Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁଶୀଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍‌ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍…

ପୋଡୁଚାଷ ନାଁରେ ୭୪୨ଟି ଶାଳ ଗଛ କାଟିଦେଲେ;୪ ଗିରଫ, ଅଧିକାଂଶ ଅଭିଯୁକ୍ତ ଫେରାର…

ବଣାଇଁଗଡ଼:କୋଟିକୋଟି ଟଙ୍କାର ଶାଳଗଛ ପଡିଲା ବଳି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜର ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ପୋଡୁଚାଷ ନାଁରେ ବ୍ୟାପକ ଜଙ୍ଗଲ କଟାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ୭୪୨ଟି ଶାଳ ଗଛ ନଷ୍ଟ ହୋଇଛି ଏବଂ ୨୩ ହେକ୍ଟର…

ITEP Admissions: ପ୍ରକାଶ ପାଇଲା ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା;୧୪୬୩ ଜଣ ଚୟନ…

ଭୁବନେଶ୍ୱର:  ଆଜି ସାମ୍ସ ପୋର୍ଟାଲରେ ପ୍ରକାଶ ପାଇଲା ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme- ITEP) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା । ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟର…

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା, ଶେଷ କଲା ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ୧୦୦ଟି ଉନ୍ନତ ରୋବୋଟିକ୍-ସହାୟତା ଅସ୍ତ୍ରୋପଚାର ସଫଳତାର ସହିତ ଶେଷ କରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ଏହି ବିଶେଷ ସଫଳତା ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ପ୍ରଥମ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଭାବରେ ମାନ୍ୟତା ପ୍ରଦାନ କରିଛି । ସମାଜର…

ରୋଷେଇ ଘରେ ପିଆଜର ‘ହାହାକାର’: ଚଢ଼ା ଦର ପଛର ରହସ୍ୟ କ’ଣ? ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ଚାପ

ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଖାଉଟିଙ୍କ ପାଇଁ ଏବେ ପିଆଜର ଦରବୃଦ୍ଧି ନୂଆ ସମସ୍ୟା ସୃଷ୍ଟି କରିଛି। ମାତ୍ର ଦଶ ଦିନ ମଧ୍ୟରେ ପିଆଜର ଦର ସିଧାସଳଖ ଦୁଇଗୁଣ ହୋଇଯାଇଛି। ଦଶ ଦିନ ତଳେ ଯେଉଁ ପିଆଜ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିଲା, ବର୍ତ୍ତମାନ ତାହା ୪୦ ଟଙ୍କା…

ସଫେଇ ମିତ୍ରଙ୍କୁ ସମ୍ମାନ: ଜୁଲାଇ ୧୪ରେ ରାଜ୍ୟର ସମସ୍ତ ୟୁଏଲବିରେ ପାଳନ ହେବ ‘ନମସ୍ତେ ଦିବସ’

ଭୁବନେଶ୍ୱର: ଜୁଲାଇ ୧୪ରେ ରାଜ୍ୟର ସମସ୍ତ ୟୁଏଲବିରେ ପାଳନ ହେବ ‘ନମସ୍ତେ ଦିବସ’ । ସଫେଇ ମିତ୍ରଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯିବ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ…

1996 Srinagar violence:ଶ୍ରୀନଗର ହିଂସା ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ; ୬ ହୁରିୟତ ନେତାଙ୍କ ବିରୋଧରେ…

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଶୁକ୍ରବାର ଦିନ ବିଚ୍ଛିନ୍ନତାବାଦୀ ହୁରିୟତ କନଫରେନ୍ସର(Hurriyat leaders) ଛଅ ଜଣ ବରିଷ୍ଠ ନେତାଙ୍କ ବିରୋଧରେ ୧୯୯୬ ମସିହାରେ ଭିଡ଼ ହିଂସା ସହିତ ଜଡିତ ଏକ ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି । ୧୯୯୬ ମସିହାରେ ଭିଡ଼ ହିଂସା ଏବଂ ପୋଲିସ…

ଆହୁରି ବଢ଼ିବ ବର୍ଷାର ପ୍ରକୋପ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷାର ତାଣ୍ଡବ ଏବେ ବି ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପାଣିପାଗ ବିଭାଗର ସଦ୍ୟତମ ସୂଚନା ଚିନ୍ତା ବଢ଼ାଇ ଦେଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି,…

କୋଟିପତି ଏଆରଟିଓଙ୍କ ଘରେ ରେଡ୍, ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଉଡିଲା ହୋସ୍

ଲକ୍ଷ୍ନୌ: ଭିଜିଲାନ୍ସ ଜାଲରେ ଉତ୍ତର ପ୍ରଦେଶର ପୂର୍ବତନ ସହାୟକ ଆଞ୍ଚଳିକ ପରିବହନ ଅଫିସର(ଏଆରଟିଓ) ଲଳିତ କୁମାର । ତାଙ୍କ ଘରେ ଚଢଉ ବେଳେ ବେଆଇନ ସମ୍ପତ୍ତି ଠାବ ହୋଇଛି । ଘରୁ ତାଙ୍କର ବିଡା ବିଡା ନଗଦ ଟଙ୍କା ସହ, ମିଳିଛି ପୁଳାପୁଳା ସୁନା, ରୁପା ଓ କିଛି ହୀରା । ଯାହା ଦେଖି ଭିଜିଲାନ୍ସ…

ଖାକି ପୋଷାକ ପିନ୍ଧି ଠକେଇ! ଅତିରିକ୍ତ ଏସ୍‌ପି ସାଜି ଲୁଟୁଥିଲା ନକଲି ଅଫିସର

ଭୁବନେଶ୍ୱର: ପୋଲିସର ନାଁ ଶୁଣିଲେ ସାଧାରଣ ଲୋକେ ଭୟ କରନ୍ତି, କିନ୍ତୁ ଭୁବନେଶ୍ୱରରେ ଏମିତି ଜଣେ ଠକ ଥିଲା ଯିଏ ପୋଲିସର ବେଶଧରି ଲୋକଙ୍କୁ ଚୂନ ଲଗାଉଥିଲା। ନିଜକୁ 'ଅତିରିକ୍ତ ଏସ୍‌ପି' ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିବା ଏହି ଅଭିଯୁକ୍ତକୁ ଶେଷରେ ପୋଲିସ କାବୁ କରିଛି।…