Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୱାୟନାଡରେ ଲାଗିଲା ପ୍ରିୟଙ୍କାଙ୍କ ପୋଷ୍ଟର : ଲେଖା ଅଛି “ୱାୟନାଡିଣ୍ଟେ ପ୍ରିୟଙ୍କାରୀ”

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ନିର୍ବାଚନ ଲଢିବେ। ଏହ ତାଙ୍କ ପ୍ରଥମ ନିର୍ବାଚନ ଏଣ୍ଟ୍ରି। ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା। ନଭେମ୍ବର ୧୩ରେ  ୱାୟନାଡରେ ନିର୍ବାଚନ ହେବ। ଏହି ଖବର…

ଝାଡ଼ଖଣ୍ଡରେ ୫୬  ଆସନ ପାଇଁ ମୋହର ମାରିଲା ବିଜେପି!

ରାଞ୍ଚୀ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବହୁତ ଦିନରୁ ଚାଲୁଥିବା ସସପେନ୍ସ ଦୂର ହୋଇଛି । ତାରିଖ ଘୋଷଣା ପରେ ବିଜେପି କେନ୍ଦ୍ରୀୟ ଟିମ୍ ପାଖାପାଖି ୫୫-୫୬ ସିଟ ପାଇଁ ପ୍ରାର୍ଥୀମାନଙ୍କ ନାମରେ ମୋହର ମାରିଛି।  ଦଳ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରଙ୍କର ପ୍ରତିମୂର୍ତ୍ତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ…

ଜାଣନ୍ତୁ ୫ ବର୍ଷରେ କେତେ ବଦଳିଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ

ନୂଆଦିଲ୍ଲୀ : ଘୋଷଣା ହୋଇଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ। ଦୁଇ ରାଜ୍ୟରେ ବିଜେପି ନତୃତ୍ଵାଧୀନ ଏନଡିଏ ଓ ଇଣ୍ଡିଆ ବ୍ଲକ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏନଡିଏ ଶାସନ କରୁଥିବା ବେଳେ ଝାଡଖଣ୍ଡରେ ସରକାର ଚଲାଉଛି ଜେଏମଏମ ମେଣ୍ଟ ସରକାର। ଦୁଇ…

କେଉଁ ଆସନରୁ ପ୍ରାର୍ଥୀ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଦେଖାଦେଇଛି ରାଜନୈତିକ ଝଡ। ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିୟାଣା ବିଜୟ ପରେ ବେଶ ଉତ୍ସାହିତ ବିଜେପି। ଝାଡଖଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ସରକାର…

ନାୟବ ସିଂହ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ : କାଲି ଶପଥ ନେବେ

ନୂଆଦିଲ୍ଲୀ : ହରିୟାଣାରେ ହ୍ୟାଟ୍ରିକ ମାରିବା ପରେ ପୁଣି ସରକାର ଗଢିବ ବିଜେପି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି । ପୂର୍ବ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ  ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । …

ମୁଖ୍ୟ ନିର୍ବାଚନ କମିସନରଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ପିଥୋରାଗଡ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ମିଲାମ ଅଭିମୁଖେ ଯାଉଥିବା ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି। ପ୍ରତିକୂଳ ପାଗ କାରଣରୁ ଏପରି ହୋଇଥିବା ଜଣାପଡିଛି। ଏନେଇ ପାଇଲଟ୍ ଏକ ଦୁର୍ଗମ ଅଞ୍ଚଳରେ ଥିବା ରାଲାମରେ ହେଲିକପ୍ଟର…

ଭାରତରେ ଆଇନ ଅନ୍ଧ ନୁହେଁ; ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳାପଟି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତିରେ କିଛି ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି। ନ୍ୟାୟର ଦେବୀଙ୍କ ଆଖିରୁ କଳାପଟି ହଟାଇ ଦିଆଯାଇଥିବା ବେଳେ ତାଙ୍କ ହାତରେ ଖଣ୍ଡା ବଦଳରେ ସମ୍ବିଧାନର ପୁସ୍ତକ ରହିଥିବା…

ଆହୁରି ବଢିବ ପୁରୀ ସହରର ସୁରକ୍ଷା, ନିଆଗଲା ଏହି ପଦକ୍ଷେପ

ପୁରୀ: ପୁରୀ ସହରକୁ ହେବ ଅପରାଧ ମୁକ୍ତ । ସମଗ୍ର ସହରକୁ ଜଗିବ ୬୨୦ଟି ସିସିଟିଭି । ଏଥିପାଇଁ ‘ସିସିଟିଭି ଯୋଜନା’ କାର୍ଯ୍ୟକାରୀ ହେବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ…

ବିଭୀଷଣ ସାଜିଥିଲେ ସାଂସଦ ପ୍ରାର୍ଥୀ !

ଭୁବନେଶ୍ବର: ପୂର୍ବତନ ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ସାଂଘାତିକ ଅଭିଯୋଗ । ଦଳର ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ସାଜିଥିଲେ ବିଭୀଷଣ ! ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ବିଜେପି ସହ ମିଳାଇଥିଲେ ହାତ ! ବିଜେଡି ନେତ୍ରୀ ଲତିକା ପ୍ରଧାନଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ସରଗରମ…