Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତୀୟଙ୍କୁ ତୁରନ୍ତ ଲେବାନନ୍ ଛାଡିବାକୁ ପରାମର୍ଶ ଦେଲେ ଦୂତାବାସ

ନୂଆଦିଲ୍ଲୀ: ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଅନୁରୋଧ କରିଛି ଭାରତ। ଇସ୍ରାଏଲ ଲେବାନନରେ ହିଜବୁଲ ଉପରେ ଆକ୍ରମଣ ଜାରି ରଖିଛି। ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ (ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ) ଲେବାନନରେ ପ୍ରବେଶ କରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଯାହାକୁ ନଜରରେ ରଖି ଭାରତ…

ଥମୁନି ବର୍ଷା: ସବୁଠୁ ଅଧିକ ଭିଜିଛି ତାଳଚେର, ବାଲିକୁଦା

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବାଦଲ ଫଟା ବର୍ଷା ମଧ୍ୟ ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ସବୁଠୁ ବେଶୀ ବର୍ଷା ତାଳଚେରରେ ୧୫୫ ମିଲିମିଟର ଅନୁଭୂତ ହୋଇଛି । ସେହିପରି ବାଲିକୁଦାରେ ୧୦୫…

ଓଡିଶାରୁ ନଡ୍ଡାଙ୍କ ନିଶାନା; କହିଲେ, ‘ଭାଇଭଉଣୀଙ୍କୁ ଆଉ କିଛି ଦିଶୁନି’

ଭୁବନେଶ୍ବର: ଓଡିଶାରୁ ବିରୋଧୀ ଦଳ ନେତାଙ୍କୁ ତେରଛା ନିଶାନା କରିଛନ୍ତି ଜେପି ନଡ୍ଡା । ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି । ଆଜି ଭୁବନେଶ୍ବର ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି,…

ଜେଲ୍ ଗଲେ ଶିବସେନା ନେତା ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଜେଲ୍‌ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।…

ନୂଆ ସଦସ୍ୟଙ୍କୁ ନଡ୍ଡାଙ୍କ ମନ୍ତ୍ରଣା; ‘ବିଜେପି ଏକମାତ୍ର ଗଣତାନ୍ତ୍ରିକ ପାର୍ଟି’

ଭୁବନେଶ୍ବର: ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ । ଯେଉଁଠି ଅତି ସ୍ବଚ୍ଛତା ଭାବେ ସଦସ୍ୟତା ଗ୍ରହଣ କରାଯାଏ । ଆଜି ଭୁବନେଶ୍ବରରେ ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ…

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର: ଯାଞ୍ଚ ହେବ ମହାପ୍ରସାଦର ମାନ

ପୁରୀ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ପ୍ରସାଦ ବିବାଦ ତେଜିବା ପରେ ଏବେ ଏହାକୁ ନେଇ ପୁରା ସଜାଗ ରାଜ୍ୟ ସରକାର ପୁରୀ ପ୍ରଶାସନ । ପୂର୍ବରୁ ପୁରୀ ଜିଲ୍ଲାପାଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଇଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଥିବା ବେଳେ ଏବେ  ଶ୍ରୀମନ୍ଦିରରେ…

ଖୁବଶୀଘ୍ର ମାଆ ହେବେ ଶୋଭିତା !

ମୁମ୍ବାଇ: ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା। ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ। ସେମାନଙ୍କର ନିର୍ବନ୍ଧ ପରେ ଅଭିନେତ୍ରୀ ଶୋଭିତା ଚର୍ଚ୍ଚାରେ ଅଛନ୍ତି। ଏବେ ଶୋଭିତା ନାଗାଙ୍କ ସହ ତାଙ୍କର ବିବାହ…

ଏକାଠି ନଜର ଆସିଲେ ଶ୍ରଦ୍ଧା-ଆଦିତ୍ୟ, ଫ୍ୟାନ୍ସଙ୍କୁ ମନେପଡିଲା ରୋମାଣ୍ଟିକ୍ ସିନ୍

ମୁମ୍ବାଇ: ୨୦୧୩ରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ମ୍ୟୁଜିକାଲ୍ ଡ୍ରାମା ଫିଲ୍ମ 'ଆଶିକୀ-୨' ଜୋରଦାର ହିଟ୍ ହୋଇଥିଲା। ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କପୁରଙ୍କ ଯୋଡି ସୁପର ହିଟ୍ ହୋଇଥିଲା। ସେହି ଫିଲ୍ମର ଗୋଟେ ଗୋଟେ ରୋମାଣ୍ଟିକ୍ ସିନ୍ ଆଜିବି ପ୍ରଶଂସକଙ୍କ ମନରୁ ଲିଭିନି।…

‘ଏବେ ବି ନବୀନଙ୍କ କ୍ରେଜ୍’: ଆରମ୍ଭ ହେବ ବିଜେଡି ସଦସ୍ୟତା ଅଭିଯାନ

ଭୁବନେଶ୍ବର: ବିଜେପି ପରେ ଏବେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୨ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ । ଏନେଇ…

ଛେଚୁଛି ବର୍ଷା: ପୁଣି ପାଣି ଘେରରେ ସୂର୍ଯ୍ୟ ମନ୍ଦିର

ପୁରୀ: ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗୋଟିଏ ଦିନରେ ଲଗାଣ ବର୍ଷାରେ କେଉଁଠି ରାସ୍ତର ବୁଡି ଆଣ୍ଡୁଏ ପାଣି ଚାଲିଲାଣି ତ ଆଉ କୋଉଠି ଜଳବନ୍ଦୀ । ସେପଟେ ପୁରୀରେ ମଧ୍ୟ ଲଗାଣ ବର୍ଷାର…