Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନନ୍ଦନ କାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ

ଭଦ୍ରକ: ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ଼ । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ଟ୍ରେନ୍‌ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଥିବା ବେଳେ ଏଥିରେ କାହାର କ୍ଷତି ହୋଇନଥିବା ପ୍ରାଥମିକ…

ମା’ କୋଳକୁ ଫେରିଲା କୂଅରେ ପଡିଯାଇଥିବା ହାତୀ ଛୁଆ

ଦେବଗଡ: ୫ ଘଣ୍ଟା ପରେ ମା’ ହାତୀ କୋଳକୁ ଫେରିଲା ଛୁଆ । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଞ୍ଚଳରେ ଏକ କୂଅରେ ପଡିଯାଇଥିବା ହାତୀ ଶାବକକୁ ଉଦ୍ଧାର କରିଛି ବନ ବିଭାଗ । ଏହାପରେ ନିଜ ମା’ ସହ ଖୁସି ହୋଇ ଜଙ୍ଗଲକୁ ଚାଲିଯାଇଛି ଛୁଆଟି । ଖବର ମୁତାବକ, ଆଜି ସକାଳେ ଏକ ୧୪ ଟିକିଆ ହାତୀପଲ…

‘ନ୍ୟାୟପାଳିକାର ସ୍ୱାଧୀନତାର ଅର୍ଥ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ’

ନୂଆଦିଲ୍ଲୀ: ସ୍ବାଧୀନ ନ୍ୟାୟପାଳିକାର ଅର୍ଥ ଏହା ନୁହେଁ ଯେ, ନ୍ୟାୟପାଳିକା ସବୁବେଳେ ସରକାରଙ୍କ ବିରୋଧରେ ହିଁ ନିଷ୍ପତ୍ତି ଶୁଣାଇବ । ନ୍ୟାୟିକ ସ୍ବତନ୍ତ୍ରତାର ଅର୍ଥ  କେବଳ କାର୍ଯ୍ୟପାଳିକାଠୁ ନୁହେଁ ବରଂ ବିଭିନ୍ନ ପ୍ରକାରର ଚାପ ଏବଂ ବିଭିନ୍ନ ଗୋଷ୍ଠୀର ପ୍ରଭାବରୁ ମଧ୍ୟ ମୁକ୍ତ ହେବା ।…

ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କାଚ ଫ୍ୟାକ୍ଟ୍ରି

ଫିରୋଜାବାଦ: ସୋମବାର ରାତିରେ ଜିଲ୍ଲାର ଏକ କାଚ କାରଖାନାର ଗୋଦାମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଛି। ନିଆଁ କିପରି ଲାଗିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ, ନିଆଁର କାରଣ ସର୍ଟ ସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି…

ଉଇକିପିଡିଆକୁ ନୋଟିସ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଉଇକିପିଡ଼ିଆକୁ କେନ୍ଦ୍ର ସରକାର ଏକ ନୋଟିସ ପଠାଇଛନ୍ତି । ଏହି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଲେଖିଛନ୍ତି ଯେ, ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାରେ ଏକପାଖିଆ ଲେଖା ଏବଂ ବିଭ୍ରାନ୍ତିକର ତଥ୍ୟ ସମ୍ପର୍କରେ ଅନେକ ଅଭିଯୋଗ ଆସିଛି । ମଧ୍ୟସ୍ଥି ପରିବର୍ତ୍ତେ ଏହାକୁ…

ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗ: ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି

ପୁରୀ: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହେବା ପ୍ରସଙ୍ଗ ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୈତିକ ବୟାନ ବାଜି । ପୂର୍ବ ବିଜେଡି ସରକାରଙ୍କ କାମର ଏହି ଫଳ ବୋଲି କହି ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଏନେଇ ନିଜ ସୋସିଆଲ ମିଡିଆରେ ନବୀନ…

ଦୁର୍ବୃତ୍ତଙ୍କ ବୀଭତ୍ସକାଣ୍ଡ, ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା

କୋରାପୁଟ: ସ୍ବାମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ। ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ ହରାଇଲେ ସ୍ତ୍ରୀ। ଏଭଳି ବିଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା…

ଗୋଟେ ପରେ ଗୋଟେ ସ୍ଥାନରୁ ବାହାରୁଛି ପାଣି, ପଶ୍ଚିମ ଓ ଦକ୍ଷିଣ ଦ୍ବାର ମେଘନାଦ ପାଚେରିରେ ବି ଫାଟ

ପୁରୀ: ଚାରି ଦ୍ବାରରେ ମେଘନାଦ ପାଚେରିରେ ଦେଖିବାକୁ ମିଳିଛି ଫାଟ l ପଶ୍ଚିମ ଓ ଦକ୍ଷିଣ ଦ୍ବାର ମେଘନାଦ ପାଚେରିରେ ବି ଫାଟ l ପଶ୍ଚିମ ଦ୍ବାରରେ ଥିବା ଡ୍ରେନେଜ୍‌ ପାଣି ପାଚେରି ଦେଇ ତଳେ ପଡ଼ୁଛି l ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିବା ମେଘନାଦ ପାଚେରିରେ ପାଣି ଝରି ଖାଲି ଫାଟ ସହଜରେ…

ଆମେରିକା ନିର୍ବାଚନରେ ରଙ୍ଗର ଲଢେଇ..କାହିଁକି ବାଇଗଣୀ ଉପରେ ଦୁଇ ଦଳର ଫୋକସ?

ନୂଆଦିଲ୍ଲୀ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ୫୦ ରାଜ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଟକ୍କର ଦେଖିବାକୁ…