Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୋଲକାତା ଲଜ୍ଜା: ଆଜି ଅଭିଯୁକ୍ତର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ; ସିବିଆଇକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଡାକ୍ତରମାନେ ନିରନ୍ତର ସେମାନଙ୍କ ସୁରକ୍ଷା ଦାବି କରୁଥିବାବେଳେ…

୫ ଜିଲ୍ଲାରେ ତୁହାକୁ ତୁହା ପ୍ରବଳ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଲଘୁଚାପ କେନ୍ଦ୍ରସ୍ଥଳ ଦକ୍ଷିଣ ବାଂଲାଦେଶ ଏବଂ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବିଜୁଳି ଘଡଘଡି…

ପୁଣି ଅଶାନ୍ତ ପୁରୀ: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଦିବ୍ୟାଙ୍ଗଙ୍କୁ ହତ୍ୟା

ପୁରୀ: ପୁରୀ ସହରରେ ପୁଣି ରକ୍ତପାତ । ପୁଣି ଅଶାନ୍ତ ହେଲା ସହର। ଜଣେ ଦିବ୍ୟାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୯ ଦୁର୍ବୃତ୍ତ। ଆକ୍ରମଣର ଶୀକାର ଦିବ୍ୟାଙ୍ଗଙ୍କ ଚାଲିଗଲା ଜୀବନ। ଖଜା ବେପାରକୁ ନେଇ ଲାଗି ରହିଥିବା ବିବାଦ ପୁଣି ଉଗ୍ରରୂପ ନେଇଥିବା ବେଳେ ଆଜି ଆଉ ଜଣକର ମୁଣ୍ଡ ଗଡ଼ିଛି। ଗତ ୮…

ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଅଭାବନୀୟ ଘଟଣା। ଏଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଖବର ଆସିଛି। ତେବେ ମଦ ବିଷାକ୍ତ ଥିବାରୁ ସମସ୍ତେ ଅସୁସ୍ଥ ହୋଇ ପଡିଥିବା କୁହାଯାଉଛି। ସମସ୍ତେ ମେଡିକାଲରେ ଭର୍ତ୍ତି ଅଛନ୍ତି । ବିଷାକ୍ତ ଦେଶୀ ମଦ ପିଇ ୧୫ରୁ…

‘ରାଜ୍ୟରେ କୋଟିଏ ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ, ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ କର୍ମଶାଳା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏନେଇ ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ । ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ…

ମଙ୍କି ପକ୍ସ ନେଇ ହସ୍ପିଟାଲ ଓ ଏୟାରପୋର୍ଟକୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ମଙ୍କି ପକ୍ସ ଭାଇରସ୍ ନେଇ ଏବେ ସାରା ଦୁନିଆରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ହସ୍ପିଟାଲ ଗୁଡ଼ିକୁ…

କ୍ୟାପିଟାଲ ଡାକ୍ତରଖାନା ଏବଂ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ

ଭୁବନେଶ୍ବର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କ୍ୟାପିଟାଲ ଡାକ୍ତରଖାନା ଆଉ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ ହୋଇଯାଇଛି । ବକୁଳ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା 'ମୋ ଗଛ' ଅଭିଯାନର ୧୫ ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଯାଆଁଳା ଗଛ ଅଭିଯାନର ଶୁଭାରମ୍ଭ ହୋଇଛି…

ଟ୍ରକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା; ୧୫ରୁ ଅଧିକ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ବାଇପାସ୍‌ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଅପରାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ଯାତ୍ରୀବାହୀ ବସ୍ ର ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର…

ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସିହିଦ

ଶ୍ରୀନଗର: ପୁଣି ଥରେ ଜମ୍ମୁ କଶ୍ମୀର ଉଧମପୁରର ଡୁଡୁ ବସନ୍ତଗଢରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଜମ୍ମୁ କଶ୍ମୀର ପୋଲିସର ସିଆରପିଏଫ ଏବଂ ଏସଓଜିର ମିଳିତ ଟିମ୍ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି ।…

ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା ଓ ବିଭିନ୍ନ ଅନୁଷ୍ଠାନର ଲୋକମାନେ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ । ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାକ୍ଷୀ ପାଇଁ ସମସ୍ତଙ୍କୁ…