Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ କନଭେନ୍‍ସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ବନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ…

ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲରେ ନାଇଟ ମ୍ୟାନେଜର ଓ ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ମାଡ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଅଭାବନୀୟ ଘଟଣା । ହୋଟେଲ ନାଇଟ ମ୍ୟାନେଜର ତ୍ରିଲୋଚନ ବାରିକ ଓ ସୁରକ୍ଷାକର୍ମୀ ପ୍ରସନ୍ନ ମାଛୁଆଙ୍କ ସମେତ ଅନ୍ୟ ୪ ଜଣ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସବୁଠାରୁ ସାଂଘାତିକ ଘଟଣା ହେଉଛି ପ୍ରଭୁ…

ଏଠାରେ ଖୋଲିଲା ଭାରତର ପ୍ରଥମ AI ଅଙ୍ଗନୱାଡି, ଘରୋଇ ସ୍କୁଲକୁ ଦେବ ଟକ୍କର..

ନୂଆଦିଲ୍ଲୀ: ଭାରତର ଗ୍ରାମାଞ୍ଚଳରେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା (AI) ର ଏଣ୍ଟ୍ରୀ ହୋଇ ସାରିଛି । ପିଲାମାନେ ପିଲାଦିନରୁ AIର ବ୍ୟବହାର ଏବଂ ଗୁରୁତ୍ୱ ବୁଝିବା ପାଇଁ ଅଙ୍ଗନୱାଡି ମାଧ୍ୟମରେ AI ର ପ୍ରବେଶ ହୋଇଛି । ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ହିଙ୍ଗନା ତହସିଲର ଓ୍ବଦ୍ଧାମନ ଗାଁରେ ଏକ AI…

ବାଂଲାଦେଶରେ କ୍ଷମତା ପରିବର୍ତ୍ତନକୁ ବର୍ଷେ

ନୂଆଦିଲ୍ଲୀ: ୨୦୨୪ ଅଗଷ୍ଟ ୫ତାରିଖ । ବଦଳିଥିଲା ବାଂଲାଦେଶର ଇତିହାସ । ଲମ୍ବା ଆନ୍ଦୋଳନ, ଶତାଧିକ ହତ୍ୟା ପରେ କ୍ଷମତାରୁ ହଟିଥିଲେ ଶେଖ୍ ହାସିନା । ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନକୁ ବର୍ଷେ ପୂରିଛି । ଏହାପରେ ଢାକାରେ ନୂଆ ବ୍ୟବସ୍ଥା ନେଇ ଆଶା ଥିଲା । ହେଲେ ଅନ୍ତରୀଣ ସରକାରର କମାଣ…

ଗ୍ରାମୀଣ ଓଡ଼ିଶାରେ ଉନ୍ନତ ବିଜୁଳି ବ୍ୟବସ୍ଥା ପାଇଁ ଟିପିଏସ୍ଓଡିଏଲର ଡ୍ରୋନ୍ ପଦକ୍ଷେପ

ବ୍ରହ୍ମପୁର: ବିଦ୍ୟୁତ ବିତରଣ କ୍ଷେତ୍ରରେ ବିଶ୍ୱସନୀୟତା ଏବଂ ଗ୍ରାହକ ସେବାକୁ ଉନ୍ନତ କରିବା ପାଇଁ ଟେକ୍ନୋଲଜିର ଉପଯୋଗ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ରାୟଗଡ଼ା ଏବଂ ଜୟପୁର ସର୍କଲରେ ଡ୍ରୋନ୍ ଆଧାରିତ ସର୍ଭେ ଓ ନିରୀକ୍ଷଣ ଆରମ୍ଭ…

ମହାକାଶକୁ ଚୀନ୍ ପଠାଇବ ପାକିସ୍ତାନୀ ମହାକାଶଚାରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଚୀନ ସହାୟତାରେ ଦେଶର ପ୍ରଥମ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତି କରୁଛି ପାକିସ୍ତାନ । ଚୀନର ସ୍ପେସ ସେଣ୍ଟରକୁ ଯିବେ ପାକିସ୍ତାନୀ ମହାକାଶଚାରୀ । ଏନେଇ ଚୀନ ଗସ୍ତ ବେଳେ ପାକିସ୍ତାନ ମନ୍ତ୍ରୀ ଏହସାନ ଇକବାଲ ଘୋଷଣା କରିଛନ୍ତି । ଏହାପରେ ଚର୍ଚ୍ଚାକୁ ଆସିଛି…

କଟକରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର

କଟକ: କଟକରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର । ଆଜି ଏହାର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ଶ୍ରୀମତି ପରିଡା କହିଛନ୍ତି ଯେ, ଏକ ବର୍ଷ ମଧରେ ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଉତ୍କର୍ଷ କେନ୍ଦ୍ର…

ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି

ଭୁବନେଶ୍ବର: ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କ୍ୟାବିନେଟର ନିଯୁକ୍ତି କମିଟି…

‘ଆମେ କ’ଣ ଆତଙ୍କବାଦୀ?’ ରାଜ୍ୟସଭାରେ ସିଆଇଏସଏଫ ମୁତୟନ ନେଇ ରାଗିଗଲେ ଖଡଗେ…

ନୂଆଦିଲ୍ଲୀ: ରାଜ୍ୟସଭା ଓ୍ବେଲରେ ସିଆଇଏସଏଫ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଉପରେ କଡ଼ା ଆପତ୍ତି ପ୍ରକାଶ କରି ଆଜି ରାଜ୍ୟସଭାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆମେ କ’ଣ ଆତଙ୍କବାଦୀ ବୋଲି ଉପାଧ୍ୟକ୍ଷ ହରିବଂଶଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି ।…

ତିରୁମାଲାରେ ଭକ୍ତଙ୍କ ଭିଡ଼ ପରିଚାଳନା କରିବ AI, ୧୨ ଘଣ୍ଟା ପରିବର୍ତ୍ତେ ଏବେ ମାତ୍ର ୨ ଘଣ୍ଟାରେ ହେବ ଦର୍ଶନ

ଅମରାବତୀ: ଆନ୍ଧ୍ର ପ୍ରଦେଶ ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏକ ନୂତନ ପଦକ୍ଷେପ ଘୋଷଣା କରିଛି । ଏହି ଯୋଜନା ଅନୁଯାୟୀ, ଭିଡ଼ ପରିଚାଳନାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)…