Latest Odisha News

BREAKING NEWS

Browsing Category

Uncategorized

ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା

ଚେନ୍ନାଇ: ଅଭିନେତ୍ରୀ ଶୋଭିତା ଧୁଲିପାଲା ଏବଂ ନାଗା ଚୈତନ୍ୟଙ୍କ ବିବାହ ଡିସେମ୍ବର ୪ରେ ହେବାକୁ ଯାଉଛି। ଏହି ଖାସ ଦିନରେ ଶୋଭିତା କଣ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସଲି ସୁନା ଜରି ଖଚିତ ଥିବା ପାରମ୍ପାରିକ କାଞ୍ଜିଭରମ ରେଶମୀ ଶାଢି ପିନ୍ଧିବେ ବୋଲି ଜଣାପଡିଛି। ଅଭିନେତ୍ରୀ…

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୩୮ ମୃତ

ଲାହୋର: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଅନ୍ତର୍ଗତ ଲୋୟର କୁରାମ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ ଉପରେ ଆଖିବୁଜା ଗୁଳିମାଡ଼। ଏହି ଆତଙ୍କବାଦୀ ଆକ୍ରମଣରେ ୯ ବର୍ଷର ବାଳିକା ଏବଂ ଅନେକ ମହିଳାଙ୍କ ସମେତ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବର…

ଜୋମାଟୋ ସିଇଓଙ୍କ ଚାକିରି ଅଫର, ପ୍ରଥମ ବର୍ଷ ଦରମା ନାହିଁ

ନୂଆଦିଲ୍ଲୀ: ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଚିଫ୍ ଅଫ ଦ ଷ୍ଟାଫ୍ ପଦ ପାଇଁ ଚୟନ ଆରମ୍ଭ କରିଛନ୍ତି। ତେବେ ଏହି ଚାକିରି ପାଇଁ ସେ କିଛି ନିୟମ ରଖିଛନ୍ତି। ତଦନୁଯାୟୀ, ପ୍ରଥମ ବର୍ଷ ପାଇଁ କୌଣସି ବେତନ ମିଳିବ ନାହିଁ ଏବଂ ମନୋନୀତ ପ୍ରାର୍ଥୀଙ୍କୁ ଫି ଭାବରେ ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ।…

ଗୌତମ ଆଦାନୀଙ୍କୁ ଗିରଫ କରାଯାଉ: ରାହୁଲ 

ନୂଆଦିଲ୍ଲୀ: ଆମେରିକାର ଲାଞ୍ଚ ଦୁର୍ନୀତି ଅଭିଯୋଗକୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଆମେରିକା ପକ୍ଷରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଗୁରୁବାର ରାହୁଲ ଗାନ୍ଧୀ…

‘ମୁଫାସା: ଦ ଲାୟନ କିଙ୍ଗ’ର ଟ୍ରେଲରରେ ଶାହରୁଖ ଓ ପୁଅ… 

ମୁମ୍ବାଇ: 'ମୁଫାସା: ଦ ଲାୟନ କିଙ୍ଗ'ର ହିନ୍ଦୀ ଟ୍ରେଲର ରିଲିଜ ହୋଇ ସାରିଛି। ଶାହରୁଖ ଖାନ ଏବଂ ମହେଶ ବାବୁ ଯଥାକ୍ରମେ ଏହାର ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସ୍ୱର ପ୍ରଦାନ କରିଛନ୍ତି। ତେବେ ଦୁଇ ମିନିଟର ଏକ ଟ୍ରେଲରରେ ଅନାଥ ମୁଫାସା ଏବଂ ତାକା ସହିତ ତାର ବନ୍ଧୁତ୍ୱର ସୁନ୍ଦର ଆନିମେଟେଡ୍…

ରାସ୍ତାପାର ହେବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ଗୁରୁବାର ରାସ୍ତାପାର ହେବା ବେଳେ ଜଣେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମହିଳା ଜଣଙ୍କ ପଳାଶୁଣି ଛକରେ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା।…

ଗୌତମ ଆଦାନୀଙ୍କ ଉପରେ ଠକେଇ ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟଙ୍କ ଉପରେ ବଡ଼ ଠକେଇ ଏବଂ ଲାଞ୍ଚ ଅଭିଯୋଗ ଲଗାଇଛି ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ (ସିଇସି)। ସିଇସିଙ୍କ ଅନୁଯାୟୀ, ଗୌତମ ଅଦାନୀ ଆମେରିକୀୟ ନିବେଶକଙ୍କୁ ଠକିଛନ୍ତି। ଏହା ଉପରେ ଆମେରିକାର କୋର୍ଟରେ…

ବିଶ୍ୱର ପ୍ରଦୂଷିତ ୧୦୦ ସହର ତାଲିକାରେ ଭାରତର ୩୯…

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ୧୦୦ଟି ସହର ତାଲିକାରେ ଭାରତର ସର୍ବାଧିକ ସହର ଥିବାବେଳେ ଚୀନ୍ ବହୁ ପଛରେ ରହିଛି। ପ୍ରଦୂଷଣ କ୍ଷେତ୍ରରେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳର ସହର ମଧ୍ୟ ପଛରେ ପଡି ନାହାଁନ୍ତି। ବର୍ତ୍ତମାନ ସମୟରେ ଦିଲ୍ଲୀର ଲୋକମାନେ ଅତ୍ୟଧିକ ପ୍ରଦୂଷଣର ସମ୍ମୁଖୀନ…

ନାଗ ଧରି ଟ୍ରେନର ଜେନେରାଲ ବଗିରେ ଚଢିଲେ, ଲୋକଙ୍କୁ ମାଗିଲେ ଟଙ୍କା

ନୂଆଦିଲ୍ଲୀ: ନାଗ ଧରି ଟ୍ରେନର ଜେନେରାଲ ବଗିରେ ଚଢି ଲୋକଙ୍କୁ ଟଙ୍କା ମାଗିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜେନେରାଲ ବଗିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ନାଗ ସାପ ସହ ଟ୍ରେନକୁ ପଶି ଲୋକଙ୍କଠାରୁ ଟଙ୍କା…

୭ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ଇସିଆଇ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ସିସାମାଉ ବିଧାନସଭା ଆସନ, ମୁଜାଫରନଗରର ମେରାପୁର ବିଧାନସଭା ଆସନ ଏବଂ ମୋରଦାବାଦର କୁଣ୍ଡାର୍କି ବିଧାନସଭା ଆସନରେ ଭୋଟରଙ୍କ ପରିଚୟ ଯାଞ୍ଚ ଅଭିଯୋଗରେ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ…