Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନାଇଡୁଙ୍କ ଅଭିଯୋଗ କ’ଣ ସତ?

ଅମରାବତୀ: ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିରରେ ଲାଗି ହେଉଥିବା ଲଡୁ ପ୍ରସାଦକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଶାସକ ଟିଡିପି ଓ ବିରୋଧୀ ୱାଇଏସଆର କଂଗ୍ରେସ ପାର୍ଟି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ପୂର୍ବ…

ଆସିଲା ଲ୍ୟାବ ରିପୋର୍ଟ, ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି

ତିରୁପତି: ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି। ଏନେଇ ସ୍ପଷ୍ଟ କରିଛି ଲ୍ୟାବ ରିପୋର୍ଟ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବତନ YSRCP ସରକାର ସମୟରେ ତିରୁପତି ଲଡୁ ତିଆରି…

ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ: ନିଜ ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ

ପୁରୀ: ଆଜି ଓଡିଶାରେ ବିଜେପି ସରକାରଙ୍କ ଶାସନ ଭାର ଗ୍ରହଣ କରିବାର ୧୦୦ ଦିନ ପୁରିଛି । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ଆୟୋଜିତ ହୋଇଛି 'ପ୍ରଗତିର ନୂତନ ସୂର୍ଯ୍ୟୋଦୟ' ସମାରୋହ । ଏହି ଅବସରରେ ଓଡିଶା ବିକାଶ ମେଳାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସୁସଜ୍ଜିତ…

କାଶୀପୁର ଥାନା ଉପରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଉପରେ ଚାରୋଟି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଶତାଧିକ ଲୋକ ଥାନା ପରିସରରେ ଏହି ତୁମୁଳ କାଣ୍ଡ ଘଟାଇଛନ୍ତି । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି । ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ…

ଭରତପୁର ଥାନା ବର୍ବରତା: ସତ ବଖାଣିଲେ ମେଜରଙ୍କ ବନ୍ଧବୀ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା । ଘଟଣା ଦିନର କଳା କାହାଣୀ ବଖାଣିଲେ ମେଜରଙ୍କ ବାନ୍ଧବୀ । କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ ସେ ନେଇ ସମ୍ପୁର୍ଣ୍ଣ କଥା କହିଲେ ମେଜରଙ୍କ ବାନ୍ଧବୀ । ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର…

ଇନଷ୍ଟାଗ୍ରାମରୁ ହଟିବ ବ୍ୟୁଟି ଫିଲ୍ଟର୍, ମହିଳାଙ୍କ ମାନସିକ ସ୍ବାସ୍ଥ୍ଯ ଉପରେ ନକରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ଅନେକ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆପ୍ ବ୍ୟବହାର କରନ୍ତି। ଫଟୋ, ଭିଡିଓ, ରିଲ୍ ପୋଷ୍ଟ କରି ଇନଷ୍ଟାଗ୍ରାମ ମାଧ୍ୟମରେ ଅନେକ ଲୋକ ଲୋକପ୍ରିୟ ହୋଇପାରିଛନ୍ତି। ଏଥିସହ ରୋଜଗାର ମଧ୍ଯ ଭଲ କରୁଛନ୍ତି। ବର୍ତ୍ତମାନ ଇନଷ୍ଟାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ…

ପଶୁର ଚର୍ବିରୁ ତିଆରି ହେଉଛି କି ତିରୁପତିଙ୍କ ଲଡୁ, ଜାଣନ୍ତୁ କଣ ରହିଛି ଘଟଣା… 

ତିରୁପତି: ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ଦିଆଯାଉଥିବା ଲଡୁ ରେ ମିଶୁଛି ପଶୁର ଚର୍ବି। ଏଭଳି ଅଭିଯୋଗ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହି ମନ୍ତବ୍ୟ ଆନ୍ଧ୍ରପ୍ରଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ…

ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନାରେ ଭାରତୀୟ ସେନା ଅଧିକାରୀ ମେଜର ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆଙ୍କୁ ରିପୋର୍ଟ ମାଗିଛନ୍ତି । ମେଜର ସିଂ ଏବଂ…

ଟ୍ରାଫିକ୍ ସିଗନାଲରେ ହଠାତ୍ ଚଳନ୍ତା କାରରୁ ଖସିଲା ନାଗ, ଆଉ ତା’ପରେ…

ଭୁବନେଶ୍ବର: ଆଜି ରାଜଧାନୀର ରବି ଟକିଜ୍ ଛକ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟାହ୍ନ ପ୍ରାୟ ୧ଟା ୩୦ରେ ରବି ଟକିଜ୍ ଛକରେ ପ୍ରବଳ ଭିଡ ସମୟରେ ଟ୍ରାଫିକ ସିଗ୍ନାଲ ପରେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ କାର ତଳୁ ଏକ ନାଗ ସାପ ଖସି ପଡ଼ିଲା । ଏହାପରେ କିଛି ସମୟ…

୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ଆସନ୍ତା ୨୪ ତାରିଖ ସୁଦ୍ଧା ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଡି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସନ୍ତା ୨୪ ପରଠୁ…