Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତରେ ପହଞ୍ଚିଲା ବିଶାଳ ଏଲ୍‌ପିଜି ବୋଝେଇ ଜାହାଜ, ସଫଳ ହେଲା ସରକାରଙ୍କ କୂଟନୀତି

ମେଙ୍ଗାଲୁରୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ୍ ଏବଂ ତେଲ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲ୍‌ପିଜି ସଙ୍କଟ ଅନୁଭବ କରୁଛି। ଏହାରି ମଧ୍ୟରେ କିଛି ଆଶ୍ୱସ୍ତି ଖବର ଆସିଛି। ପିକ୍ସିସ୍ ପାୟୋନିଅର ନାମକ ଏକ ଜାହାଜ ରବିବାର ଏଲ୍‌ପିଜି ନେଇ…

ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଇରାନକୁ ଧମକ: ଟ୍ରମ୍ପ ଦେଲେ ୪୮ ଘଣ୍ଟା ମହଲତ

ନୂଆଦିଲ୍ଲୀ: ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ। ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଦେଲେ ଧମକ। ୪୮ ଘଣ୍ଟାର ଡେଡ୍‌ଲାଇନ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନ ଖୋଲିଲେ ଇରାନର ବିଭିନ୍ନ ପାୱାର ପ୍ଲାଣ୍ଟକୁ ଧ୍ବଂସ କରିଦେବୁ ଖୋଲା ଚେତାବନୀ ଦେଲେ…

ଇସ୍ରାଏଲ ଉପରେ ଇରାନର ବଡ଼ କ୍ଷେପଣାସ୍ତ୍ର ମାଡ଼: ୧୦୦ରୁ ଅଧିକ ଲୋକ ଆହତ

ତେଲ ଅଭିଭ: ଇରାନ ଶନିବାର ଇସ୍ରାଏଲର ଡିମୋନା ଏବଂ ଆରାଦ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଥମ ଆକ୍ରମଣରେ ଇସ୍ରାଏଲର ପରମାଣୁ କେନ୍ଦ୍ର ଥିବା ଡିମୋନାକୁ ଟାର୍ଗେଟ କରାଯାଇଥିଲା। ପରେ ଆରାଦ ଉପରେ ଆକ୍ରମଣ କରାଯାଇଥିଲା। ଅଧିକାରୀମାନେ…

ରାଜ୍ୟରେ କାଳବୈଶାଖୀ ବର୍ଷା, ୧୨ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗର ମିଜାଜ। ଆସନ୍ତା ୫ ଦିନରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସମ୍ଭାବନା। ସେପଟେ ଝଡବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।…

୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ; ୧୭ଟି ପଦକ ଜିଣିଲା ଓଡିଶା

ଭୁବନେଶ୍ୱର: ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି । ଏହି  ଅବସରରେ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ…

ଗୋଟିଏ ଦିନରେ ୯ କୋଟି ୫୮ ଲକ୍ଷ ଜରିମାନା, ୬୪ ଗାଡ଼ି ଅଟକ

ଭୁବନେଶ୍ୱର: କଟକରୁ କୋରାପୁଟ, ବାଲେଶ୍ୱରରୁ ବରଗଡ଼ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ। ପ୍ରଥମ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟର ଯାନ ଆଇନ ଉଲ୍ଲଙ୍ଘନ ଯୋଗୁଁ ଉଲ୍ଳଂଘନକାରୀଙ୍କ…

ବସ୍ତା ବ୍ଲକ ବିଜେଡି ସଭାପତି ଅନୀଲ ମହାନ୍ତିଙ୍କ ଇସ୍ତଫା; କାରଣ…

ବାଲେଶ୍ୱର: ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି ଛାଡ଼ିଲେ ବିଜେଡି । ଅନିଲ କୁମାର ମହାନ୍ତି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବସ୍ତା ବିଧାୟିକା ସୁବାସିନୀ…

ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ;ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତି…

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ଡେରଜାଙ୍ଗ ଠାରେ ବହୁପ୍ରତୀକ୍ଷିତ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ…

Odisha Festival: ଅହମ୍ମଦାବାଦରେ ୩ ଦିନିଆ ‘ଓଡ଼ିଶା ପର୍ବ ୨୦୨୬’ ଉଦଘାଟିତ

ଭୁବନେଶ୍ଵର: ଶନିବାର ଅହମ୍ମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟ କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରଠାରେ ୩ ଦିନିଆ ‘ଓଡ଼ିଶା ପର୍ବ ୨୦୨୬’କୁ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ…

ମାନସିକ ଅସ୍ଥିରତା ଦେଇ ଗତି କରୁଛନ୍ତି ଦୁର୍ନୀତିରେ ଲିପ୍ତ ଥିବା ପ୍ରଭାତ ବିଶ୍ୱାଳ: ବିଜେଡି

ଭୁବନେଶ୍ୱର: ଚିଟଫଣ୍ଡ ଭଳି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳର ନୀତି ଓ ନୈତିକତାକୁ ନେଇ ଟିପ୍ପଣୀ ଦେବା ଜଣେ ପାଗଳର ବାଚଳାମୀ । ରାଜ୍ୟସଭା ନିର୍ବାଚନରେ ପୁଅ ସୌଭିକ ବିଶ୍ୱାଳଙ୍କୁ ଘୋଡ଼ା ବେପାରରେ ସାମିଲ କରାଇ କୋଟି କୋଟି ଟଙ୍କା ହାତେଇ…