Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୮୭୧ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: 'ସୁଭଦ୍ରା' ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଓଡିଶା ପାଇଁ ୨୮୭୧ କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଦୃଢ଼ୀଭୁତ କରାଇବା ସହିତ…

୧୩୦ ଗ୍ୟାସ୍ ସିଲିଣ୍ଡର ଜବତ, ୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳାରେ ଧରାପଡ଼ିଲେ ଗ୍ୟାସ୍‌ ସିଲିଣ୍ଡର ଚୋର ଗ୍ୟାଙ୍ଗ । ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୫୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ଜବତ ସିଲିଣ୍ଡର ମଧ୍ୟରେ ୪୫ଟି ଭର୍ତ୍ତି ସିଲିଣ୍ଡର ଥିବାବେଳେ, ୮୫ଟି ଖାଲି ସିଲିଣ୍ଡର…

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅସୁସ୍ଥତା କାରଣରୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା…

ପ୍ରଜନନ ହାର ବଢାଇବା ପାଇଁ ଋଷର ନୂଆ ନିୟମ, ଅଫିସ ବ୍ରେକରେ କରନ୍ତୁ ସେକ୍ସ

ମସ୍କୋ: ନିଜର ଅଫିସ ବ୍ରେକ୍ ସମୟରେ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଜନତାଙ୍କୁ ଅପିଲ୍ କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦେଶର ଜନ୍ମ ହାର ବର୍ତ୍ତମାନ ପ୍ରତି ମହିଳାରେ ୧.୫ ଶିଶୁ ରହିଛି।ଜନସଂଖ୍ୟା ସ୍ଥିରତା ପାଇଁ ୨.୧ଠାରୁ ଏହା ବହୁତ କମ୍ ଅଟେ। ଜନ୍ମ ହାରରେ ପରିବର୍ତ୍ତନ ପାଇଁ…

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ ଓ ପିଅନ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ବରୁଣ ଜେନା ଓ ପିଅନ ବଳରାମ ସାହୁ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ । ଖବର ମୁତାବକ, ଜଣେ ବ୍ୟକ୍ତିଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା । ଏନେଇ ଉକ୍ତ…

୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକଙ୍କ ଜୀବନ ନେବ ସୁପରବଗ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକ ସୁପରବଗ ତଥା ଆଣ୍ଟିବାୟୋଟିକ୍ ରେଜିଷ୍ଟେନ୍ସ ଯୋଗୁଁ ମୃତ୍ୟୁ ବରଣ କରିବାର ଆଶଙ୍କା ରହିଛି। ଲାନସେଟର ଏକ ନୂତନ ଅଧ୍ୟୟନରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ ହେତୁ…

ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଲିନ୍ସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

କନ୍ଧମାଳ: ରବିବାର କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି…

ଗୋ-ଧ୍ବଜା ସ୍ଥାପନା ସହ ଗୋ-ମାତାକୁ ରାଷ୍ଟ୍ର ମାତା ଘୋଷଣା ପାଇଁ ଓଡିଶା ଆସିବେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ବର: ସନାତନ ଧର୍ମରେ ଗାଈକୁ ମା’ର ମାନ୍ୟତା ଦିଆଯାଇଛି, ଏହା ସନାତନ ଧର୍ମୀ ହିନ୍ଦୁମାନଙ୍କର ପବିତ୍ର ଭାବନା ଓ ବିଶ୍ୱାସ । ଏହି ଧାର୍ମିକ ବିଶ୍ୱାସ ପାଇଁ ସମ୍ବିଧାନ ଓ ଆଇନରେ ଗାଈକୁ ରାଜ୍ୟ ତାଲିକାରୁ ହଟାଇ କେନ୍ଦ୍ରୀୟ ତାଲିକାରେ ରଖାଯାଇଛି ଏବଂ ଗୋ ମାତାଙ୍କୁ ସମ୍ମାନ ଦେବା ସହ…

ଯୋବ୍ରା ସିରିଜ ଦୁର୍ଘଟଣା; ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କଲା ପୋଲିସ

କଟକ: କଟକ ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ମାମଲା । ଆଜି ସିରିଜ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୋଲିସ । ଗରିଫ ଅଭିଯୁକ୍ତ ଚାଳକ ହେଉଛି ରାଜେନ୍ଦ୍ର ପରିଜା । ସେ ଜଣେ କାର୍ ମେକାନିକ । ସେ ନଖରା ସ୍ଥିତ ମହେନ୍ଦ୍ରା ସୋ ରୁମରେ…

କାରଖାନାରେ ଦୁର୍ଘଟଣା: ୨ ଶ୍ରମିକ ମୃତ, ୬ ଗୁରୁତର

ଝାରସୁଗୁଡା: ଝାରସୁଗୁଡ଼ାର ଏକ କାରଖାନାରେ ଦୁର୍ଘଟଣା। ୨ ଶ୍ରମିକ ମୃତ ଓ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଗୁରୁତର ଶ୍ରମିକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲାର…