Latest Odisha News

BREAKING NEWS

ସାବତ ଝିଅର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ରୁପାଲି

ନୂଆଦିଲ୍ଲୀ: ‘ଅନୁପମା’ ସିରିଏଲର ଲିଡ୍ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ସାବତ ଝିଅର ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି।

ନିକଟରେ ତାଙ୍କ ସାବତ ଝିଅ ଇଶା ବର୍ମା ତାଙ୍କ ମା’ଙ୍କ ବିବାହ ରୁ ପାଲିଙ୍କି ପାଇଁ ଭାଙ୍ଗିଥିବାର ଅଭିଯୋଗ କରିଛନ୍ତି। ଯାହାପରେ ରୁପାଲି ଇଶାଙ୍କ ବିରୋଧରେ ୫୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛନ୍ତି। ଏବେ କିଛି ଦିନ ପରେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏହି ବିବାଦ ଉପରେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି।

ରୁପାଲି ଗାଙ୍ଗୁଲି ପ୍ରଥମ ଥର ପାଇଁ ଏହି ବିବାଦ ଉପରେ ନୀରବତା ଭାଙ୍ଗି କହିଛନ୍ତି ଯେ, ଯେଉଁମାନେ ମୋତେ ଭଲ ପାଆନ୍ତି ସେମାନେ ଭଲ ପାଇବା ଜାରି ରଖିବେ। ଭଲ କାର୍ଯ୍ୟ କରି ଚାଲ, ଆଜି ନହେଲେ ଆସନ୍ତାକାଲି ତୁମ ସହିତ ଭଲ ଜିନିଷ ଘଟିବ। ସମସ୍ତେ ଖରାପ ସମୟ ଦେଇ ଗତି କରନ୍ତି, ଖରାପ ଘଟଣା ଘଟେ କିନ୍ତୁ ପରିଶେଷରେ ସତ୍ୟର ସବୁବେଳେ ବିଜୟ ହେବ।”

 

Comments are closed.