Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

କଟକ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ମଙ୍ଗଳବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ କେବଳ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ…

ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ; ନୂଆ ରାଜପଥରେ କାର୍ଯ୍ୟକ୍ଷମ ହେବ ଆଇଇଏମଏସ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏ ସଂକ୍ରାନ୍ତରେ ମଙ୍ଗଳବାର ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ଦୁର୍ଘଟଣା…

କ୍ଲବଫୁଟ ଅଭିଯାନକୁ ଆଉ ଦୁଇ ବର୍ଷ ସମ୍ପ୍ରସାରିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରି କ୍ଲବଫୁଟ ଅଭିଯାନକୁ ଆଉ ଦୁଇବର୍ଷ ସମ୍ପ୍ରସାରିତ କରିଛନ୍ତି । କ୍ଲବଫୁଟ ଦ୍ୱାରା ପ୍ରଭାବିତ ହେଉଥିବା ନବଜାତ ଶିଶୁମାନଙ୍କ ସମ୍ପୂର୍ଣ ମାଗଣା ଓ ଉତ୍ତମ ଚିକିତ୍ସା ଏହି ଚୁକ୍ତିନାମାର ପ୍ରଧାନ ଆଭିମୁଖ୍ୟ…

ଆପଣଙ୍କର ଆଧାର କାର୍ଡ ଅନ୍ୟ କେହି ଅପବ୍ୟବହାର କରୁଛନ୍ତି କି? ଏପରି କରନ୍ତୁ ଯାଞ୍ଚ..

ଭୁବନେଶ୍ବର: ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ପ୍ରାଇମେରୀ ଆଇଡେଣ୍ଟିଫିକେସନ୍ ଡକ୍ୟୁମେଣ୍ଟ ଅଟେ । ଏହା ଆକାଉଣ୍ଟଠୁ ଆରମ୍ଭ କରି ଆୟକର ପ୍ରଦାନ ପର୍ଯ୍ୟନ୍ତ ସବୁ ଜାଗାରେ ବ୍ୟବହାର ହେଉଛି । ତେବେ ଗତ କିଛି ବର୍ଷ ମଧ୍ୟରେ ଏହାର ଅନେକ ଦୁରୁପଯୋଗ ହେବାର ମଧ୍ୟ ଦେଖିବାକୁ ମିଳିଛି । ସାଇବର…

ଏଲଓସି ନିକଟରେ ଆଇଇଡି ବିସ୍ଫୋରଣ, ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଏ ସମ୍ପର୍କରେ…

ପ୍ରକାଶ ପାଇଲା ଜେଇଇମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୫ ସେସନ୍ ୧ର ଫଳାଫଳ । ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା ହୋଇଛି । ଚଳିତ ବର୍ଷ ୧୪ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ସେସନ୍ ୧ରେ ପୂର୍ଣ୍ଣ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩…

ନୂଆ ପିସିସି ସଭାପତି ହେଲେ ଭକ୍ତଚରଣ ଦାସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ। ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ନୂଆ ସଭାପତି ବନିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ଏଆଇସିସି ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜରିଆରେ…

ଜିଓର ଦମଦାର୍ ପ୍ଲାନ: ୨୦୦ରୁ କମ୍ ରିଚାର୍ଜରେ ମିଳୁଛି ପ୍ରତିଦିନ ୨ଜିବି ଡାଟା

ଭୁବନେଶ୍ବର: ଜିଓ ୟୁଜରଙ୍କ ପାଇଁ ଏକ ବଜେଟ୍ ଅନୁକୂଳ ପ୍ରିପେଡ୍ ପ୍ଲାନ ଆସିଛି । ଏହି ସୁଲଭ ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା । ଜିଓର ଏହି ଅଫରରେ, ଆପଣଙ୍କୁ ୨00ରୁ କମ୍ ମୂଲ୍ୟରେ ଅସୀମିତ ୫ଜି ଡାଟା ଏବଂ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ ନିଶ୍ଚିତ…

ବାରବାଟୀ ଷ୍ଟାଡିୟମରେ ପ୍ରତିବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍!

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍ ସମୟରେ ଷ୍ଟାଡିୟମର ୬ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଗୋଟିଏ ହଠାତ୍ ବନ୍ଦ ହୋଇଯିବା ଘଟଣା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ…

୧୨ ଦିନରେ ଆମେରିକାରେ ଚତୁର୍ଥ ବିମାନ ଦୁର୍ଘଟଣା; ରନୱେରେ ଧକ୍କା ହେଲା ଦୁଇ ଜେଟ୍

ନୂଆଦିଲ୍ଲୀ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି  । ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ବେସରକାରୀ ଜେଟ୍ ର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ​​ଏବଂ କିଛି ଲୋକ ଆହତ ହୋଇଛନ୍ତି | ଏହି…