Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବରଗଡର ୩ ଜେଲରେ ଚଢ଼ାଉ; ମିଳିଲା ବିଡି, ଭାଙ୍ଗ…

ବରଗଡ଼: ବରଗଡ଼ ଜିଲ୍ଲାର ତିନୋଟି ଜେଲରେ ରବିବାର ସକାଳେ ଅତର୍କିତ ଚଢାଉ କରାଯାଇଥିଲା। ଏହି ସମୟରେ ଅନେକ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ଜେଲରେ ବରଗଡ଼ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଏସଡିପିଓଙ୍କ ତତ୍ତ୍ୱାବଧାନରେ ପଦମପୁର ଉପ-କାରାଗାର ଏବଂ…

ବିଷାକ୍ତ କଫ୍ ସିରପରେ ଶିଶୁ ମୃତ୍ୟୁ ଘଟଣା; ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଗଷ୍ଟ ଶେଷ ପରଠାରୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରାଜ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ୯ ଶିଶୁଙ୍କ ମୃତ୍ୟୁ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପଛରେ ବିଷାକ୍ତ କଫ୍ ସିରପ୍ ଦାୟୀ କି ନାହିଁ ସେନେଇ ତଦନ୍ତ କରିବେ କର୍ତୁପକ୍ଷ। ଔଷଧର…

ଦାନା ବାନ୍ଧିଲାଣି ଆଉଏକ ଲଘୁଚାପ: ୧୦ରୁ ପୁଣି ବର୍ଷା, ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ଓ୍ବାର୍ଣ୍ଣିଂ…

ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଶିକ୍ଷାନୁଷ୍ଠାନ ନିକଟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି ନେଇ ବିଶ୍ଳେଷଣ କରିବେ ସରକାର

ଭୁବନେଶ୍ବର: ସରକାରଙ୍କୁ ଘାରିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା । ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳ ନିକଟରେ ଥିବା ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ସରକାର ନୂଆ ଯୋଜନା କରୁଛନ୍ତି । ବିଶ୍ଳେଷଣ ସମ୍ଭାବ୍ୟ ବିପଦ ଚିହ୍ନଟ କରିବା ଏବଂ ବିପଦ ହ୍ରାସ…

ସିରିଜ୍ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା । ଟ୍ରକ ପଛପଟେ ଦୁଇଚି ବାଇକ୍ ପିଟି ହୋଇଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ରାଜଧାନୀର ଦୁର୍ଗା ପୂଜା ମଣ୍ଡପଗୁଡ଼ିକରୁ ୨୦୦ ଟନରୁ ଅଧିକ ସଫା ହେଲା ଅଳିଆ

ଭୁବନେଶ୍ବର: ସରିଛି ଦଶହରା ପର୍ବ । ଏବେ ଆରମ୍ଭ ହୋଇଛି ସଫେଇ କାମ । ରାଜଧାନୀର ସବୁ ଦୁର୍ଗା ପୂଜା ମଣ୍ଡପ ଗୁଡିକରୁ ବିଏମସି କର୍ମଚାରୀମାନେ ୨୦୦ ଟନ୍‌ରୁ ଅଧିକ ଅଳିଆ ସଫା କରିଛନ୍ତି । ଏହା ସହିତ ଦୈନିକ ୮୦୦ ମେଟ୍ରିକ୍ ଟନ୍ ଶୁଖିଲା ଅଳିଆ ସଫା କରାଯାଉଛି । ଏନେଇ ବିଏମସି ଅଧିକାରୀମାନେ ଆଜି…

ଅକ୍ଟୋବର ୫ରୁ ବିଦେଶ ଗସ୍ତରେ ଯିବେ ବାଚସ୍ପତି

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ବାଚସ୍ପତି ସୁରମା ପାଢ଼ୀ । ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଚଳିତ ମାସ ୫ରୁ ୧୯ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ ବାଚସ୍ପତି । ଏନେଇ ନିଜେ ଗଣାମଧ୍ୟମରେ ସେ ସୂଚନା ଦେଇଛନ୍ତି ।…

ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା: ଆସନ୍ତାକାଲି କଟକ ବନ୍ଦ ଡାକରା

କଟକ: କଟକ ଦରଘା ବଜାରରେ ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା । ଆସନ୍ତାକାଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ଗଣ୍ଡଗୋଳ ଘଟଣା ପାଇଁ ପରିଷଦ ପକ୍ଷରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି…

ଜୋରଦାର ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରେକର୍ଡ

ଟୋକିଓ: ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା । ତେବେ ଏହି ଭୂକମ୍ପରେ…

ଏସଆଇ ନିଯୁକ୍ତି ପରୀକ୍ଷା ମହାଘୋଟାଲା: ଶନିବାର ସୁଦ୍ଧା ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ବାତିଲ ପରେ ଏବେ ଏହି ପ୍ରସଙ୍ଗକୁ ନେଇ ଚାରିଆଡେ ଚର୍ଚ୍ଚା ଯୋର ଧରିଛି । ରାଜନୀତିକ ମହଲରେ ବି ବେଶ୍ ଚର୍ଚ୍ଚାରେ ରହିଛି । ସେପଟେ, ବାତିଲ ନିଯୁକ୍ତି ପରୀକ୍ଷାକୁ ନେଇ ସରକାର କଡା ଆଭିମୁଖ୍ୟ ଜାହିର କରିଛନ୍ତି । ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ…