Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ସନ୍ତୋଷଜନକ ଜବାବ ନରଖିଲେ ରଦ୍ଦ ହେବ ପରମିଟ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ। ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ୪ ଶହ ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଲେ ଅତିରକ୍ତ ପରିବହନ କମିଶନର। ସେମାନଙ୍କର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନେଉଛୁ କହିଲେ। ଫିଟନେସ୍‌, ବୀମା,…

ଗିରଫ ହେବ ବିଦେଶୀ ଜାହାଜ ‘ଏମ୍‌ଟି ୟୁନିଟ୍‌’: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ: ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପ ବନ୍ଦରରେ ଥିବା ବିଦେଶୀ ଜାହାଜ "ଏମ୍‌ଟି ୟୁନିଟି'କୁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି.ନରସିଂହ ଏହି…

Vande Mataram: ‘ବନ୍ଦେ ମାତରମ୍‌’ର କେବଳ ୨ଟି ଛନ୍ଦ କାହିଁକି ଗାଉଛି କଂଗ୍ରେସ? ୮୯ ବର୍ଷ ପୁରୁଣା ନିଷ୍ପତ୍ତି…

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ୍‌’କୁ ନେଇ ପୁଣିଥରେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ୱାର୍କିଂ କମିଟି (CWC) ବୁଧବାର ବୈଠକରେ ସ୍ପଷ୍ଟ କରିଛି ଯେ, ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍‌’ର କେବଳ ପ୍ରଥମ ଦୁଇଟି ଛନ୍ଦ ହିଁ ଗାନ କରାଯିବ। ଏଥିପାଇଁ କଂଗ୍ରେସ ୧୯୩୭ ମସିହାରେ…

ଟାଇଗର୍‌ ସାର୍କଙ୍କ ଗହଣରେ ପ୍ରିୟଦର୍ଶୀଙ୍କ ୧୦୦ତମ ଐତିହାସିକ ସ୍କୁବାଡାଇଭ୍

ଭୁବନେଶ୍ୱର: ଦୁବାଇର ପ୍ରସିଦ୍ଧ ଓଡ଼ିଆ ସ୍କୁବା ଡାଇଭର ଏବଂ ବରିଷ୍ଠ କର୍ପୋରେଟ୍ ନେତା ପ୍ରିୟଦର୍ଶୀ ପାଣିଗ୍ରାହୀ ତାଙ୍କର ଐତିହାସିକ ୧୦୦ତମ ସ୍କୁବା ଡାଇଭିଂ ସମାପ୍ତ କରିଛନ୍ତି। ଯାହା ଓଡ଼ିଶାର ସବୁଠାରୁ ସଫଳ ମନୋରଞ୍ଜନକାରୀ ଡାଇଭରମାନଙ୍କ ମଧ୍ୟରୁ ଜଣେ ଭାବରେ ତାଙ୍କର ସ୍ଥିତିକୁ ଆହୁରି…

Pakistan High Commission: ୩ ଦିନରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ବୁଲିଲା ବୁଲଡୋଜର…ହାଇ କମିଶନ ବାହାରୁ…

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ କୂଟନୈତିକ ତିକ୍ତତା ବଢ଼ିଛି। ଇସଲାମାବାଦରେ ଭାରତୀୟ ହାଇ କମିଶନ୍‌ ବାହାରେ ଥିବା ସୁରକ୍ଷା ବ୍ୟବସ୍ଥା ହଟାଯିବାର ମାତ୍ର ୩ ଦିନ ପରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନ୍‌ ବାହାରେ ଭାରତ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ପାକିସ୍ତାନ…

ପୁଣି ବଢିଲା ଅଶୋଧିତ ତୈଳ ମୂଲ୍ୟ; ଭାରତରେ ପଡିବ ପ୍ରଭାବ…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ। ଫଳରେ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶ୍ୱ ତୈଳ ବଜାରରେ ଅଶୋଧିତ ତୈଳ $୯୨ ଅତିକ୍ରମ କରିଛି। ଇରାନ ଉପରେ ଆର୍ଥିକ ଚାପ ପ୍ରୟୋଗ ପାଇଁ ଆମେରିକାର ନୂଆ ଧମକ ତୈଳ ବଜାରରେ ଅସ୍ଥିରତା ବୃଦ୍ଧି…

ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣାରେ ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ହୋଇଛି। ୧୧୩ ଜଣଙ୍କୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଖାରବେଳ ନଗର ଥାନାରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ ୩୫୪…

କଟକରୁ ୭୦ କୁଇଣ୍ଟାଲର ନକଲି ପନିର ଜବତ

କଟକ: କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଦିନ କଟକ ଲିଙ୍କ୍ ରୋଡ୍‌ରେ ପ୍ରାୟ ୧୭.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୭୦୦୦ କିଲୋଗ୍ରାମ୍ ଭେଜାଲ୍ ପନିର ଜବତ କରିଛନ୍ତି। ଶ୍ରାବଣ ମାସରେ ପନିର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା…

Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ…

ଭୁବନେଶ୍ୱର:ଜଟଣୀ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ହୋମିଭାବା କ୍ୟାନସର୍ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୀତିଗତ ନିଷ୍ପତ୍ତି…

ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ

ଚଣ୍ଡିଖୋଲ:ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବଡ଼ଚଣା ବ୍ଲକର ଟିଗିରିଆ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗାଁ ଲୋକ ଜଳବନ୍ଦୀ…