Latest Odisha News

BREAKING NEWS

ବାୟା କଲା ଓଡିଶା ପ୍ରସିଦ୍ଧ ଦହିବରା, ମୁମ୍ବାଇରେ ଦହିବରା ରାନ୍ଧି ସାଥୀମାନଙ୍କୁ ଖୁଆଇଲେ ସେଫ୍ ବିକାଶ ଖାନ୍ନା

ମୁମ୍ବାଇ: ଦହିବରା ଆଳୁଦମ୍‌ ପ୍ରାୟ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ | ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି | ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ | ଆଉ ଏହାର ସ୍ଵାଦ, ଯିଏ ଖାଇଛି ସେ ଜାଣିଛି । ତେବେ ନିକଟରେ ସେଫ୍ ବିକାଶ ଖାନ୍ନା ଓଡିଶା ଆସିଥିଲେ । ଓଡ଼ିଶା ଗସ୍ତ ବେଳେ ସେଫ୍ ବିକାଶ ଖନ୍ନା ରାସ୍ତା କଡ଼ରେ ଥିବା ଦହିବରା ଦୋକାନକୁ ଦେଖି ଗାଡ଼ି ଅଟକାଇଥିଲେ । ଆଉ ତା’ ପରେ ଦହିବରାକୁ ମନଭରି ଖାଇଥିଲେ । ଆଉ ଭୁରି ଭୁରି ପ୍ରଶଂସା ବି କରିଥିଲେ । ଆଉ ଏହାପରେ ସେ ମୁମ୍ବାଇ ଫେରିଯାଇଥିଲେ । ଖାନ୍ନା ସିନା ମୁମ୍ବାଇ ଚାଲିଯାଇଥିଲେ କିନ୍ତୁ ଓଡିଶାରେ ଖାଇଥିବା ଦହିବରା ଆଳୁଦମର ସ୍ଵାଦ ଭୁଲିପାରିନଥିଲେ ସେ ।

 

View this post on Instagram

 

A post shared by Vikas Khanna (@vikaskhannagroup)

ଦହିବରାର ସ୍ଵାଦ ତାଙ୍କୁ ଏପରି ବାୟା କରିଥିଲା ଯେ ସେ ମୁମ୍ବାଇରେ ନିଜେ ଦହିବରା ଆଳୁଦମ ପ୍ରସ୍ତୁତ କରି ନିଜେ ଖାଇବା ସହ ନିଜର ସାଥୀମାନଙ୍କୁ ମଧ୍ୟ ଖୁଆଇଛନ୍ତି । ଯାହାର ଏକ ଭିଡିଓ ବିକାଶ ଖାନ୍ନା ତାଙ୍କ ସୋଶିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓଟିକୁ ପୋଷ୍ଟ କରି ସେ ତା’ର କ୍ୟାପସନରେ ଲେଖିଛନ୍ତି ଯେ, “ଓଡିଶାର ମୋର ପ୍ରିୟ ଖାଦ୍ୟକୁ ପୁଣିଥରେ ରିକ୍ରିଏଟ କଲି” ।

 

View this post on Instagram

 

A post shared by Vikas Khanna (@vikaskhannagroup)

ଭିଡିଓରେ ସେଫ୍ ବିକାଶ ଦହିବରା ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଛି । ତା’ପରେ ସେ ଆଳୁଦମ୍ ଏବଂ ଦହି ଲଙ୍କା ତିଆରି କରିଥିଲେ ଯେପରି ଦୋକାନରେ ବନାଯାଉଛି । ଏହାପରେ ସେ ଦହିବରାକୁ ପ୍ଲେଟରେ ସଜାଇ ନିଜେ ଖାଇବା ସହ ଅନ୍ୟ ଜଣେ ସେଫଙ୍କୁ ମଧ୍ୟ ଖାଇବାକୁ ଦେଇଥିବାର ଭିଡିଓରେ ଦେଖିବାକୁ ମିଳିଛି । ତେବେ ଦୁଇ ଦିନ ପୂର୍ବରୁ ଏହି ଭିଡିଓଟି ସେ ତାଙ୍କ ପ୍ରୋଫାଇଲରେ ଅପଲୋଡ କରିଛନ୍ତି । ଭିଡିଓଟି ଅପଲୋଡ ହେବା ଦିନଠାରୁ ଆଜି ଭିତରେ ଏଥିରେ ୬୪୪Kରୁ ଅଧିକ ଭ୍ୟୁଜ୍‌ ଏବଂ ୩୪,୦୦୦ରୁ ଅଧିକ ଲାଇକ୍ ଯାଇଛି ।

Leave A Reply

Your email address will not be published.