Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ : ମୋହନ

ପୁରୀ: ଆଜି ଓଡ଼ିଶାରେ ନୂଆ ସରକାରଙ୍କୁ ପୁରିଛି ୧୦୦ ଦିନ । ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିଛନ୍ତି ସରକାର। ପୁରୀରେ ଆୟୋଜିତ ବିଶାଳ ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା l କିନ୍ତୁ ଲୋକ ବିରୋଧୀ…

କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ: ୨୧ରେ ମନ୍ତ୍ରୀମଣ୍ଡଳଙ୍କ ସହ ଶପଥ ନେବେ

ନୂଆଦିଲ୍ଲୀ: ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ…

୫ ମାସ ଶିଶୁର ମୃତ୍ୟୁ ପରେ ମେଡିକାଲ ଆଗରେ ପରିବାର ଲୋକଙ୍କ ଧାରଣା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଖବର ମୁତାବକ, ବୁଧବାର ଦିନ କପ୍ତିପଦା ଥାନା ଦେୱାନବାହାଳି ଗ୍ରାମର…

ଭୁଟାନ ଆପଣାଇବ ବିଏମସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ

ଭୁବନେଶ୍ବର: ଭୁଟାନ ଆପଣାଇବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ । ଏନେଇ ଆଜି ଭୁଟାନର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସିଛନ୍ତି । ସେମାନେ ଏଠାରେ ୪ ଦିନ ରହି ଏସବୁକୁ ଅନୁଧ୍ୟାନ କରିବେ । ଏହି ଟିମ୍‌ ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ…

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ

ପୁରୀ: ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ l ଆଜି ରାଜ୍ୟରେ ନୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ l ଶ୍ରୀମନ୍ଦିର ୪ ଦ୍ୱାର ସହ ରତ୍ନ ଭଣ୍ଡାର ଖୋଲାଗଲା l ସୁଭଦ୍ରା ସହାୟତା ଦିଆଗଲା l…

ସଲମାନ ଖାନଙ୍କ ବାପାଙ୍କୁ ପୁଣି ହତ୍ୟା ଧମକ !

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ମିଳିଛି। କିଛି ଦିନ ପୂର୍ବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚାଳନା ହୋଇଥିଲା। ବର୍ତ୍ତମାନ ଏହାର କିଛି ମାସ ପରେ ତାଙ୍କ ପିତା ସଲିମ ଖାନଙ୍କୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଧମକ…

ଯାଜପୁରରେ ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ଯାଜପୁର: ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା । ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ପାଇଁ ଜମି ଅଧିକରଣ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା କାରଣରୁ ପ୍ରକଳ୍ପ କାମ ଅଧାରେ ଅଟକି ରହିଛି । ଏହି ମଡେଲ ଜେଲ୍ ପାଇଁ ମୋଟ ୨୦ ଏକର ଜମି…

ଏବେବି ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଜଳେଶ୍ବର: ଏବେବି ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ଜଳସ୍ତର । ଗୋଟେ ପଟେ ଧିରେ ଧିରେ ବିଭିନ୍ନ ନଦୀର ଜଳସ୍ତର ଖସୁଥିବା ବେଳେ ଏବେବି ବିପଦ ସଂକେତରୁ ଖସିନି ସୁବର୍ଣ୍ଣରେଖା । ଜଳେଶ୍ବର ଜାମଶୋଳା ଘାଟ ଓ ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର ରହିଛଇ । ଜାମଶୋଳା ଘାଟରେ…

ବେହାଲ ବାଲେଶ୍ବର: ନଦୀବନ୍ଧ, ଘର ଛାତ ସାଜିଛି ସାହାରା

ବାଲେଶ୍ବର: ବନ୍ୟାରେ ବେହାଲ ହୋଇପଡିଛି ବାଲେଶ୍ବର । ଘର ଭିତରେ ବାହାରେ ସବୁଠି ପାଣି । କିଛି ସ୍ଥାନରେ ପାଣି ଛାତ ଛୁଇଁଥିବା ବେଳେ ଏବେ ନଦୀବନ୍ଧ ଓ କୋଠାଘର ଛାତ ସାଜିଛି ସାହାରା । ତମ୍ବୁ ଟାଣି ତା ତଳେ କିଏ ଆଶ୍ରୟ ନେଇଛନ୍ତି ତ ଆଉ କିଏ ସେମିତି ପଡିରହିଛନ୍ତି । କ’ଣ ଖାଇବେ କେମିତି…

ପରଲୋକରେ ହିମେଶ ରେଶମିୟାଙ୍କ ବାପା

ମୁମ୍ବାଇ: ପରଲୋକରେ ହିମେଶ ରେଶମିୟାଙ୍କ ବାପା। ୮୭ ବର୍ଷ ବୟସରେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବିପିନ ରେଶମିୟାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…