Latest Odisha News
Browsing Category

ଶିଶୁ କବିତା

ଶିଶୁ କବିତା : ଆ ରେ ବରଷା ଆ

ତରୁଣ କୁମାର ମିଶ୍ର ଆ'ରେ ବରଷା ଆ , ଆ'ରେ ବରଷା ଆ , ନିଦାଘ ଦେଇଛି ତତାଇ ଶରୀର ତୁ ଶୀତଳାଇ ଯାଆ , ଝାଞ୍ଜିର ବେଦନା ଯାହା ଅଛି ମନେ ତାକୁ ଧୋଇଦେଇ ଯାଆ । ଆ'ରେ ବରଷା ଆ । (୦) ଶିରାବଣ ଅଧା ହୋଇଲାଣି ଆସି ଜମିରେ ବୁଲିନି ହଳ , ଏବେ ତୁ ଆସିଛୁ ଖୁସି ଚଷା ପୁଅ ମନ ତା'ର…

ଶିଶୁ କବିତା : କାଠହଣା

ଗଦାଧର ସାହୁ କାଠହଣା କରେ କାଠରେ କୋରଡ କଷ୍ଟ ଦୂରେଇବା ପାଇଁ, ପରିବାର ସହ ଖୁସିବାସି ହୋଇ କାଠ ଗଣ୍ଡି ଘରେ ଥାଇ । ଥଣ୍ଟରେ ଖୋଳଇ ଯନ୍ତ୍ରପାତି ନାହିଁ ସହଜେ ପତଙ୍ଗ ଛାର, ଯେଉଁ ଭଳି ଘର ସେ ତିଆରି ଥାଏ ତାଠାରୁ ଶିଖୁନି ନର । ଶରୀର ଆକାର ସୁଢଙ୍ଗ କରଇ ପ୍ରବେଶ…

ଶିଶୁ କବିତା : ବରଷା ଆସିଲା

ତରୁଣ କୁମାର ମିଶ୍ର ମେଘ ବରଷିଲା ଟୁପୁରୁ ଟୁପୁରୁ କୁନା କୁନି ଭାରି ଖୁସି , ଝରକା ପାଖରେ ବସି କରି ଦୁହେଁ ବରଷାକୁ ଦେଖୁଛନ୍ତି । ଗଛରେ ପଡ଼ୁଛି ବରଷାର ପାଣି ତାତିରୁ ମୁକତି ପାଏ , ଆନନ୍ଦରେ ଡାଳ ପତର ହଲାଇ ମନଭରି ଗୀତଗାଏ । ଟିକି ଚଢ଼େଇଟି ଡାଳରେ ବସିକି ଝାଡ଼ଇ ଡେଣା…

ଶିଶୁ କବିତା : ସରସ ଲାଗୁନି ରଜ ପରବ

କୁଞ୍ଜ ବିହାରୀ ସାହୁ ବହୁ ଦିନ ପରେ ମୋ ସାନ ଭଉଣୀ ଆସୁଥିଲା ଆମ ଘର, ରେଳଗାଡ଼ିରେ ସେ ଶୋଇପଡ଼ିଥିଲା ଲାଗୁଥିଲା ଟିକେ ଜ୍ୱର । ସଞ୍ଜବେଳଟାରେ ବାହାନଗାଠାରେ ରେଳଚକା ଗଲା ଧସି, ଯାତ୍ରୀମାନେ ତହିଁ ପାଟିକରୁଥିଲେ ବଗିରେ ସଭିଏଁ ବସି । କ୍ଷଣିକ ଭିତରେ ପାଟି ଶୁଭିଲାନି ଚକାତଳେ…

ଶିଶୁ କବିତା : ସଫେଇ ବାଲା

ତରୁଣ କୁମାର ମିଶ୍ର  ସିପୁନ୍ ଆମ ଛୋଟ ପିଲାଟି ବାଲ୍ କୋନିରେ ବସି , ଜେଜେଙ୍କ ସାଥେ ଗପୁଥିଲା ସେ ହୋଇକି ଭାରି ଖୁସି । ଏହି ସମୟେ ସଫେଇ ଗାଡ଼ି ଆସିଲା ଗୀତ ଗାଇ , ଓଦା ଶୁଖିଲା ଅଳିଆ ଯେତେ ଦିଅ ମୁଁ ନେବି ବୋହି । ରଖିଛି ମୁହିଁ ଦୁଇଟି ଡବା ସବୁଜ ହଳଦିଆ , ସବୁଜଟିରେ…

