Latest Odisha News
Browsing Category

ମୁଖ୍ୟ ଖବର

ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ

ଭୁବନେଶ୍ୱର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି। ତାଙ୍କର ଅମାପ…

ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ

ଭୁବନେଶ୍ବର: ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ । ଭୁବନେଶ୍ବର ଗାନ୍ଧୀମାର୍ଗରୁ ଗଡିଲା ଶୁଭଦ୍ରା ରଥ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଏହା ପୂର୍ବରୁ ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଗତକାଲି ସନ୍ଧ୍ୟା ୬ଟାରେ ଧନକଉଡ଼ା ଛକ ନିକଟରୁ ଫ୍ଲାଗମାର୍ଚ୍ଚ ଆରମ୍ଭ…

ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

ଭୁବନେଶ୍ବର: ଆସନ୍ତା ୯ ତାରିଖ ସୋମବାର ଦିନ ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ । ଏହି ଦିନ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବ । ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ…

ପୁଣି ଅଶାନ୍ତ ମଣିପୁର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ରକେଟ୍ ମାଡ଼, ଜଣେ ମୃତ

ଇମ୍ଫାଲ: ମଣିପୁରରେ ପୁଣି ହିଂସା। କୁକି ଉଗ୍ରବାଦୀ ମାନେ ପୁଣି ସକ୍ରିୟ ହୋଇଛନ୍ତି। ଭୟଙ୍କର ହେବାରେ ଲାଗିଛି ସ୍ଥିତି। ସାମାନ୍ୟ ନିରବତା ପରେ ପୁଣି ଥରେ ହିଂସା ଉଗ୍ର ହୋଇଛି । ଡ୍ରୋନ୍ ମାଧ୍ୟମରେ ଆଟାକ୍ କରୁଛନ୍ତି। କିଛି ଦିନ ପୂର୍ବେ ସାଧାରଣ ବସତି ଉପରେ ଡ୍ରୋନ୍ ବୋମା ମାଡ ହୋଇଥିଲା। ଏବେ…

ବାଇକ ଧକ୍କାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ନୟାଗଡ: ବାଇକ ଧକ୍କାରେ ଆଖି ବୁଜିଲେ ଦୁଇ ଯୁବକ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ଏତେ ଭୟଙ୍କର ଦୁର୍ଘଟଣା ଥିଲା ଯେ, ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ…

ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଅନୁମତି

ସିମଲା: ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଆଇନଗତ ଅନୁମତି ମିଳିବାକୁ ଯାଉଛି। ଏ ସଂକ୍ରାନ୍ତରେ ଏକ ବିଲ୍ ବିଧାନସଭାରେ ଗୃହୀତ ହୋଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଧାରରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଔଷଧ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଞ୍ଜେଇ ଚାଷ କରାଯିବା ଲାଗି କମିଟି…

ଫୁଡ୍ ଷ୍ଟଲରେ ସିଏମସିର ଚଢ଼ାଉ

କଟକ: କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢାଉ କରିଛି ସିଏମସି। ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲକୁ ଯାଇ ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। ରାଣୀହାଟ, କଲେଜ ଛକ, ଯୋବ୍ରା ତାଳଦଣ୍ଡା ପାର୍ଶ୍ୱରେ ଥିବା ଶତାଧିକ ଚାଟ୍ ଦୋକାନ, ଗୁପଚୁପ, ମୋମୋ ଓ ବରା ପିଆଜି…

ଫିକା ପଡ଼ିବ ଗଣେଶ ପୂଜା: ୪ ଦିନ ଯାଏ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଫିକା ପଡିବ ଗଣେଶ ପୂଜା। ରାଜ୍ୟରେ ଗଣେଶ ପୂଜାକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବା ବେଳେ ବର୍ଷା ପାଇଁ ଫିକା ପଡିପାରେ ଗଣେଶ ପୂଜା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ସୃଷ୍ଟ ଲଘୁଚାପ ଯୋଗୁଁ ଆଜିଠୁ ପ୍ରବଳ ବର୍ଷା। ଆଜିଠୁ ୪ ଦିନ ଯାଏଁ ବିଭିନ୍ନ…

ମମତାଙ୍କ ପରେ ସୁଜିତ୍ ଝଟକା

ଭୁବନେଶ୍ବର: ବିଜେଡିରୁ ଖସୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ । ମମତା ମହନ୍ତଙ୍କ ପରେ ସୁଜିତ କୁମାର । ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ, ବିଜେପିରେ ମିଶିଲେ । ସୁଜିତଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମମତା ମହନ୍ତଙ୍କ ଇସ୍ତଫା ସମୟରେ ହିଁ ବିଜେଡିରୁ…