Latest Odisha News

ଶିଶୁ କବିତା : ରହ ରହ ମେଘ

ପୁଣ୍ୟପ୍ରଭା ଦେବୀ

ରହ ରହ ମେଘ ଘଡିଏ ଆଉ
ପାଣି ଆଣିବାକୁ ଯାଇଛି ବୋଉ.
ଥିବ ସେ ଏଇନା କୂଅ ନିକଟେ
ହଇରାଣ ତାକୁ ନକର ବାଟେ l

ରହ ରହ ମେଘ ଘଡିଏ ଆଉ
ଏତିକି ବେଳେ ତୁ ନସାଧ ଦାଉ
ବାପା ଯୋଚୁଥିବେ ବିଲରେ ମହୀ
ପାଖରେ ତ ତାଙ୍କ ପକ୍ଷୀଆ ନାହିଁ.।

ରହରହ ମେଘ ରହରେ କ୍ଷଣେ
ଦାଦା ଫେରୁଥିବେ ହାଟରୁ ତେଣେ
ଆସୁଥିବେ କେତେ ସଉଦା ଧରି
ଉଦିଆ ପାଟ କି ହେବଣି ପାରି.?

ରହ ରହ ମେଘ ଯାଆନି ରୁଷି
ଘର ଲୋକ ସବୁ ଯାଆନ୍ତୁ ଆସି
ମନ ଇଚ୍ଛା ପାଣି ବରଷି ଯିବୁ
ଧରାକୁ ଆମର ସରା କରିବୁ ।

Leave A Reply

Your email address will not be published.