Latest Odisha News
Browsing Category

ସ୍ମୃତିଲିପି

ଅନୁଭୂତିରେ ରଥଯାତ୍ରା : ଚନ୍ଦ୍ରା ମିଶ୍ର

ସ୍ମୃତିର ବଡଦାଣ୍ଡରେ  ଚନ୍ଦ୍ରା ମିଶ୍ର  ପୁରୀ ପଥୁରିଆ ସାହିରେ ମୋର ଜନ୍ମ । ସେଇଠି କଟିଛି ମୋର ଅପାସୋରା ପିଲାଦିନ । କେତେ ଯାତ୍ରା , ପର୍ବପର୍ବାଣି, ସାଙ୍ଗସୁଖ, ସାହିବୁଲା, ଦିଅଁଦର୍ଶନ, ପୋଖରୀପହଁରା, ଫୁଲତୋଳା, ପୁରାଣପଢା, ଖଜାଖିଆ ସବୁ ମୋର ସ୍ମୃତିର ବଡଦାଣ୍ଡରେ ଢଳଢଳ ହେଇ…

ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍  ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି। ରାସ୍ତା…

ଉତ୍କଳମଣି ଗୋପବନ୍ଧୁ ଦାସ ୧୮୯୮-୯୯ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ  ବେଳେବେଳେ ଗୋପ ନିଜକୁ ପ୍ରଶ୍ନ କରେ । ଉଲ୍ଲସିତ , ବିସ୍ମିତ କରି ଦେଉଥିବା ସୁଖ ପୁଣି ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଉଥିବା ଆଘାତ କଣ ଏକ ସଙ୍ଗରେ ଆସନ୍ତି ? ୧୮୯୮ ଅନ୍ୟସବୁ ବର୍ଷ ପରି ବର୍ଷଟିଏ ମାତ୍ର , ହେଲେ ଗୋପ ଲାଗି ତିନିଶହ ପଞ୍ଚଷଠୀ ଦିନ କେତେ ନାଇଁ କେତେ ହରଷ…

ଆମ ଗାଁ ରଜ : ସୁଷମା ପରିଜା

ସୁଷମା ପରିଜା ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ…

ସ୍ମୃତିରେ ରଜପର୍ବ : ମୌସୁମୀ ଦାସ

ମୌସୁମୀ ଦାସ " ରଜ ଆସିଛିରେ, ରଜ ଆସିଛି, ମନ ମଉଜେ ଆମ ଦୋଳି ଝୁଲୁଛି" "ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ" ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ ।…

ଅନୁଭୂତିରେ ପଣା ସଂକ୍ରାନ୍ତି : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ଗାଁ ଓ ସହର ଉଭୟ ଜାଗାରେ ପଣା ସଂକ୍ରାନ୍ତି ଅନୁଭବିଛି । ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ଏ ସବୁ ଧାର୍ମିକ ଦିଗ ଅପେକ୍ଷା ମୋତେ ବେଶୀ ଆକୃଷ୍ଟ କରିଛି ବିଭିନ୍ନ ପ୍ରକାରର ପଣାର କଳ୍ପନା ଓ ପ୍ରସ୍ତୁତି ପ୍ରଣାଳୀ । ଗାଁରେ ତୁଳସୀ ଚଉରା ଉପରେ ବନ୍ଧା ହୋଇଥିବା ନଡ଼ିଆ…

କବି ଦୁର୍ଗାଚରଣ ପରିଡାଙ୍କ କବିତା ,କବିତା ବଜ୍ର ହୋଇପାରେ, ନୀରବତା ବି ହୋଇପାରେ

ଗତକାଲି କବି ଦୁର୍ଗାଚରଣ ପରିଡା ଚାଲିଗଲେ। ବୟସ ପାକଲା ହୋଇସାରିଥିଲା। ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ପରେ, ବିଦାୟ ଏକ ସ୍ଵାଭାବିକ ପ୍ରକ୍ରିୟା। ହେଲେ ଓଡ଼ିଆ କବିତାରେ ସେ ଅନୁପସ୍ଥିତିର କବି। ଅନେକ ତାଙ୍କୁ ଜାଣନ୍ତି ନାହିଁ। ଏପରିକି ସାହିତ୍ୟରେ ବୁଡ଼ିକି ଥିବା ଲୋକେ ବି ତାଙ୍କୁ ମନେ…

କବିତା ସହିତ ମୋ ସମ୍ପର୍କର ସତ୍ୟପାଠ

ବାପା ଶିକ୍ଷକ ଥିଲେ । ସେ ଯେପରି ତନ୍ମୟ ହୋଇ 'ତପସ୍ୱିନୀ', 'ପଦ୍ମ', 'ଉଠ କଙ୍କାଳ' କବିତାଗୁଡିକ ଆବୃତ୍ତି କରୁଥିଲେ ..ମୋ ହୃଦୟରେ କବିତା ପ୍ରତି ଅନୁରାଗ ଅଙ୍କୁରିତ ହେଉଥିଲା ମୋ ଅଜାଣତରେ । ମୋ ମାଆ ସୁଲଳିତ କଣ୍ଠରେ ପଢୁଥିଲେ ' ଚୈତ୍ର ମଙ୍ଗଳବାର ଓଷା', 'ହରିବଂଶ…

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…