ଶିଶୁ କବିତା : ପୁଷି ମାଉସୀ

ପ୍ରଣତି ଆଚାର୍ଯ୍ୟ ମିଶ୍ର ପୁଷି ମାଉସୀ ପୁଷି ମାଉସୀ ଆ ପାଖକୁ ଯାଅନି ଋଷି କଂଅଳ ଦେହ ତୋର ବାଘମାମୁଁ ତୋ ଅଟେ କି ଭାଇ ଦିଶୁ କେଡେ ସୁନ୍ଦର।। ବାପା ତୋ ପାଇଁ ଆଣି ଅଛନ୍ତି ଆମ ଗାଡିଆ ମାଛ ଖାଇ ଖୁସିରେ ଶୋଇବୁ ଯାଇ ହଲାଇ ତୋର ପୁଛ।। ମିଆଁଉ ମିଆଁଉ ଡାକିବୁ ଯେବେ ଯିବି ତୋ…

ଶିଶୁ କବିତା : ଦେହକୁ ହିତ, ପାଟିକୁ ମିତ

ତରୁଣ କୁମାର ମିଶ୍ର  ଆସିଛି ଖରା, ତାତିଛି ଧରା ଦେହରୁ ବହେ ଝାଳ , ପାଟି ଖୋଜଇ କାକୁଡ଼ି ଲସି ତରଭୁଜ ଓ ତାଳ । କାକୁଡ଼ି କାଟି ଲଙ୍କା ଗୁଣ୍ଡ ଓ ଲୁଣ ତହିଁରେ ଦେଇ, ଖାଇଲେ ତାକୁ ଲାଗଇ ମଜା ଶୋଷ ବି ଯାଏ ମରି । ଦେହକୁ ହିତ ଅଟଇ ସେତ ସେ ଉପକାରୀ ଫଳ , ଚାଷୀ ଭାଇ ତା ବାଡ଼ିରେ…

ଶିଶୁ କବିତା : ସ୍କୁଲ ହେଲା ଛୁଟି

ତରୁଣ କୁମାର ମିଶ୍ର  ସ୍କୁଲ ହେଲା ଛୁଟି , ଆସରେ ପିଲେ ଖେଳିବା ଆମେ , ଘର ପାଖରେ ବସି । ଖରାକୁ ଜମା ଯିବା ତ ନାହିଁ , ବହୁଛି ଝାଞ୍ଜି ତାତି' ଗୋଡ଼ରେ ଜୋତା ମୁଣ୍ଡରେ ଛତା , ପାଣି ବୋତଲ ସାଥୀ । ସ୍କୁଲ ହେଲା ଛୁଟି । ପଶୁ ପକ୍ଷୀଏ ପାଣି ନପାନ୍ତି ଶୋଷରେ ସୁଖେ ତଣ୍ଟି , ଘର…

ଶିଶୁ କବିତା : ତା’ ଗୁଣ ଗରିମା ଦେଖ

ଅଶୋକ କୁମାର ପ୍ରଧାନ ଟୋପି ଟୋପି ଛିଟା ତୋ ଦୁଇ ଡେଣାରେ ମାଖି ଦେଇଛି କେ କହ ଫୁଲରୁ ଫୁଲକୁ ଉଡୁ ତୁ କେମିତି ଦେଖିବି ମୁଁ, ଟିକେ ରହ। ଟିକି ଟିକି ତୋର ଡେଣା ଯୋଡିକରେ କେ ଦେଇଛି ଏତେ ବଳ ପରଜାପତି ତୁ କି କଳା ଜାଣିଛୁ ଫୁଲକୁ କରୁ, ତୁ ଫଳ। ଫୁଲରେ ବସି ତୁ କେମିତି ତା'ଠାରୁ…

ଶିଶୁ କବିତା : ନଟୁ

ପୁଣ୍ୟପ୍ରଭା ଦେବୀ ଦାଦା ଦେଇଥିଲେ ବେଲୁନ୍ ଗୋଟିଏ ଖୁଡି ଦେଇଥିଲେ ନଟୁ ବେଲୁନ୍ ଫାଟିଲା ନଟୁ ଖେଲିବାରେ ମୁଁ ତ ହେଲିଣି ପଟ୍ଟୁ । ସୁନାପୁଅ ପରି ପାଠ ସାରିଦେଇ ଯେତେବେଳେ ପାଏ ଛୁଟି ନଟୁ ଖେଳି ଖେଳି ରାମ୍ପିଦିଏ ଆମ ଏଇ ଅଗଣା ର ମାଟି । ଘୁରି ଯାଏ ମୋର ନଟୁ ଯେତେବେଳେ…