Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହିଳା ଜଣକ କାହିଁକି ନିଜ ଓଢଣୀ ଚିରି ମୁଖ୍ୟମନ୍ତ୍ରୀ ଧାମିଙ୍କୁ ବାନ୍ଧିଲେ ରାକ୍ଷୀ.. ?

ଡେରାଡୁନ:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଅଞ୍ଚଳ ଏବେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜେ ଗ୍ରାଉଣ୍ଡ ଜିରୋରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଗୁଜୁରାଟର ଜଣେ ମହିଳା ଯାତ୍ରୀ ଗଙ୍ଗୋତ୍ରୀରେ ଫସି ରହିଥିଲେ। ଯେତେବେଳେ ତାଙ୍କୁ…

ଟାରିଫ ଯୁଦ୍ଧ…କନଫ୍ୟୁଜ ଆମେରିକା

ନୂଆଦିଲ୍ଲୀ: ଭାରତ ଉପରେ 50 ପ୍ରତିଶତ ଟାରିଫ ଲଦିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଋଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଖପ୍ପା ଟ୍ରମ୍ପ। ଭାରତ ଉପରେ ଏବେ 25 ପ୍ରତିଶତ ଟାରିଫ ଲାଗିଥିବା ବେଳେ ଆସନ୍ତା 27 ତାରିଖରୁ ଆଉ 25 ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା…

ରାମ ମନ୍ଦିର ପରେ ସୀତା ମନ୍ଦିର: ବିହାରରେ ଭୂମି ପୂଜନ କଲେ ଶାହ…ବିହାର ନିର୍ବାଚନରେ କେତେ ଫାଇଦା?

ପାଟନା: ଅଯୋଧ୍ୟା ରାମ ମନ୍ଦିର ପରେ, ବିହାରର ସୀତାମଢ଼ିରେ ମାତା ସୀତାଙ୍କ ମନ୍ଦିର ପରିସର ନିର୍ମାଣ ପାଇଁ ସମୟ ଶେଷ ହେବାକୁ ଯାଉଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁନୌରା ଧାମରେ ମା ଜାନକୀ ମନ୍ଦିର ଏବଂ ଏହାର ପରିସରର ବ୍ୟାପକ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ…

କୌଣସି ନିର୍ଦ୍ଦେଶ ବିନା ହୋମୱାର୍କ ଏବଂ ଅଫିସ୍ କାମ ହେବ ସହଜ, ନୂଆ GPT-5ରେ ରହିଛି ଏହି ଚମତ୍କାର ଫିଚର…

ନୂଆଦିଲ୍ଲା: ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ କିମ୍ବା କର୍ମଜୀବୀ, ଆଜିକାଲି ସମସ୍ତେ ନିଜ କାମରେ କୌଣସି ନା କୌଣସି ରୂପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରୁଛନ୍ତି । ଏହି ସମୟ ମଧ୍ୟରେ, ଗୁରୁବାର ନୂଆ OpenAI ଜେନେରେଟିଭ୍ ପ୍ରି-ଟ୍ରେଣ୍ଡଡ୍ ଟ୍ରାନ୍ସଫର୍ମର (GPT) ସିରିଜର…

୫୧୦ ଲିଟର ବେଆଇନ ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ

ଭଦ୍ରକ: ଭଦ୍ରକ ଅବକାରୀ ବିଭାଗକୁ ବଡ଼ ସଫଳତା। ଏଠାରେ ଚଢ଼ାଉ କରି ୫୧୦ ଲିଟର ବେଆଇନ ଦେଶୀ ମଦ ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିବା ନେଇ ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବାଇକ୍‌ ଏବଂ ଏକ ସ୍କୁଟି ଜବତ…

ରାହୁଲ Vs ନିର୍ବାଚନ କମିଶନ…ବଢିଲା କଳି

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ। ରାହୁଲଙ୍କ ଟାର୍ଗେଟ୍ ନିର୍ବାଚନ କମିଶନଙ୍କ କାଉଣ୍ଟର। ଭୋଟ ଚୋରିକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ସବୁ ପ୍ଲାଟଫର୍ମରେ ନିର୍ବାଚନ କମିଶନ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି ରାହୁଲ। ବେଙ୍ଗାଳୁରୁ…

ପ୍ରଥମେ ପଦ୍ମଶ୍ରୀ….ଏବେ ରାଷ୍ଟ୍ରପତିଙ୍କ ସହ କରିବେ ରାତ୍ରୀଭୋଜନ…ଜାଣନ୍ତୁ କିଏ ଏହି ‘ଲେଡି ଟାର୍ଜନ’?

ନୂଆଦିଲ୍ଲୀ: ପରିବେଶ ସୁରକ୍ଷାର ଉଦାହରଣ ଏବଂ 'ଲେଡି ଟାର୍ଜନ' ଭାବରେ ବେଶ୍ ଖ୍ୟାତି ଅର୍ଜନ କରୁଥିବା ପଦ୍ମଶ୍ରୀ ଯମୁନା ଟୁଡୁଙ୍କ ନାମ ପୁଣି ଥରେ ଶିରୋନାମାରେ । ୨୦୨୫ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ରାତ୍ରୀଭୋଜନ ପାଇଁ ମହାମହିମ ରାଷ୍ଟ୍ରପତି ଯମୁନାଙ୍କୁ…

‘ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ପାଇଁ ୧.୫୭ କୋଟି ଔଷଧ ଯୁକ୍ତ ମଶାରି ଯୋଗାଇବେ କେନ୍ଦ୍ର ସରକାର’

ଭୁବନେଶ୍ବର: ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାବେଳେ, ଏହି ସମୟରେ ମଶା ଜନିତ ରୋଗ ବ୍ୟାପିବାର ବହୁ ଆଶଙ୍କା ଥାଏ । ଏନେଇ ରାଜ୍ୟରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି । ଏଥିପାଇଁ ସମସ୍ତ…

ଟ୍ରମ୍ପଙ୍କ ଟାରିଫକୁ ନାହିଁ ଖାତିର୍, ମିଶିକି ଦେବେ ମାତ୍….

ନୂଆଦିଲ୍ଲୀ: ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିବା ପରେ ମଧ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଥମିବାର ନାଁ ନେଉନାହିଁ। ପୁଣି ଭାରତ ଉପରେ ଦ୍ୱିତୀୟ ପ୍ରତିବନ୍ଧକ ଲଗାଯାଇପାରେ ବୋଲି ଟ୍ରମ୍ପ କହିଛନ୍ତି । ଆଉ ଏବେ ଭାରତ ସହ ବାଣିଜ୍ୟ ହେବ…

ଯେଉଁ ଆସନରେ ରାହୁଲ ଗାନ୍ଧୀ ‘ଭୋଟ୍ ଚୋରି’ର ପ୍ରମାଣ ଦେଉଛନ୍ତି, ସେଠାରେ କେବେ ବି ଜିତିନାହିଁ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ପ୍ରମାଣ ସହିତ 'ଭୋଟ୍ ଚୋରି' ଅଭିଯୋଗ ଆଣିଛନ୍ତି। ସେ ବେଙ୍ଗାଲୁରୁର ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି ଯାହା ମାଧ୍ୟମରେ ସେ ଦାବି କରିଛନ୍ତି ଯେ ସେଠାରେ…