Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ନିଯୁକ୍ତି ପାଇବେ ୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଆଜି ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏନେଇ କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନିଷ୍ଠ…

ବଡ଼ଧରଣର ଏନକାଉଣ୍ଟର: ୩୬ ମାଓବାଦୀ ନିହତ

ଦାନ୍ତେୱାଡା: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ସମସ୍ତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ପ୍ରାଥମିକ ସ୍କୁଲର ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ଏକକାଳୀନ ବଦଳି

ଭୁବନେଶ୍ବର: ଏକାଥରକେ ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି କଲେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ସ୍କୁଲର ଏହି ଶିକ୍ଷକ ମାନଙ୍କୁ ଏକକାଳୀନ ବଦଳି କରାଯାଇଛି । ନିଜର ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ ଏହି ଶିକ୍ଷକମାନେ ଆବେଦନ…

ଓଡ଼ିଶା କନଷ୍ଟେବଳ ନିଯୁକ୍ତି ମାମଲା: ବୟସ ସୀମା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି ବୟସ ସୀମାକୁ ନେଇ ଆଜି ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜ୍ୟର ସମସ୍ତ ପୋଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ଆବେଦନାକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ମାମଲା ଦାୟର…

ରାହୁଲ ଗାନ୍ଧୀଙ୍କୁ ପୁନେ କୋର୍ଟର ସମନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଅଡୁଆରେ ଛନ୍ଦିହୋଇ ପଡିଛନ୍ତି । ଏକ ମାନହାନୀ ମାମଲାରେ ପୁନେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି । ପୁନେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ବୀର ସାବରକରଙ୍କ ନାତି ସାତ୍ୟକି ସାବରକରଙ୍କ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା

ମୁମ୍ବାଇ: ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା। ବଲିଉଡ ଅଭିନେତା ଗୋବିନ୍ଦା ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା। ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା। ଏହି ଦୁର୍ଘଟଣା ପରେ…

ଲୋକଙ୍କ ପାଇଁ ମହଙ୍ଗା ହୋଇଛି ଘର ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ବଜାରରେ ପ୍ରତ୍ୟେକ ଜିନିଷ ମହାଙ୍ଗା ହୋଇ ଚାଲିଛି। ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସି ଆସିବା ସତ୍ତ୍ୱେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା ଏକ ରିପୋର୍ଟ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ ଘରେ ରନ୍ଧା ଖାଦ୍ୟ ମଧ୍ୟ…

ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ; ଗାଧୋଇବାକୁ ଯାଇଥିଲେ ୧୧ ଛାତ୍ର

ଜଗତପୁର: କଟକର ଜଗତପୁର ଅନ୍ତର୍ଗତ ବାଲିସାହି ନିକଟ ମହାନଦୀରେ ଆଜି ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଦୁଇଜଣ ନିଖୋଜ ଅଛନ୍ତି। ଜଣଙ୍କ ନାଁ ଆର୍ଯ୍ୟନ ନାୟକ ହୋଇଥିବା ବେଳେ ଆଉ ଜଣେ ମନୋରଞ୍ଜନ ବେହେରା। ଦୁଇ ଜଣ ଛାତ୍ର ବ୍ୟାରେଜ କଲୋନୀ ଅଞ୍ଚଳର ହୋଇଥିବା ବେଳେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

ଦାନ୍ତେୱାଡ଼ା: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ବଡ ଧରଣର ଏନକାଉଣ୍ଟର । ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଖବର ମୁତାବକ, ଦାନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଳା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ…

ପାର୍ବଣରେ ଜନସାଧାରଣଙ୍କ ସୁରକ୍ଷା ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର: ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଥିବା…