Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାର୍ଚ୍ଚ-ଏପ୍ରିଲରେ ହୋଇପାରେ ପଞ୍ଚାୟତ ନିର୍ବାଚନ: ଏହି ଦିନେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ମାର୍ଚ୍ଚରେ ବାଜିପାରେ ପଞ୍ଚାୟତ ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ଭିତରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…

‘ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର’: SI ନିଯୁକ୍ତିରେ ବିଳମ୍ବକୁ ନେଇ ବର୍ଷିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ବିବାଦକୁ ନେଇ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପୋଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତା ଏବଂ ଏଥିରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ଶାସକ ବିଜେପି ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି…

ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି: କଟକ, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାକୁ ଯୋଡିବ ୧୨୯ କିମି ଆଉଟର ରିଙ୍ଗ୍ ରୋଡ୍

ଭୁବନେଶ୍ୱର: ଟୁଇନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ଏହାର ଆଖପାଖ ସହରଗୁଡ଼ିକରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବୃହତ୍ ଏବଂ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସହରରେ ଗାଡ଼ିମୋଟର ଭିଡ଼ ନିୟନ୍ତ୍ରଣ କରିବା ତଥା ଯୋଗାଯୋଗ ବ୍ୟବସ୍ଥାକୁ…

Nuakhai Lagna Finalised:ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ;କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ

ସମ୍ବଲପୁର:ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହେଲା । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ ହେବ। ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ। ଏଥି ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି। ସ୍ଥିର ହୋଇଥିବା ଲଗ୍ନ ଅନୁସାରେ…

ଜାତୀୟ ଶିକ୍ଷକ ପୁରସ୍କାର: ଓଡିଶାରୁ ୪ ଶିକ୍ଷକ ପୁରସ୍କୃତ

ଭୁବନେଶ୍ବର: ଗୁରୁ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାରା ଦେଶର ଅସାଧାରଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବୈଷୟିକ ତାଲିମ କ୍ଷେତ୍ରରେ ୮୨ ଜଣ…

୨୧ ଦିନ ପରେ ଥମିଲା ଶିକ୍ଷକ ଆନ୍ଦୋଳନ: ସରକାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଲା ସମନ୍ଵୟ ସମିତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ନିଜର ଦୀର୍ଘଦିନର ଦାବି ପୂରଣ ନେଇ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଶେଷରେ ୨୧ ଦିନ ପରେ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଶିକ୍ଷକମାନେ ଧାରଣାରୁ ଓହରିବାକୁ ନିଷ୍ପତ୍ତି…

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌…

ବଡ଼ଗାମ ଏନକାଉଣ୍ଟର: ଭାରତୀୟ ସେନାର ଗୁଳିରେ ନିହତ ହେଲା ପାକିସ୍ତାନୀ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି । ବଡ଼ଗାମ ଜିଲ୍ଲାର ଅଶଦାର ଗଳି ଏବଂ ୟୁସମାର୍ଗ ଅଞ୍ଚଳରେ ଚାଲିଥିବା 'ଅପରେସନ୍ ଅଶଦାର'ରେ ଜଣେ ନରହନ୍ତା ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । ଜମ୍ମୁ-କାଶ୍ମୀର ପୋଲିସ ଶନିବାର ସ୍ପଷ୍ଟ…

ମେଟ୍ରୋରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, SRCCର ଶତବାର୍ଷିକୀ ଉତ୍ସବରେ…

ନୂଆଦିଲ୍ଲୀ: ପବିତ୍ର ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ସ୍ୱତନ୍ତ୍ର…

ଏଣିକି ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ ନିଷେଧ, ସାମ୍ବାଦିକ ଓ YouTubers ଙ୍କୁ ମଧ୍ୟ ବାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପଣ ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ସାମ୍ବାଦିକ, YouTuber, ଏପରିକି ସାଧାରଣ ନାଗରିକ ହୁଅନ୍ତୁ ନା କାହିଁକି ଏବେଠାରୁ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…