Latest Odisha News

BREAKING NEWS

ଚାଣକ୍ୟଙ୍କ ଏହି ୩ଟି ବାଣୀ ଜୀବନରେ ଆଣିଦେବ ସୁଖ-ସମୃଦ୍ଧି !

ଭୁବନେଶ୍ୱର: ଜଞ୍ଜାଳ ପୂର୍ଣ୍ଣ ଜୀବନରେ ବଞ୍ଚିବାର ଉଚିତ ପାଥ ଦେଖାଏ ଚାଣକ୍ୟ ନୀତି । ଏଥିରେ ରହିଛି ଆମ ସମସ୍ତ ସମସ୍ୟାର ସମାଧାନର ଉପାୟ । କିନ୍ତୁ ସେଥିମଧ୍ୟରୁ ଆମେ ଆପଣଙ୍କୁ ଜଣାଇବୁ ଏହି ୪ଟି ଉପାୟ, ଯାହା ଜୀବନରେ ସୁଖ-ସମୃଦ୍ଧି ଆଣିଦେବ।

ଘର କଥା ଗୁପ୍ତ ରଖ:

ଚାଣକ୍ୟ ନୀତି ଅନୁଯାୟୀ, ନିଜ ଘରର କଥାକୁ ସର୍ବଦା ଗୁପ୍ତ ରଖିବା ଉଚିତ । ଯେଉଁମାନେ ନିଜ ଘରର ଛୋଟ ବଡ କଥା ବାହାରେ କୁହନ୍ତି, ସେମାନଙ୍କୁ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ ବୋଲି ଚାଣକ୍ୟ କହିଛନ୍ତି।

ଆର୍ଥିକ ସ୍ଥିତି:

ଚାଣକ୍ୟ ନୀତି କହେ, ନିଜର ଆର୍ଥିକ ସ୍ଥିତି କଦାପି କାହାକୁ କହିବା ଉଚିତ୍ ନୁହେଁ। ଅନ୍ୟମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଜଣାଇଲେ ସମାଧାନର ରାସ୍ତା ବାହାରିବା ବଦଳରେ ଆପଣ ପରିହାସର ପାତ୍ର ହୋଇ ଯାଆନ୍ତି।

ଅପମାନକୁ ଗୁପ୍ତ ରଖନ୍ତୁ:

ନିଜ ଅପମାନକୁ କେବେବି ଅନ୍ୟ ଆଗରେ ପ୍ରକାଶ ନକରିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ନିଜର ଦୁର୍ବଳତା ବିଷୟରେ ଅନ୍ୟକୁ ଜଣାପଡିଥାଏ। ଆହୁରି ମଧ୍ୟ ଆପଣଙ୍କୁ କେବଳ ପରିହାସର ସାମ୍ନା କରିବାକୁ ପଡେ।

Leave A Reply

Your email address will not be published.