିୟ। ସସ୍ମିତା ସହ ତା'ର ବନ୍ଧୁତା କେବଳ ଦଶମ ଯାଏଁ ସୀମିତ ହୋଇ ରହିଯାଇଥିଲା। କଲେଜ ଅଲଗା ହେବା ସହ…

କବି ପାଇଁ ପ୍ରେମ ଏକ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ : ଫନୀ ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଡ. ଫନୀ ମହାନ୍ତି । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ମାନଚିତ୍ର , ମାୟା ଦର୍ପଣ, ଅହଲ୍ୟା, ବିଷାଦଯୋଗ , ପ୍ରିୟତମା, ମୃଗୟା, ସୁନୟନା, ବଂଶୀ ବାଦକ , ଚିତ୍ରନାରୀ, ଚିତ୍ର ପ୍ରତିମା, ଦ୍ଵିତୀୟ ଈଶ୍ୱର,…

କବିତା : ଅଚିହ୍ନା ବାଟୋଇ

ସ୍ମୃତିରେଖା ଭୂୟାଁ  ସେ ନାଲି ଛିଟା କୃଷ୍ଣଚୁଡ଼ା ଫୁଲଟିଏ ବୃକ୍ଷର ସର୍ବୋଚ୍ଚ ଶାଖାରେ ଦିନେ ସେ ବାଟୋଇ ଟାଣି ହୋଇଥିଲା ତା ରୂପ ମହକର ଡୋରିରେ, ସେ ସୁଉଚ୍ଚ ବୃକ୍ଷର ଉଚ୍ଚତା ସହ ଘଡ଼ିଏ ଚାଲିଲା ଦ୍ଵନ୍ଦ, ବହୁ ଚେଷ୍ଟା ଫଳେ ତୋଳି ଆଣିଥିଲା ସେ ଫୁଲଟିର ସୁଗନ୍ଧ। ଏତେ ପାଖରୁ ତା…